Advertisment

‘ଆଶା କରୁଛି ତାଙ୍କ ଭାଷଣରୁ ତାଳି ଓ ଥାଳି ବାଦ୍ ପଡ଼ିବ’

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଥରେ ରାତି ଆଠଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ଓ କରୋନା ଭାଇରସ୍ ବିଷୟରେ ଆଲୋଚନା କରିବେ। ଟ୍ୱିଟ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଆଉ ଏହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେଇଯାଇଛି। ମୋଦିଙ୍କ ଏହି ଟ୍ୱିଟ ଉପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ବଲିଉଡ୍‌  ଅଭିନେତ୍ରୀ ପୂଜା ବେଦୀ ମଧ୍ୟ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ ପରାମର୍ଶ ଢଙ୍ଗରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। […]

ଅଦ୍ୟତନ ହୋଇଛି
‘ଆଶା କରୁଛି ତାଙ୍କ ଭାଷଣରୁ ତାଳି ଓ ଥାଳି ବାଦ୍ ପଡ଼ିବ’

pooja

Advertisment

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଥରେ ରାତି ଆଠଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ଓ କରୋନା ଭାଇରସ୍ ବିଷୟରେ ଆଲୋଚନା କରିବେ। ଟ୍ୱିଟ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଆଉ ଏହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେଇଯାଇଛି।

Advertisment

ମୋଦିଙ୍କ ଏହି ଟ୍ୱିଟ ଉପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ବଲିଉଡ୍‌  ଅଭିନେତ୍ରୀ ପୂଜା ବେଦୀ ମଧ୍ୟ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ ପରାମର୍ଶ ଢଙ୍ଗରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।

ପୂଜା ବେଦୀ ତାଙ୍କ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ କରି ଲେଖିଛନ୍ତି- ପ୍ରଧାନମନ୍ତ୍ରୀ ରାତି ୮ଟାରେ ଆମକୁ ସମ୍ବୋଧିତ କରିବେ। ମୁଁ ଆଶା କରୁଛି ଯେ ତାଙ୍କ ଭାଷଣରୁ ତାଳି ଓ ଥାଳି ବାଦ୍ ପଡ଼ିବ ଏବଂ ଆମକୁ ଠୋସ୍‌ ପ୍ରତିକାର ବିଷୟରେ କହିବେ। ଲକ୍‌ଡାଉନ୍‌ର ନିୟମାବଳୀ, ଆର୍ଥିକ ରିଲିଫ୍ ପ୍ୟାକେଜ୍‌, ମେଡିକାଲ୍ ରିଲିଫ୍ ବ୍ୟବସ୍ଥା ଓ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ଉପରୁ ଟିକସ ହ୍ରାସ ଆଦି ବିଷୟ ରହିବ ବୋଲି ସେ ଆଶା ରଖିଛନ୍ତି।

Advertisment

https://twitter.com/poojabeditweets/status/1242331464345116673?s=19

କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, “ବିଶ୍ୱ ମହାମାରୀ କରୋନା ଭୂତାଣୁର ବଢ଼ୁଥିବା ପ୍ରକୋପ ସମ୍ବନ୍ଧରେ କିଛି ମହତ୍ୱପୂର୍ଣ୍ଣ କଥା ଦେଶବାସୀଙ୍କୁ କହିବି। ଆଜି, ୨୪ ମାର୍ଚ୍ଚ ରାତି ୮ଟା ବେଳେ ଦେଶକୁ ସମ୍ବୋଧିତ କରିବି।” କରୋନା ମୁକାବିଲା ସମ୍ବନ୍ଧୀୟ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ସମ୍ବୋଧନ ହେବ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରି ଗତ ରବିବାର ଦିନଟିକୁ ସାରା ଦେଶରେ ଜନତା କର୍ଫ୍ୟୁ ଭାବେ ପାଳନ କରିବାକୁ ଅନୁରୋଧ କରିଥିଲେ। ତା’ ଭିତରେ ଜରୁରୀ ସେବାରେ ନିୟୋଜିତ ଲୋକଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଅପରାହ୍ନ ୫ଟାରେ ତାଳି ମାରିବାକୁ ଓ ଥାଳି ବଜାଇବାକୁ କହିଥିଲେ। ଜନତା କର୍ଫ୍ୟୁକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବା ବେଳେ ଲୋକେ ତାଳି ମାରିବା ସହିତ ଥାଳି ବି ବଜାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe