Advertisment

ଡ୍ରାମା କୁଇନ୍‌ଙ୍କ ଘରେ ହାଇଡ୍ରାମା; ବନ୍ଧା ହେଲେ ସ୍ୱାମୀ ଆଦିଲ

ଘରର କଳି ବାହାରକୁ ଆସିବା ପରେ ଗତକାଲି ରାକ୍ଷୀ ନିଜ ସ୍ୱାମୀଙ୍କଠାରୁ ଅଲଗା ହେଉଥିବା ଘୋଷଣା କରିଥିଲେ। ଏହାପରେ ପୁଲିସ ଆଦିଲଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Rakhi Sawant with Husband

Rakhi Sawant with Husband

Advertisment

ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତଙ୍କ ଘରେ ହାଇଡ୍ରାମା। ରାକ୍ଷୀଙ୍କ ଘରର କଳି ଏବେ ବି-ଟାଉନ୍‌ର ହଟ୍‌ ଗସିପ୍‌ । ନୂଆ ନୂଆ ବିବାହ କରିଥିବା ରାକ୍ଷୀ ଓ ଆଦିଲଙ୍କ ବିବାହ ଏବେ ରିସ୍କରେ। ମାତ୍ର କିଛି ମାସର ବିବାହ ପରେ ରାକ୍ଷୀଙ୍କୁ ମାରପିଟ ତଥା ଧମକ ଦେବା ଅଭିଯୋଗରେ ବନ୍ଧା ହେଲେ ତାଙ୍କ ସ୍ୱାମୀ ଆଦିଲ ଦୁରାନୀ।

Advertisment

କିଛି ଦିନ ହେବ ନିଜ ଦ୍ୱିତୀୟ ବିବାହ ସମ୍ପର୍କରେ ଘୋଷଣା କରିଥିବା ରାକ୍ଷୀଙ୍କ ପାଦ ତଳେ ଲାଗୁ ନ ଥିଲା। ହେଲେ ଏହାପରେ ଭୟଙ୍କ ମଧ୍ୟରେ ସବୁ କିଛି ଠିକ୍‌ ଥିବା ପରି ଲାଗୁ ନ ଥିଲା। ଘରର କଳି ବାହାରକୁ ଆସିବା ପରେ ଗତକାଲି ରାକ୍ଷୀ ନିଜ ସ୍ୱାମୀଙ୍କଠାରୁ ଅଲଗା ହେଉଥିବା ଘୋଷଣା କରିଥିଲେ।

ଆଦିଲଙ୍କ ଜୀବନରେ ଅନ୍ୟ ଜଣେ ଯୁବତୀ ଆସିବାରୁ ସେ ତାଙ୍କୁ ଧୋକା ଦେଇଥିବା ଅଭିନେତ୍ରୀ କହିଥିଲେ। ଏଭଳି ଧୋକା ଦେବା ପରେ କ୍ଷମା ମାଗିବା ପରିବର୍ତ୍ତେ ଆଦିଲ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ରାକ୍ଷୀ। ରାକ୍ଷୀଙ୍କ ଅଭିଯୋଗ ପରେ ପୁଲିସ ଆଦିଲଙ୍କୁ ଗିରଫ କରିଛି।

Advertisment

ଆଦିଲ ଗିରଫ ହେବା ପରେ ରାକ୍ଷୀ କହିଛନ୍ତି, ସେ ମୋ ଜୀବନକୁ ନଷ୍ଟ କରିଦେଇଛନ୍ତି। ମୋତେ ତାଙ୍କ ଜୀବନରୁ ତଡ଼ି ଦେଇଛନ୍ତି। ସେ ମୋଠାରୁ ଅନେକ ଟଙ୍କା ନେଇଛନ୍ତି । ମୋତେ ବରବାଦ କରି ଦେଇଛନ୍ତି।

ରାକ୍ଷୀଙ୍କ ଅଭିଯୋଗ ଅନୁଯାୟୀ, ଉଭୟ ଆଦିଲ ଓ ତାଙ୍କର ବ୍ୟବସାୟିକ ସମ୍ପର୍କ ଥିବା ବେଳେ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟ ବି ଥିଲା। ହେଲେ ବିବାହର ପ୍ରଲୋଭନ ଦେଖାଇ ଆଦିଲ ଗତ ଜୁନ୍‌ରେ ଉକ୍ତ ଆକାଉଣ୍ଟରୁ ଦେଢ କୋଟିରୁ ଅଧିକ ଟଙ୍କା ବାହାର କରି ନେଇଥିଲେ।

ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧିରେ ଧିରେ ବିଗିଡ଼ିବାରୁ ଆଦିଲ ରାକ୍ଷୀଙ୍କୁ ମାରପିଟ ସହ ମୁହଁରେ ଏସିଡ ପକାଇ ଦେବାର ଧମକ ଦେଲେ। ଏପରିକି ଗାଡ଼ି ମରାଇ ହତ୍ୟା କରିବାର ବି ଧମକ ଦେଲେ।

ରବିବାର ରାତିରେ ରାକ୍ଷୀ ନିଜ ଫ୍ଲାଟରେ ନ ଥିବା ବେଳେ ଆଦିଲ ସେଠାରେ ପହଞ୍ଚି ଆଲମାରୀରୁ ନଗଦ ୫ ଲକ୍ଷ ଟଙ୍କା ଓ ତାଙ୍କ ମା’ଙ୍କର ଅଢ଼େଇ ଲକ୍ଷର ସୁନା ଗହଣା ଲୁଟି ନେଇଥିବା ରାକ୍ଷୀ ଅଭିଯୋଗ କରିଛନ୍ତି। ତାଙ୍କ ଅନୁପସ୍ଥିତିରେ ଆଦିଲ ଉକ୍ତ ଫ୍ଲାଟକୁ ଆସିଥିବା ସିକ୍ୟୁରିଟି ଗାର୍ଡଙ୍କଠାରୁ ଖବର ପାଇ ସେ ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ।

ଏନେଇ ସୋମବାର ରାତିରେ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତାଙ୍କୁ ଗତକାଲି ବାନ୍ଧିଛି।

Rakhi Sawant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe