Advertisment

ଫ୍ୟାନ୍‌ଙ୍କ ପ୍ରଶ୍ନ, ପ୍ରୀତିଙ୍କ ଉତ୍ତର: “ମୋ ସହ ସେମିତି ହେଇନି”

ମୁମ୍ବାଇ: ଏବେ ବଲିଉଡ୍‌ରେ ତନୁଶ୍ରୀ ଦତ୍ତା ଓ ନାନା ପାଟେକରଙ୍କ ବିବାଦ ପରେ ପୂରା ବଲିଉଡ୍‌ ଉଠୁଛି ପଡ଼ୁଛି। ଏହି ଅବସରରେ ବଲିଉଡ୍‌ର ଅନ୍ୟ ଅଭିନେତ୍ରୀମାନେ ଯେଉଁମାନେ ଏହି ନିର୍ଯାତନାର ଶିକାର ହୋଇଛନ୍ତି ସେ ସବୁ ଉପରୁ ପରଦା ହଠୁଛି। ଏମିତିକି ତନୁ ଓ ନାନାଙ୍କ ବିବାଦ ଉପରେ ବି ନିଜ ମତ ରଖୁଛନ୍ତି ଅନେକ ସେଲିବ୍ରିଟି। ନିକଟରେ ପ୍ରୀତି ଜିଣ୍ଟା ‘ଇଣ୍ଡିଆ ଟୁଡେ’ର ଏକ କାର୍ଯ୍ୟକ୍ରମକୁ ଆସିଥିଲେ, ଯେଉଁଠି ସେ ତନୁଶ୍ରୀ, ନାନା ଓ ହ୍ରିତିକ୍‌ […]

ଅଦ୍ୟତନ ହୋଇଛି
ଫ୍ୟାନ୍‌ଙ୍କ ପ୍ରଶ୍ନ, ପ୍ରୀତିଙ୍କ ଉତ୍ତର: “ମୋ ସହ ସେମିତି ହେଇନି”

b7

Advertisment

ମୁମ୍ବାଇ: ଏବେ ବଲିଉଡ୍‌ରେ ତନୁଶ୍ରୀ ଦତ୍ତା ଓ ନାନା ପାଟେକରଙ୍କ ବିବାଦ ପରେ ପୂରା ବଲିଉଡ୍‌ ଉଠୁଛି ପଡ଼ୁଛି। ଏହି ଅବସରରେ ବଲିଉଡ୍‌ର ଅନ୍ୟ ଅଭିନେତ୍ରୀମାନେ ଯେଉଁମାନେ ଏହି ନିର୍ଯାତନାର ଶିକାର ହୋଇଛନ୍ତି ସେ ସବୁ ଉପରୁ ପରଦା ହଠୁଛି।

Advertisment

ଏମିତିକି ତନୁ ଓ ନାନାଙ୍କ ବିବାଦ ଉପରେ ବି ନିଜ ମତ ରଖୁଛନ୍ତି ଅନେକ ସେଲିବ୍ରିଟି।

ନିକଟରେ ପ୍ରୀତି ଜିଣ୍ଟା ‘ଇଣ୍ଡିଆ ଟୁଡେ’ର ଏକ କାର୍ଯ୍ୟକ୍ରମକୁ ଆସିଥିଲେ, ଯେଉଁଠି ସେ ତନୁଶ୍ରୀ, ନାନା ଓ ହ୍ରିତିକ୍‌ କଙ୍ଗନାଙ୍କ ସମ୍ପର୍କରେ କହିଥିଲେ।

ସେହି କାର୍ଯ୍ୟକ୍ରମରେ ଜଣେ ଫ୍ୟାନ୍‌ ତାଙ୍କୁ ପଚାରିଥିଲେ, “କଙ୍ଗନା ଓ ହ୍ରିତିକ୍‌ଙ୍କ କଣ୍ଟ୍ରୋଭର୍ସିରେ ଆପଣଙ୍କୁ  କିଏ ଠିକ୍‌ ଲାଗନ୍ତି ?”

Advertisment

ଏହାର ଉତ୍ତରରେ ପ୍ରୀତି କହିଥିଲେ, କିଏ ଭୁଲ୍‌, କିଏ ଠିକ୍‌ କହୁଛି, ଏହା ପୁରୁଣା କଥା ହେଇଗଲାଣି। ଏହି ବିଷୟରେ ନା ହ୍ରିତିକ୍‌ ମୋତେ କିଛି କହିଛନ୍ତି ନା କଙ୍ଗନା। ଏମିତି ଶୁଣିବା କଥାରେ କିଛି କୁହାଯାଇ ପାରିବ ନାହିଁ।

publive-image

ପ୍ରୀତି ନାନା ଓ ତନୁଶ୍ରୀଙ୍କ ବିବାଦ ଉପରେ କହିଥିଲେ, ‘‘ଏହା କେବଳ ଭାରତରେ ନୁହେଁ ବରଂ ସବୁ ଦେଶ ଓ ସବୁ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳୁଛି। ଏହା ଏକ ବାସ୍ତବିକ୍‌ କଥା। ଏହାକୁ ସ୍ୱୀକାର କରି ଦୃଢ ମନୋବଳ ଆଣିବାକୁ ପଡ଼ିବ। ଏହା କେବଳ ନାରୀ ନୁହେଁ ପୁରୁଷମାନଙ୍କ ସହ ବି ହେଉଛି। ଯଦି କେହି ଆପଣଙ୍କୁ ରାତି ୨ଟାରେ ରୁମ୍‌କୁ ଡାକି ଅଭିନୟ କରିବାକୁ ଡାକ୍ତନ୍ତି ଆଉ ଆପଣ ଯଦି ସେଠାକୁ ଯାଉଛନ୍ତି ତେବେ ଆପଣ ଜଣେ ମୁର୍ଖ ବୋଲି ପ୍ରମାଣିତ ହେବେ। ସେ ସମୟରେ ନିଜ ବୁଦ୍ଧି ଖଟେଇବାକୁ ପଡ଼ିବ।’’

publive-image

କାଷ୍ଟିଂ କାଉଚ୍‌ ସମ୍ପର୍କରେ ମତ ରଖି ପ୍ରୀତି କୁହନ୍ତି, ‘‘ମୋ ସହ ଏମିତି ହେଲେ ମୁଁ ମାଡ଼ ମାରିଥାନ୍ତି। ଭାଗ୍ୟ ଭଲ ମୋ ସହ ସେମିତି କିଛି ହୋଇନି।’’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe