Advertisment

ପେଣ୍ଟିଂ ନିଲାମ କରି ଦିନ ମଜୁରିଆଙ୍କୁ ସାହାଯ୍ୟ କରିବେ ସୋନାକ୍ଷୀ

ମୁମ୍ବାଇ: କରୋନା ଭାଇରସ୍ ବିରୋଧରେ ଏବେ ବିଶ୍ୱବ୍ୟାପୀ ଯୁଦ୍ଧ ଚାଲିଛି। ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତ ସରକାର ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଦେଶର ବିଭିନ୍ନ ବର୍ଗର ଲୋକେ ବି ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସେମାନଙ୍କ ମଧ୍ୟରେ ବଲିଉଡ୍‌ର ବହୁ ସେଲେବ୍ରିଟି ସାମିଲ ଅଛନ୍ତି। କରୋନା ମୁକାବିଲ ପାଇଁ ବର୍ତ୍ତମାନ ଦେଶରେ ଲକ୍‌ଡାଉନ୍ ଚାଲିଥିବା ବେଳେ ଶ୍ରମିକମାନେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବହୁ ସେଲେବ୍ରିଟି […]

ପେଣ୍ଟିଂ ନିଲାମ କରି ଦିନ ମଜୁରିଆଙ୍କୁ ସାହାଯ୍ୟ କରିବେ ସୋନାକ୍ଷୀ

sonaxi

Advertisment

ମୁମ୍ବାଇ: କରୋନା ଭାଇରସ୍ ବିରୋଧରେ ଏବେ ବିଶ୍ୱବ୍ୟାପୀ ଯୁଦ୍ଧ ଚାଲିଛି। ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତ ସରକାର ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଦେଶର ବିଭିନ୍ନ ବର୍ଗର ଲୋକେ ବି ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସେମାନଙ୍କ ମଧ୍ୟରେ ବଲିଉଡ୍‌ର ବହୁ ସେଲେବ୍ରିଟି ସାମିଲ ଅଛନ୍ତି।

Advertisment

କରୋନା ମୁକାବିଲ ପାଇଁ ବର୍ତ୍ତମାନ ଦେଶରେ ଲକ୍‌ଡାଉନ୍ ଚାଲିଥିବା ବେଳେ ଶ୍ରମିକମାନେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବହୁ ସେଲେବ୍ରିଟି ସହାୟତାର ହାତ ବଢ଼ାଇଛନ୍ତି। କିଏ ସେମାନଙ୍କୁ ଆର୍ଥିକ ସାହାଯ୍ୟ ଦେଇଛନ୍ତି ତ କିଏ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦେଉଛନ୍ତି। ଏହି ଧାରାରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମଧ୍ୟ ଯୋଡ଼ି ହୋଇଛନ୍ତି।

https://twitter.com/sonakshisinha/status/1261181056629301249?s=20

ସୋନାକ୍ଷୀ ସୋଶାଲ୍ ମିଡିଆରେ ଏକ ଭିଡିଓ ଶେଆର୍ କରି କହିଛନ୍ତି, 'ମୁଁ କାନ୍‌ଭାସ୍ ଏବଂ ସ୍କେଚ୍ ନିଲାମ କରିବାକୁ ନିଷ୍ପତ୍ତି ନେଇଛି, ଯାହା ମୁଁ ମନପ୍ରାଣ ଢାଳି ପ୍ରସ୍ତୁତ କରିଛି। ଏହି ନିଲାମରୁ ଯେଉଁ ଅର୍ଥ ମିଳିବ ସେଥିରେ ଦିନ ମଜୁରିଆମାନଙ୍କୁ ରାସନ୍ ଯୋଗାଇ ଦିଆଯିବ।’

Advertisment

ସୋନାକ୍ଷୀ ଆହୁରି କହିଛନ୍ତି, 'ଯଦି ଆମେ ଅନ୍ୟମାନଙ୍କ କାମରେ ଆସିପାରୁ ନାହୁଁ, ତା’ହେଲେ ଆମେ କ’ଣ ଭଲ? ମୋ କଳା ମୋ ପାଇଁ ଏକ ସୁରକ୍ଷିତ ସ୍ଥାନ। ଏହା ମୋର ଚିନ୍ତାଧାରାକୁ ପରିପ୍ରକାଶ କରିବାରେ ସାହାଯ୍ୟ କରେ ଏବଂ ମୋତେ ଖୁସି ଦେଇଥାଏ। କଳା ମୋତେ ଶାନ୍ତି ଏବଂ ଆରାମ ପ୍ରଦାନ କରିଥାଏ। ଏହି ଆରାମ ମୁଁ ସେହି ଲୋକଙ୍କ ପାଇଁ ଆଣିବାକୁ ଚାହୁଁଛି, ଯେଉଁମାନଙ୍କ ପାଇଁ ଏହି ଲକ୍‌ଡାଉନ୍‌ ଏକ ଖରାପ ସ୍ୱପ୍ନ ପରି ହୋଇଯାଇଛି, ଯେଉଁମାନଙ୍କର ରୋଜଗାର ନାହିଁ ଓ ଏଥିପାଇଁ ସେମାନେ ନିଜକୁ ଏବଂ ନିଜ ପରିବାର ଚଳାଇବାକୁ ଅସମର୍ଥ। ସେମାନେ ହେଉଛନ୍ତି ଦିନ ମଜୁରିଆ।’

https://www.instagram.com/tv/B_e0rzUgmA9/?utm_source=ig_web_copy_link

ସୋଶାଲ୍ ମିଡିଆରେ ସୋନାକ୍ଷୀଙ୍କର ଏଭଳି ପଦକ୍ଷେପକୁ ବେଶ୍ ପ୍ରଶଂସା କରାଯାଉଛି। ତେବେ ଲକ୍‌ଡାଉନ୍‌ ବେଳେ ସେ ପ୍ରଥମ ଥର ପାଇଁ ଏମିତି କିଛି ଭଲ କାମ କରିବାକୁ ଆଗେଇ ଆସି ନାହାନ୍ତି। ସେ ଡାକ୍ତର ଓ ମେଡିକାଲ୍ କର୍ମଚାରୀଙ୍କ ପାଇଁ PPE କିଟ୍ ଯୋଗାଡ଼ କରିବାକୁ ମଧ୍ୟ ଏକ ଅଭିଯାନ ଚଲାଇଛନ୍ତି। ସେ ତାଙ୍କ ପ୍ରଶଂସକମାନଙ୍କୁ PPE କିଟ୍ ଦାନ କରିବାକୁ ଏକ ନିଆରା ଉପାୟରେ ନିବେଦନ କରିଛନ୍ତି।

ସେ କହିଛନ୍ତି, ‘ବର୍ତ୍ତମାନ ପରିସ୍ଥିତିରେ ଆମ ସମସ୍ତେ କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବା ଆବଶ୍ୟକ। ଯଦି ଆପଣ ୨୫ ରୁ ୧୦୦ କିଟ୍ ଦାନ କରନ୍ତି, ତା’ହେଲେ ମୁଁ ଆପଣଙ୍କୁ ଫେସ୍‌ବୁକ୍ ଜରିଆରେ ଧନ୍ୟବାଦ ଜଣାଇବି। ଯଦି ଆପଣ ୧୦୦ରୁ ୨୦୦ କିଟ୍ ଦିଅନ୍ତି, ତା’ହେଲେ ମୁଁ ଆପଣଙ୍କ ପାଇଁ ଭିଡିଓ ବାର୍ତ୍ତା ପ୍ରସ୍ତୁତ କରିବି। ଆଉ ଯଦି ଆପଣ ୨୦୦ରୁ ଅଧିକ କିଟ୍ ଦାନ କରନ୍ତି, ତା’ହେଲେ ମୁଁ ଆପଣଙ୍କ ସହ ଭିଡିଓ କଲ୍ କରିବି।’

ସୂଚନାଯୋଗ୍ୟ, ଏହି ଅଭିଯାନ ମାଧ୍ୟମରେ ସୋନାକ୍ଷୀ ୧୦୦୦ PPE କିଟ୍ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe