Advertisment

ମିଛି ମିଛିକା ବାହା ହେଉ ହେଉ ସତରେ ବାହା ହୋଇଗଲେ ରୋଶନ୍‌ ଓ ମୁନିଆ

କ୍ଷୁଦ୍ର ଚଳଚ୍ଚିତ୍ରରୁ ଓଲିଉଡ୍‌ ସିନେମା ପର୍ଯ୍ୟନ୍ତ ସବୁଥିରେ ଚମତ୍କାର ଅଭିନୟ କରିଛନ୍ତି ରୋଶନ ଓ ମୁନିଆ। ଏମାନେ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ଘରେ ଘରେ ପାରଚିତ।

ଅଦ୍ୟତନ ହୋଇଛି
Roshan and Munia

Roshan and Munia

Advertisment

ମିଛି ମିଛିକା ବାହାଘର ସତ ହେଲା! ରିଲ୍‌ ଲାଇଫ୍‌ରୁ ରିଏଲ୍‌ ଲାଇଫ୍‌ର ପତି-ପତ୍ନୀ ହେଲେ ଅଭିନେତା ରୋଶନ୍‌ ଭରଦ୍ୱାଜ ଓ ଅଭିନେତ୍ରୀ ମୁନିଆ ପାଣିଗ୍ରାହୀ। ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ ପଡ଼ିଛି ହାତ ଗଣ୍ଠି। ଆଉ ମୁନିଆଙ୍କ ବେକରେ ବରଣା ମାଳ ପକାଇଛନ୍ତି ରୋଶନ୍‌।

Advertisment

କ୍ଷୁଦ୍ର ଚଳଚ୍ଚିତ୍ରରୁ ଓଲିଉଡ୍‌ ସିନେମା ପର୍ଯ୍ୟନ୍ତ ସବୁଥିରେ ଚମତ୍କାର ଅଭିନୟ କରିଛନ୍ତି ରୋଶନ ଓ ମୁନିଆ। ଏମାନେ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ଘରେ ଘରେ ପାରଚିତ। ରୋଶନ ଓ ମୁନିଆ ବିଶେଷ କରି ହାସ୍ୟରସାତ୍ମକ କ୍ଷୁଦ୍ର ଚଳଚ୍ଚିତ୍ର ତିଆରି କରି ସୋଶଲ ମିଡ଼ିଆର ସେନସେସନ ପାଲଟି ଯାଇଥିଲେ।

ରିଲ୍‌ ଲାଇଫରେ ସ୍ୱାମୀ-ସ୍ତ୍ରୀ ଭାବରେ ଚମତ୍କାର ଅଭିନୟ କରୁଥିବା ରୋଶନ ଓ ମୁନିଆଙ୍କୁ ଦର୍ଶକ ମଧ୍ୟ ପସନ୍ଦ କରୁଥିଲେ। ଏପରିକି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତୁ ବୋଲି ଅନେକ ପ୍ରଶଂସକ ସୋଶାଲ ମିଡ଼ିଆରେ ଅନୁରୋଧ କରୁଥିଲେ। ପ୍ରଶଂସକଙ୍କ ଅନରୋଧ ସତରେ ପରିଣତ ହୋଇଛି। ରିଲ ଲାଇଫରେ ଅଭିନୟ କରୁ କରୁ ନୁହେଁ ପରସ୍ପର ପ୍ରେମରେ ପଡି ଯାଇଥିଲେ। ଆଉ ଶେଷରେ ପରିବାର ଲୋକଙ୍କ ସ୍ୱୀକୃତିରେ ବାହାଘର କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

Advertisment

ରୋଶନଙ୍କ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ହୋଇଥିବା ବେଳେ ମୁନିଆ ସୋନପୁର ଜିଲ୍ଲାର ଝିଅ। ବୁଧବାର କଣ୍ଟାବାଞ୍ଜିରୁ ବରଯାତ୍ରୀ ସୋନପୁର ଯାଇଥିଲା। ସେଠାରେ ବୈଦିକ ରୀତିନୀତିରେ ବାହାଘର ହୋଇଯାଇଛି। ରିଲ ଲାଇଫର ଦୁଇ ସୁପରହିଟ ଯୋଡିଙ୍କୁ ରିଅଲ ଲାଇଫ୍‌ରେ ଦେଖି ପ୍ରଶଂସକ ବେଶ ଖୁସି।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Ollywood Actor Balangir Tollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe