Advertisment

ଅଭିନେତ୍ରୀ ଶ୍ରୀଲା ମଜୁମଦାରଙ୍କ ପରଲୋକ

ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।

Sreela Majumdar

Sreela Majumdar

Advertisment

ମୃଣାଳ ସେନ, ଶ୍ୟାମ ବେନେଗଲ ଓ ପ୍ରକାଶ ଝାଙ୍କ ଭଳି ଫିଲ୍ମ ନିର୍ମାତାମାନଙ୍କର ପ୍ରିୟ ଅଭିନେତ୍ରୀ ଶ୍ରୀଲା ମଜୁମଦାରଙ୍କର ପରଲୋକ ହୋଇଯାଇଛି। ଆଜି ସେ ତାଙ୍କ କୋଲକାତା ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଗତ ତିନି ବର୍ଷ ହେଲାଣି ସେ କ୍ୟାନସରରେ ପୀଡ଼ିତ ଥିଲେ।

Advertisment

ପ୍ରଖ୍ୟାତ ନିର୍ଦ୍ଦେଶକ ମୃଣାଳ ସେନଙ୍କ ଫିଲ୍ମ ‘ଏକଦିନ ପ୍ରତିଦିନ’, ‘ଖାରିଜ’ ଓ ‘ଅକାଲେର ସାନ୍ଧାନେ’ରେ ଅଭିନୟ କରି ବହୁ ପ୍ରଶଂସିତ ହୋଇଥିଲେ ଶ୍ରୀଲା ମଜୁମଦାର।

୧୯୮୩ରେ ରିଲିଜ୍ ହୋଇଥିବା ଶ୍ୟାମ ବେନେଗଲଙ୍କ ଫିଲ୍ମ ‘ମଣ୍ଡି’ରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିଲେ ଶ୍ରୀଲା ମଜୁମଦାର। ସେହିବର୍ଷ ଉତ୍ପଳେନ୍ଦୁ ଚକ୍ରବର୍ତ୍ତୀଙ୍କ ବଙ୍ଗାଳୀ ଫିଲ୍ମ ‘ଚୋଖ’ରେ ମଧ୍ୟ ସେ ଅଭିନୟ କରିଥିଲେ। ସେହିପରି ୧୯୮୫ରେ ପ୍ରକାଶ ଝା’ଙ୍କ ଫିଲ୍ମ ‘ଦାମୁଲ’ରେ ଅଭିନୟ କରିଥିଲେ ଶ୍ରୀଲା ମଜୁମଦାର।

Advertisment

ତାଙ୍କର ଶେଷ ଫିଲ୍ମ ଥିଲା ‘ପାଲନ’, ଯାହା ଗତବର୍ଷ ରିଲିଜ୍ ହୋଇଥିଲା। କୌଶିକ ଗାଙ୍ଗୁଲି ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହା ‘ଏକଦିନ୍ ପ୍ରତିଦିନ୍‌’ର ସିକ୍ୱେଲ ଥିଲା। ସେ ମୋଟ ୪୩ଟି ଫିଲ୍ମରେ ଅଭିନୟ କରିଥିଲେ।

ଶ୍ରୀଲା ମଜୁମଦାରଙ୍କ ପରଲୋକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଶ୍ରୀଲା ଉଚ୍ଚକୋଟୀର ଅଭିନେତ୍ରୀ ଥିଲେ। ଅନେକ ବଢ଼ିଆ ଭାରତୀୟ ଫିଲ୍ମରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ମୃତ୍ୟୁ ବଙ୍ଗାଳୀ ଚଳଚ୍ଚିତ୍ର ଜଗତ ପାଇଁ ବହୁତ ବଡ଼ କ୍ଷତି। ଆମେ ସମସ୍ତେ ତାଙ୍କୁ ମନେ ପକାଇବୁ। ତାଙ୍କ ପରିବାର ଲୋକଙ୍କୁ ମୁଁ ସମବେଦନା ଜଣାଉଛି।

Sreela Majumdar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe