Advertisment

କରୋନା ଯୋଦ୍ଧାଙ୍କୁ ୨୦ ହଜାର ହଳ ଜୋତା ଦେବେ ପ୍ରିୟଙ୍କା

ମୁମ୍ବାଇ: କୋରୋନା ମହାମାରୀ ସହ ଲଢ଼ିବା ଲାଗି ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି ବଲିଉଡର ସେଲେବ୍ରିଟିମାନେ। ସରକାରଙ୍କୁ ଆର୍ଥିକ ସହାୟତା ଦେବା ସହ ସେମାନେ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ସଚେତନ ମଧ୍ୟ କରୁଛନ୍ତି। ଏହି ତାଲିକାରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାମ ମଧ୍ୟ ରହିଛି। ବର୍ତ୍ତମାନ ସେ ପୁଣି ଥରେ ନିଜର ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ କରୋନା ଯୋଦ୍ଧାଙ୍କୁ ୨୦ ହଜାର ହଳ ଜୋତା ଦେବାକୁ ଘୋଷଣା କରିଛନ୍ତି। https://www.instagram.com/p/B_Qe0x3Dl6q/?utm_source=ig_web_copy_link କିଛି […]

ଅଦ୍ୟତନ ହୋଇଛି
କରୋନା ଯୋଦ୍ଧାଙ୍କୁ ୨୦ ହଜାର ହଳ ଜୋତା ଦେବେ ପ୍ରିୟଙ୍କା

priyanka23

Advertisment

ମୁମ୍ବାଇ: କୋରୋନା ମହାମାରୀ ସହ ଲଢ଼ିବା ଲାଗି ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି ବଲିଉଡର ସେଲେବ୍ରିଟିମାନେ। ସରକାରଙ୍କୁ ଆର୍ଥିକ ସହାୟତା ଦେବା ସହ ସେମାନେ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ସଚେତନ ମଧ୍ୟ କରୁଛନ୍ତି। ଏହି ତାଲିକାରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାମ ମଧ୍ୟ ରହିଛି। ବର୍ତ୍ତମାନ ସେ ପୁଣି ଥରେ ନିଜର ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ କରୋନା ଯୋଦ୍ଧାଙ୍କୁ ୨୦ ହଜାର ହଳ ଜୋତା ଦେବାକୁ ଘୋଷଣା କରିଛନ୍ତି।

Advertisment

https://www.instagram.com/p/B_Qe0x3Dl6q/?utm_source=ig_web_copy_link

କିଛି ଦିନ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ସୋଶାଲ୍‌ ମିଡିଆ ମାଧ୍ୟମରେ କହିଥିଲେ ଯେ ସେ ଅନେକ ସଂସ୍ଥାକୁ ପାଣ୍ଠି ଦେଇଛନ୍ତି। ଏହି ତାଲିକାରେ ୟୁନିସେଫ, କିଛି ଅନ୍ତର୍ଜାତୀୟ ସଂଗଠନ ଏବଂ ପିଏମ୍ କେୟାର ଫଣ୍ଡ ରହିଛି। ଏହା ପରେ ପ୍ରିୟଙ୍କା ଏହି ସଙ୍କଟର ସମ୍ମୁଖୀନ ହୋଇଥିବା ମହିଳାମାନଙ୍କ ପାଇଁ ୭୬ ଲକ୍ଷ ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଖବର ମିଳିଛି ଯେ କରୋନୋ ଭାଇରସ୍ ମହାମାରୀ ମୁକାବିଲାରେ ଲସ୍ ଏଞ୍ଜେଲସରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରିୟଙ୍କା ଦଶ ହଜାର ଜୋତା ଦାନ କରିବାକୁ ଘୋଷଣା କରିଛନ୍ତି। ଏହା ସହିତ ସେ ଭାରତର ସରକାରୀ ଡାକ୍ତରଖାନାଗୁଡ଼ିକର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମଧ୍ୟ ଦଶ ହଜାର ହଳ ଜୋତା ଦେବାକୁ ଘୋଷଣା କରିଛନ୍ତି।

https://www.instagram.com/p/B_LmXXCjg_t/?utm_source=ig_web_copy_link

ପ୍ରିୟଙ୍କା କହିଛନ୍ତି, ‘ଦେଶର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ହେଉଛନ୍ତି ଆମର ପ୍ରକୃତ ସୁପରହିରୋ। ଆମ ସୁରକ୍ଷା ନିଶ୍ଚିତ କରିବାକୁ ସେମାନେ ପ୍ରତିଦିନ କାର୍ଯ୍ୟ କରୁଛନ୍ତି ଏବଂ ଆମ ପାଇଁ ଲଢ଼ୁଛନ୍ତି | ସେମାନଙ୍କର ସାହସ, ପ୍ରତିବଦ୍ଧତା ଏବଂ ବଳିଦାନ ଏହି ବିଶ୍ୱ ମହାମାରୀରେ ଅସଂଖ୍ୟ ଜୀବନ ରକ୍ଷା କରୁଛି।’  ପ୍ରିୟଙ୍କାଙ୍କ ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe