Advertisment

ନିରୁଙ୍କ ପରଲୋକ, ଦିବ୍ୟଙ୍କା ଲେଖିଲେ ଏମିତି କଥା

ମୁମ୍ବାଇ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ୟେ ହୈ ମହୋବତେଁ’ରେ ନିଲୁ ଚରିତ୍ରରେ ଅଭିନୟ କରୁଥିବା ନିରୁ ଅଗ୍ରୱାଲ୍‌ଙ୍କର ଗତକାଲି ପରଲୋକ ହୋଇଯାଇଛି। ଖବର ମୁତାବକ,  ସେ ୪ ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ। ଗତକାଲି ସକାଳେ ସେ ବାଥ୍‌ରୁମ୍‌ରେ ପଡ଼ି ଯାଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ‘ୟେ ହୈ ମହୋବତେଁ’ର ସମସ୍ତ କଳାକାର ନିରୁଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ପ୍ରିୟ ଥିଲେ। ଖାସ୍‌ କରି […]

author-image
Sangita Sahoo
ଅଦ୍ୟତନ ହୋଇଛି
ନିରୁଙ୍କ ପରଲୋକ, ଦିବ୍ୟଙ୍କା ଲେଖିଲେ ଏମିତି କଥା

niru

ମୁମ୍ବାଇ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ୟେ ହୈ ମହୋବତେଁ’ରେ ନିଲୁ ଚରିତ୍ରରେ ଅଭିନୟ କରୁଥିବା ନିରୁ ଅଗ୍ରୱାଲ୍‌ଙ୍କର ଗତକାଲି ପରଲୋକ ହୋଇଯାଇଛି।

Advertisment

ଖବର ମୁତାବକ,  ସେ ୪ ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ। ଗତକାଲି ସକାଳେ ସେ ବାଥ୍‌ରୁମ୍‌ରେ ପଡ଼ି ଯାଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

[caption id="attachment_283072" align="alignnone" width="750"]nilu image credit-aajtak[/caption]

Advertisment

‘ୟେ ହୈ ମହୋବତେଁ’ର ସମସ୍ତ କଳାକାର ନିରୁଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ପ୍ରିୟ ଥିଲେ। ଖାସ୍‌ କରି ଶୋ’ର ଲିଡ୍‌ ଅଭିନେତ୍ରୀ ଦିବ୍ୟଙ୍କା ତ୍ରୀପାଠିଙ୍କର। ତାଙ୍କ ମୃତ୍ୟୁ ପରେ ଦିବ୍ୟଙ୍କା ସୋଶାଲ୍‌ ମିଡିଆରେ ଏକ କୋହଭରା ପୋଷ୍ଟ୍ କରିଛନ୍ତି। ଏଥିରେ ସେ ନିରୁଙ୍କ ସହିତ ଗତ କିଛି ଦିନରେ ହୋଇଥିବା କଥାବାର୍ତ୍ତାକୁ ମନେ ପକାଇଛନ୍ତି। ସେ ତାଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଥିଲେ ସେ କଥା ବି ଦିବ୍ୟଙ୍କା ଲେଖିଛନ୍ତି।

ଦିବ୍ୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ କ’ଣ ଲେଖିଛନ୍ତି, ପଢ଼ନ୍ତୁ-

https://www.instagram.com/p/BoamBfxnKG-/?taken-by=divyankatripathidahiya

ଏହି ଧାରାବାହିକରେ ଦିବ୍ୟଙ୍କାଙ୍କ ଘରୋଇ ସହାୟିକା ଚରିତ୍ରରେ ଅଭିନୟ କରୁଥିଲେ ନିରୁ।