Advertisment

ପାୟଲ ପଚାରିଲେ-ମୋତେ ମରିବାକୁ ପଡିବ କି?

ମୁମ୍ବାଇ: ଅଭିୁନେତ୍ରୀରୁ ରାଜନୀତିରେ ପାଦ ରଖିଥିବା ପାୟଲ ଘୋଷ ଖୁସି ନାହାନ୍ତି। ନିକଟରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ପାୟଲ ଘୋଷ। ଅନୁରାଗ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ସେ ଏତଲା ମଧ୍ୟ ଦେଇଥିଲେ। ଏହି ଅଭିଯୋଗକୁ ୪ ମାସ ବିତିଗଲାଣି। ଏଯାଏଁ ମୁମ୍ବାଇ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ମୁମ୍ବାଇ ପୁଲିସ ଜାଣିଶୁଣି ତଦନ୍ତ ପ୍ରକ୍ରିୟାରେ ଢ଼ିଲା କରୁଥିବା ସେ ଅଗିଯୋଗ କରିଛନ୍ତି। ପାୟଲ ସୋମବାର ଟୁଇଟ […]

ପାୟଲ ପଚାରିଲେ-ମୋତେ ମରିବାକୁ ପଡିବ କି?

payal

Advertisment

ମୁମ୍ବାଇ: ଅଭିୁନେତ୍ରୀରୁ ରାଜନୀତିରେ ପାଦ ରଖିଥିବା ପାୟଲ ଘୋଷ ଖୁସି ନାହାନ୍ତି। ନିକଟରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ପାୟଲ ଘୋଷ। ଅନୁରାଗ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ସେ ଏତଲା ମଧ୍ୟ ଦେଇଥିଲେ। ଏହି ଅଭିଯୋଗକୁ ୪ ମାସ ବିତିଗଲାଣି। ଏଯାଏଁ ମୁମ୍ବାଇ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ମୁମ୍ବାଇ ପୁଲିସ ଜାଣିଶୁଣି ତଦନ୍ତ ପ୍ରକ୍ରିୟାରେ ଢ଼ିଲା କରୁଥିବା ସେ ଅଗିଯୋଗ କରିଛନ୍ତି।publive-image

Advertisment

ପାୟଲ ସୋମବାର ଟୁଇଟ କରି କହିଛନ୍ତି, ମାମଲା ରୁଜୁ କରି ୪ ମାସ ବିତିଗଲାଣି। ପ୍ରମାଣ ଦେବା ପରେ ମଧ୍ୟ ଅନୁରାଗଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। କ'ଣ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ହେଲେ ମୋତେ ବରିବାକୁ ପଡିବ କି ବୋଲି ପାୟଲ ପ୍ରଶ୍ନ କରିଛନ୍ତି।

Advertisment


ସେ ଆହୁରି କହିଛନ୍ତି ଯେ, ଘଟଣାକୁ ଏତେ ଦିନ ବିତି ଯାଇଥିଲେ ମଧ୍ୟ ମୁମ୍ବାଇ ପୁଲିସ ହାତ ଯୋଡି ବସିଛି। ତା' କାମ କରୁନାହିଁ।  ମୁଁ ଅନୁରୋଧ କରୁଛି, ଏହା ଜଣେ ମହିଳାଙ୍କର ମାମଲା ଏବଂ ଆମକୁ ଏହି ଘଟଣାକୁ ନେଇ ଜାଗୃତ ହେବା ଦରକାର ବୋଲି ପାୟଲ ମୁମ୍ବାଇ ପୁଲିସକୁ ଟ୍ୟାଗ କରି କହିଛନ୍ତି।


୨୦୧୩ରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ତାଙ୍କୁ ଘରକୁ ଡାକି ଯୌନ ନିର୍ଯାତନା ଦେଇଥିବା ଚଳିତ ବର୍ଷ ସେପ୍ଟେମ୍ବରେ ପାୟଲ ଘୋଷ ସୋଶାଲ ମିଡିଆରେ ଅଭିଯୋଗ କରିଥିଲେ। ଏହି ମାମଲାରେ ମୁମ୍ବାଇ ପୁଲିସ ଅକ୍ଟୋବର ୧ ତାରିଖରେ ଅନୁରାଗଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା। ସେତେବେଳେ ଅନୁରାଗ ତାଙ୍କ ଉପରେ ଲାଗିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।  କହିଥିଲେ  ୨୦୧୩ରେ ଯେଉଁ ଘଟଣା ବିଷୟରେ ପାୟଲ କହୁଛନ୍ତି, ସେତେବେଳେ ମୁଁ ଶୁଟିଂ ପାଇଁ ଶ୍ରୀଲଙ୍କାରେ ଥିଲି। ଅନୁରାଗ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ।

Bollywood Payal Ghosh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe