Advertisment

କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବାକୁ ସୋନାକ୍ଷୀଙ୍କ ନିଆରା ଅଭିଯାନ

ମୁମ୍ବାଇ: କରୋନା ଭାଇରସ୍ ବିରୁଦ୍ଧରେ ଏବେ ବିଶ୍ୱବ୍ୟାପି ଯୁଦ୍ଧ ଚାଲିଛି। ଆଉ ଏଥରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଚନ୍ତି ଜରୁରୀ ସେବା ପ୍ରଦାନକାରୀ କର୍ମଚାରୀ। ବିଶେଷ କରି ଡାକ୍ତରମାନେ ନିଜ ଜୀବନକୁ ସଂକଟରେ ପକାଇ କରୋନା ରୋଗୀମାନଙ୍କ ଜୀବନ ବଞ୍ଚାଉଛନ୍ତି। ତେବେ ଏହି ଡାକ୍ତରମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ସୋନାକ୍ଷୀ ଡାକ୍ତରଙ୍କ ପାଇଁ PPE କିଟ୍ ଦେବାକୁ ଘୋଷଣା କରିଛନ୍ତି। ଜଣାଇଦେବାକୁ ଚାହୁଁ,  କରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ PPE […]

author-image
Chinmayee Roy
କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବାକୁ ସୋନାକ୍ଷୀଙ୍କ ନିଆରା ଅଭିଯାନ

SONAXI

ମୁମ୍ବାଇ: କରୋନା ଭାଇରସ୍ ବିରୁଦ୍ଧରେ ଏବେ ବିଶ୍ୱବ୍ୟାପି ଯୁଦ୍ଧ ଚାଲିଛି। ଆଉ ଏଥରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଚନ୍ତି ଜରୁରୀ ସେବା ପ୍ରଦାନକାରୀ କର୍ମଚାରୀ। ବିଶେଷ କରି ଡାକ୍ତରମାନେ ନିଜ ଜୀବନକୁ ସଂକଟରେ ପକାଇ କରୋନା ରୋଗୀମାନଙ୍କ ଜୀବନ ବଞ୍ଚାଉଛନ୍ତି। ତେବେ ଏହି ଡାକ୍ତରମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ସୋନାକ୍ଷୀ ଡାକ୍ତରଙ୍କ ପାଇଁ PPE କିଟ୍ ଦେବାକୁ ଘୋଷଣା କରିଛନ୍ତି।

Advertisment

ଜଣାଇଦେବାକୁ ଚାହୁଁ,  କରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ PPE କିଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର, ଯାହା ମେଡିକାଲ୍ କର୍ମଚାରୀଙ୍କୁ ଏହି ଭୟଙ୍କର ମହାମାରୀରୁ ରକ୍ଷା କରିଥାଏ। ତେଣୁ ଏହାର ଆବଶ୍ୟକତାକୁ ଧ୍ୟାନରେ ରଖି ସୋନାକ୍ଷୀ ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ସେ ମନୀଷ ମୁନ୍ଦ୍ରା ଓ ଅତୁଲ୍ କସାବେକରଙ୍କ ସହ ମିଶି  ଡାକ୍ତରଙ୍କ ସହାୟତା କରିବାକୁ ଚେଷ୍ଟା କରିଛନ୍ତି। ସେ ଏକ ଭିଡିଓ ମାଧ୍ୟମରେ ତାଙ୍କର ପ୍ରଶଂସକଙ୍କୁ ଏହି କଠିନ ସମୟରେ ଏକାଠି ହୋଇ କରୋନା ଯୋଦ୍ଧାଙ୍କୁ ସହାୟତା କରିବାକୁ ଅପିଲ୍ କରିଛନ୍ତି। ସୋନାକ୍ଷୀ କହିଛନ୍ତି, ‘ବର୍ତ୍ତମାନ ଆମେ କଠିନ ସମୟ ସହ ସଂଘର୍ଷ କରୁଛୁ। ଦେଶରେ କରୋନା ବିରୁଦ୍ଧରେ ବଡ଼ ଯୁଦ୍ଧ ଚାଲିଛି। ଏହା  ଭିତରେ ଖବର ମିଳିଛି ଯେ ଆମର ଡାକ୍ତରଙ୍କ ପାଇଁ PPE କିଟ୍ ଅଭାବ ଅଛି। ଏଭଳି ପରିସ୍ଥିତିରେ, ଯଦି ଜଣେ ବି ଡାକ୍ତରଙ୍କୁ କରୋନା ହୁଏ, ତେବେ ଅନେକ ଡାକ୍ତର ଏବଂ ନର୍ସଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ଏମିତି ହେଲେ ଆମର ଚିକିତ୍ସା କିଏ କରିବ?’

https://www.instagram.com/tv/B_e0rzUgmA9/?utm_source=ig_web_copy_link

ସୋନାକ୍ଷୀ ତାଙ୍କ ପ୍ରଶଂସକମାନଙ୍କୁ ଦାନ କରିବାକୁ ଏକ ନିଆରା ଉପାୟରେ ନିବେଦନ କରିଛନ୍ତି। ସେ କହିଛନ୍ତି, ‘ବର୍ତ୍ତମାନ ପରିସ୍ଥିତିରେ ଆମ ସମସସ୍ତଙ୍କୁ କରୋନା ଯୋଦ୍ଧାଙ୍କ ସାହାଯ୍ୟ କରିବା ଆବଶ୍ୟକ। ତେଣୁ ଯଦି ଆପଣ ୨୫ ରୁ ୧୦୦ କିଟ୍ ଦାନ କରନ୍ତି ତେବେ ମୁଁ ଆପଣଙ୍କୁ ଫେସବୁକ୍ ଜରିଆରେ ଧନ୍ୟବାଦ ଜଣାଇବି। ଯଦି ଆପଣ ୧୦୦ରୁ ୨୦୦ କିଟ୍ ଦିଅନ୍ତି, ତେବେ ମୁଁ ଆପଣଙ୍କ ପାଇଁ ଭିଡିଓ ବାର୍ତ୍ତା ପ୍ରସ୍ତୁତ କରିବି। ଆଉ ଯଦି ଆପଣ ୨୦୦ରୁ ଅଧିକ କିଟ୍ ଦାନ କରନ୍ତି, ତେବେ ମୁଁ ଆପଣଙ୍କ ସହ ଭିଡିଓ କଲ୍ କରିବି।’ ଜଣାଇଦେବାକୁ ଚାହୁଁ ଏହି ଅଭିଯାନ ମାଧ୍ୟମରେ ସୋନାକ୍ଷୀ ୧୦୦୦ PPE କିଟ୍ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି।

Advertisment

https://www.instagram.com/p/B-_ra8yAXlU/?utm_source=ig_web_copy_link

କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବାକୁ ସୋନାକ୍ଷୀଙ୍କ ଏହି ଅଭିନବ ପଦକ୍ଷେପ ସମସ୍ତଙ୍କ ହୃଦୟ ଜିତୁଛି। ତାଙ୍କର ଏହି ପଦକ୍ଷେପ ନିଜ ଜୀବନକୁ ବିପଦରେ ପକାଇ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଦିନରାତି କାର୍ଯ୍ୟ କରୁଥିବା ଡାକ୍ତରଙ୍କ ପାଇଁ ଏକ ବଡ଼ ସାହାଯ୍ୟ ବୋଲି ପ୍ରମାଣିତ ହୋଇପାରେ। ସୂଚନାଯୋଗ୍ୟ, ସୋନାକ୍ଷୀଙ୍କ ପୂର୍ବରୁ ଅଭିନେତ୍ରୀ ବିଦ୍ୟା ବାଲନ୍ ମଧ୍ୟ ଏ ହଜାର PPE କିଟ୍ ଦାନ କରିଥିଲେ।