Advertisment

ଫେସବୁକ୍ ବନ୍ଧୁଙ୍କୁ ବିବାହ କରିବାକୁ ମନା କରିବାରୁ ଛୁରାମାଡ଼ ଖାଇଲେ ଅଭିନେତ୍ରୀ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ମାଳବୀ ମାଲହୋତ୍ରାଙ୍କ ଫ୍ୟାନମାନଙ୍କ ପାଇଁ ଏକ ଦୁଃଖ ଖବର। ମାଲବୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଆହତ ଅବସ୍ଥାରେ ମାଲବୀଙ୍କୁ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।   View this post on Instagram   After eating a lot of Idle dosa thought of trying this typical South Indian look .😍 PC – @rajeshgopinath_clicks Hair and makeup – @aditidattamakeup Styling — […]

ଫେସବୁକ୍ ବନ୍ଧୁଙ୍କୁ ବିବାହ କରିବାକୁ ମନା କରିବାରୁ ଛୁରାମାଡ଼ ଖାଇଲେ ଅଭିନେତ୍ରୀ

malvi

Advertisment

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ମାଳବୀ ମାଲହୋତ୍ରାଙ୍କ ଫ୍ୟାନମାନଙ୍କ ପାଇଁ ଏକ ଦୁଃଖ ଖବର। ମାଲବୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଆହତ ଅବସ୍ଥାରେ ମାଲବୀଙ୍କୁ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଅନେକ ଫିଲ୍ମ ତଥା ଲୋକପ୍ରିୟ ଟିଭି ସିରିଏଲ୍ 'ଉଡାନ୍'ରେ ମାଲବୀ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଆଜି ମାଲବୀଙ୍କ ପେଟରେ ଛୁରାମାଡ଼ କରିଛି। ବ୍ୟକ୍ତିଜଣକ ମାଲବୀଙ୍କ ପେଟରେ ଛୁରୀ ଭୂଷିବା ପରେ ତାଙ୍କ ଚେହେରାକୁ ଟାର୍ଗେଟ୍ କରୁଥିଲା। ସାହସର ସହ ମାଲବୀ ନିଜ ମୁହଁକୁ ଦୁଇ ହାତରେ ଘୋଡ଼ାଇଦେଇଥିଲେ। ଏତିକି ବେଳେ ତାଙ୍କ ବାମ ହାତରେ ମଧ୍ୟ ଗଭୀର ଆଘାତ ଲାଗିଛି।

Advertisment
View this post on Instagram

Candid #malvimalhotra #beyou #loveforpink 💓💓💓 PC — @sagarfilms194

A post shared by Malvi Malhotra (@malvimalhotra) on

ମାଲବୀଙ୍କ ଶରୀରରେ ମୋଟ 3ଟି ସ୍ଥାନରେ ଗଭୀର କ୍ଷତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣକାରୀଙ୍କ ପରିଚୟ ହେଉଛି ମାହିପାଲ ସିଂହ। ସେ ମାଲବୀଙ୍କ ଫେସବୁକ୍ ବନ୍ଧୁ। ସେ ନିଜକୁ ଜଣେ ଫିଲ୍ମ ନିର୍ମାତାର ପରିଚୟ ଦେଇ 2019ରେ ମାଲବୀଙ୍କ ଫେସବୁକରେ ଯୋଡ଼ି ହୋଇଥିଲେ। ମାହିପାଲ ମାଲବୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିରେ ମାଲବୀ ରାଜି ନ ହେବାକୁ ସେ ଏଭଳି ଚରମ କାଣ୍ଡ ନେଇ ନିଷ୍ପତ୍ତି ନେଲେ। ଏନେଇ ଭର୍ସୋଭା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Malvi Malhotra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe