ଟିକା ଆସିବା ପରେ ହିଁ ବିବାହ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ଟିକା ଆସିଲେ ହିଁ ବିବାହ କରିବି । ଟିକାର ସଫଳ ପରୀକ୍ଷଣ ପରେ ମୁଁ ସାତ ଫେରା ନେବି । ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ରିଚା ଚଡ୍ଡା । ଅଭିନେତା ଅଲ୍ଲି ଫେଜଲଙ୍କ ସହ ବିବାହକୁ ନେଇ ନିକଟରେ ଏକ ସାକ୍ଷାତକାରରେ ରିଚା ଏଭଳି କହିଛନ୍ତି। ଗତ ମାର୍ଚ୍ଚ ମାସରେ ଅଭିନେତା ଅଲ୍ଲି ଫେଜଲଙ୍କ ସହ ବିବାହ କରିଥାନ୍ତେ ରିଚା ଚଡ୍ଡା । ସବୁ କିଛି ଠିକ୍ ହୋଇସାରିଥିଲା । […]

wedding

Madhupriya Mistry
  • Published: Monday, 21 December 2020
  • , Updated: 21 December 2020, 11:20 AM IST

ମୁମ୍ବାଇ: କରୋନା ଟିକା ଆସିଲେ ହିଁ ବିବାହ କରିବି । ଟିକାର ସଫଳ ପରୀକ୍ଷଣ ପରେ ମୁଁ ସାତ ଫେରା ନେବି । ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ରିଚା ଚଡ୍ଡା । ଅଭିନେତା ଅଲ୍ଲି ଫେଜଲଙ୍କ ସହ ବିବାହକୁ ନେଇ ନିକଟରେ ଏକ ସାକ୍ଷାତକାରରେ ରିଚା ଏଭଳି କହିଛନ୍ତି।

ଗତ ମାର୍ଚ୍ଚ ମାସରେ ଅଭିନେତା ଅଲ୍ଲି ଫେଜଲଙ୍କ ସହ ବିବାହ କରିଥାନ୍ତେ ରିଚା ଚଡ୍ଡା । ସବୁ କିଛି ଠିକ୍ ହୋଇସାରିଥିଲା । ତାରିଖ ମଧ୍ୟ ଫିକ୍ସ ହୋଇଯାଇଥିଲା କିନ୍ତୁ ମହାମାରୀ କରୋନା ସବୁ ବିଗାଡି ଦେଇଥିଲା ।  କରୋନା ଯୋଗୁଁ ଦୁହିଁଙ୍କୁ ବିବାହ ଟାଳିବାକୁ ପଡିଥିଲା । ଏବେ ରିଚା ନିଜ ବିବାହକୁ ନେଇ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସବୁ କିଛି ନ୍ୟୁ ନର୍ମାଲ ହେଲାଣି । କିନ୍ତୁ କରୋନା ଟିକା ଆସିବା ପରେ ଚିନ୍ତା କମିବ । ଏହାପରେ ହିଁ ଲୋକେ ନିଜକୁ ସୁରକ୍ଷିତ ମନେ କରିବେ । ଟିକାର ସଫଳ ପରୀକ୍ଷଣ ହେବା ପରେ ହିଁ ବିବାହ କରିବାକୁ ମୁଁ ଚିନ୍ତା କରିବି ବୋଲି ସେ କହିଛନ୍ତି ।

ଅପକମିଂ ବାୟୋପିକ ଫିଲ୍ମ ‘ଶକିଲା’କୁ ନେଇ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ରିଚା ଚଡ୍ଡା । ସାଉଥର ୯୦ ଦଶକର ଆଡଲ୍ଟ ଷ୍ଟାର ଶକିଲାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ହିନ୍ଦୀ ସମେତ ଅନ୍ୟ ୪ଟି ଭାଷାରେ ୧୦୦୦ ସ୍କ୍ରିନରେ ରିଲିଜ ହେବ । ଏହି ଫିଲ୍ମର ଲିଡ ରୋଲରେ ପଙ୍କଜ ତ୍ରିପାଠୀ ଅଛନ୍ତି । ଇନ୍ଦ୍ରଜୀତ ଲଙ୍କେସଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ଡିସେମ୍ବର ୨୫ରେ ବଡ ପରଦାରେ ରିଲିଜ ହେବ  ।

Related story