Advertisment

‘ଏସ୍‌କଟ ବିଜନେସ୍‌ରେ ପାଇଁ ପ୍ରସ୍ତାବ ଦେଇଥିଲେ ବନସ୍ମିତା’

ପରବର୍ତ୍ତୀ ସମୟରେ ମୌସୁମୀ ଜାଣିବାକୁ ପାଇଥିଲେ ତାଙ୍କ ଟଙ୍କା ସେୟାର ମାର୍କେଟ୍‌ରେ ଇନ୍‌ଭେଷ୍ଟ ହୋଇଛି। ଏ ସମ୍ପର୍କରେ ସେ ବନସ୍ମିତାଙ୍କୁ ପଚାରିଥିଲେ। କିଛି ଅସୁବିଧା ହେବନାହିଁ ବୋଲି ସେ ଆଶ୍ୱାସନା ଦେଇଥିଲେ।

Mousim

Mousim

Advertisment

ଓଡ଼ିଶାର ଜଣେ ନାମୀଦାମୀ ଲେଖିକା ବନସ୍ମିତା ପତିଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ଆଉ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ମୌସୁମୀ ନାୟକ। ବନସ୍ମିତା ତାଙ୍କୁ ଏସ୍‌କଟ ବିଜ୍‌ନେସ ପାଇଁ ପ୍ରସ୍ତାବ ଦେଉଥିବା ଅଅଭିଯୋଗ କରିଛନ୍ତି ମୌସୁମୀ। ଏଥିସହ ତାଙ୍କଠାରୁ ନେଇଥିବା ଟଙ୍କା ଫେରାଉନଥିବା ସେ ଅଭିଯୋଗ କରିଛନ୍ତି

Advertisment

ଓଡ଼ିଶାର ଜଣେ ଜଣାଶୁଣା ଅଭିନେତ୍ରୀ ହେଲେ ମୌସୁମୀ। ମହାମାରୀ କୋଭିଡ୍‌ ସମୟରେ ତାଙ୍କ ସହ ବନସ୍ମିତା ପତିଙ୍କ ଦେଖା ହୋଇଥିଲେ। ତା’ପରେ ଉଭୟଙ୍କ ଭିତରେ ଭଲ ସମ୍ପର୍କ ଗଢ଼ି ଉଠିଥିଲା। ଏହାରି ଭିତରେ ସେ ବିଜ୍‌ନେସ୍‌ ପାଇଁ ମୌସୁମୀଙ୍କୁ ପ୍ରସ୍ତାବ ଦେଇଥିଲେ। ପ୍ରଥମେ ମୌସୁମୀ ମନା କରିଥିଲେ। ତା’ପରେ ତାଙ୍କ କଥାରେ ରାଜି ହୋଇ ବିଜନେସ୍‌ରେ ଇନ୍‌ଭେଷ୍ଟ କରିଥିଲେ। ବିଭିନ୍ନ ପର୍ଯ୍ୟାୟ ୫ ଲକ୍ଷ ୮୦ ହଜାର ଟଙ୍କା ଇନ୍‌ଭେଷ୍ଟ୍‌ କରିଥିଲେ ମୌସୁମୀ।

ପରବର୍ତ୍ତୀ ସମୟରେ ମୌସୁମୀ ଜାଣିବାକୁ ପାଇଥିଲେ ତାଙ୍କ ଟଙ୍କା ସେୟାର ମାର୍କେଟ୍‌ରେ ଇନ୍‌ଭେଷ୍ଟ ହୋଇଛି। ଏ ସମ୍ପର୍କରେ ସେ ବନସ୍ମିତାଙ୍କୁ ପଚାରିଥିଲେ। କିଛି ଅସୁବିଧା ହେବନାହିଁ ବୋଲି ସେ ଆଶ୍ୱାସନା ଦେଇଥିଲେ। ହେଲେ ତା’ପରଠାରୁ ଆଉ ସେ ଧରାଛୁଆଁ ଦେଇନଥିଲେ। ଏପରିକି ନେଇଥିବା ଟଙ୍କା ଫେରାଉନଥିଲେ। ବାରମ୍ୱାର ମାଗିବାରୁ ଇନ୍‌ଫୋସିଟି ଥାନାରେ ମୋ’ ନାଁରେ ଅଭିଯୋଗ କରିଥିବା ମୌସୁମୀ କହିଛନ୍ତି। ତାଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି ବନସ୍ମିତା। ପ୍ରକୃତରେ ମୁଁ ତାଙ୍କୁ କୌଣସି ବ୍ଲାକମେଲିଂ କରିନଥିବା ମୌସୁମୀ କହିଛନ୍ତି।

Advertisment

ବନସ୍ମିତାଙ୍କ ଅଭିଯୋଗ କ୍ରମେ ସୋମବାର ଇନ୍‌ଫୋସିଟି ଥାନା ପୁଲିସ୍‌ ମୌସୁମୀଙ୍କୁ ପଚରାଉଚରା ପାଇଁ ଡାକିଥିଲା। ଡାକରା ପାଇ ଥାନାରେ ପହଞ୍ଚି ମୌସୁମୀ। ପୁଲିସ୍‌ ଉପସ୍ଥିତି ଉଭୟ ପକ୍ଷଙ୍କ ମଧ୍ୟରେ ମିଳାମିଶା ହୋଇଥିଲା। କେହି କାହାକୁ ଧମକ ଦେବେନାହିଁ ବୋଲି ସ୍ଥିର ହୋଇଥିଲା। ହେଲେ ସୋମବାର ରାତିରେ ମୌସୁମୀଙ୍କ ପାଖକୁ ଗୋଟିଏ ଧମକପୂର୍ଣ୍ଣ ଚାର୍ଟ ଆସିଥିଲେ। ଯେଉଁଥିରେ ଲେଖାଯାଇଛି, ଯିଏ ଅନ୍ୟମାନଙ୍କୁ ଧମକାଇ ପରେ ସେ କ’ଣ ଶାନ୍ତିରେ ରହିପାରେ? ଏହି ଚାଟ୍‌ ବନସ୍ମିତା କରିଥିବା ମୌସୁମୀ ଅଭିଯୋଗ କରିଛନ୍ତି। ଏନେଇ ସେ ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Ollywood Actor Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe