Advertisment

ସୁନ୍ଦର ଛବି ଆଙ୍କିବାରେ ପାରଙ୍ଗମ ସୂର୍ଯ୍ୟମୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ସୂର୍ଯ୍ୟମୟୀ ଦେଖିବାକୁ ଖୁବ୍‌ ସୁନ୍ଦର। ଆଉ ତାଙ୍କ ପେଣ୍ଟିଂଗୁଡ଼ିକ ତାଙ୍କଠାରୁ ବି ସୁନ୍ଦର। ଆପଣମାନଙ୍କ ମଧ୍ୟରୁ କେହି କେହି ହୁଏତ ଜାଣି ନଥିବେ ଯେ ସୂର୍ଯ୍ୟମୟୀ ଜଣେ ଚିତ୍ରକର। ଭିନ୍ନ ଭିନ୍ନ ରଙ୍ଗକୁ ନେଇ କାନ୍‌ଭାସ୍‌ରେ ସେ ଖୁବ୍‌ ସୁନ୍ଦର ପେଣ୍ଟିଂ କରିପାରନ୍ତି। ନିକଟରେ ସେ ପେଣ୍ଟିଂ କରିବାର ଏକ ଝଲକ୍‌ ଆମକୁ ଦେଖିବାକୁ ମିଳିଥିଲା। ଆମ କ୍ୟାମେରା ସାମ୍ନାରେ ସେ ଜଗନ୍ନାଥଙ୍କର ଏକ ସୁନ୍ଦର ଚିତ୍ର କରିଥିଲେ। କଳା, ଧଳା, […]

ସୁନ୍ଦର ଛବି ଆଙ୍କିବାରେ ପାରଙ୍ଗମ ସୂର୍ଯ୍ୟମୟୀ

suryamayee mohapatra

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ସୂର୍ଯ୍ୟମୟୀ ଦେଖିବାକୁ ଖୁବ୍‌ ସୁନ୍ଦର। ଆଉ ତାଙ୍କ ପେଣ୍ଟିଂଗୁଡ଼ିକ ତାଙ୍କଠାରୁ ବି ସୁନ୍ଦର। ଆପଣମାନଙ୍କ ମଧ୍ୟରୁ କେହି କେହି ହୁଏତ ଜାଣି ନଥିବେ ଯେ ସୂର୍ଯ୍ୟମୟୀ ଜଣେ ଚିତ୍ରକର। ଭିନ୍ନ ଭିନ୍ନ ରଙ୍ଗକୁ ନେଇ କାନ୍‌ଭାସ୍‌ରେ ସେ ଖୁବ୍‌ ସୁନ୍ଦର ପେଣ୍ଟିଂ କରିପାରନ୍ତି।

Advertisment

ନିକଟରେ ସେ ପେଣ୍ଟିଂ କରିବାର ଏକ ଝଲକ୍‌ ଆମକୁ ଦେଖିବାକୁ ମିଳିଥିଲା। ଆମ କ୍ୟାମେରା ସାମ୍ନାରେ ସେ ଜଗନ୍ନାଥଙ୍କର ଏକ ସୁନ୍ଦର ଚିତ୍ର କରିଥିଲେ। କଳା, ଧଳା, ହଳଦିଆ ଓ ନାଲି ରଙ୍ଗ ଦେଇ ସେ ଏହି ଚିତ୍ରଟିକୁ ଆଙ୍କିଥିଲେ (ଚିତ୍ରଟି ତଳେ ଦିଆଯାଇଛି)। ଆପଣ ଯଦି ସୂର୍ଯ୍ୟମୟୀଙ୍କ ଘରକୁ ଯିବେ, ତା’ହେଲେ ସେଠାରେ ସେ ତିଆରି କରିଥିବା ବହୁତ ଚିତ୍ର ଦେଖିବାକୁ ପାଇବେ।

publive-imageକେବେଠୁ ଆରମ୍ଭ ହେଲା ଏ ନିଶା?

ସ୍କୁଲରେ ପଢୁଥିବା ବେଳେ ଦିନେ ସୂର୍ଯ୍ୟମୟୀଙ୍କୁ ସ୍କୁଲ ଶିକ୍ଷକ ଏକ ଫୁଲଦାନିର ଚିତ୍ର ତିଆରି କରି ଆଣିବାକୁ କହିଥିଲେ। ସେତେବେଳେ ସୂର୍ଯ୍ୟମୟୀଙ୍କୁ ଚିତ୍ର ଅଙ୍କିବା ଆସୁ ନଥିଲା। ତେଣୁ ସେ ତାଙ୍କ ବଡ଼ ଭଉଣୀଙ୍କୁ ଫୁଲଦାନିର ଚିତ୍ର ଆଙ୍କି ଦେବାକୁ କହିଥିଲେ। ତାଙ୍କ ଭଉଣୀ ବି ତାଙ୍କ କଥା ମାନି ଏକ ସୁନ୍ଦର ଫୁଲଦାନିର ଚିତ୍ର ଆଙ୍କି ଦେଇଥିଲେ।

Advertisment

publive-imageତା’ପର ଦିନ ସ୍କୁଲରେ ସାର୍‌ ସେହି ଚିତ୍ରଟି ଦେଖି ଖୁସି ହୋଇଯାଇଥିଲେ ଏବଂ ସୂର୍ଯ୍ୟମୟୀଙ୍କୁ ଠିଆ କରାଇ ସାବାସି ଦେଇଥିଲେ। ସୂର୍ଯ୍ୟମୟୀଙ୍କ ପରି ସୁନ୍ଦର ଚିତ୍ର ଆଙ୍କିବାକୁ ସେ ଅନ୍ୟ ପିଲାମାନଙ୍କୁ କହିଥିଲେ।

publive-imageଶିକ୍ଷକଙ୍କ ପ୍ରଶଂସା ସୂର୍ଯ୍ୟମୟଙ୍କୁ ଚିତ୍ର ଆଙ୍କିବାକୁ ପ୍ରୋତ୍ସାହିତ କରିଥିଲା। ତା’ପରଠୁ ସେ ଧୀରେ ଧିରେ ଚିତ୍ର ଆଙ୍କିବା ଆରମ୍ଭ କଲେ। କୌଣସି ପ୍ରକାର ପ୍ରଶିକ୍ଷଣ ନେଇ ନଥିଲେ ବି ଅଭ୍ୟାସ ଦ୍ୱାରା ସୂର୍ଯ୍ୟମୟୀ ଖୁବ୍‌ ସୁନ୍ଦର ଚିତ୍ର ଆଙ୍କିପାରନ୍ତି। ଅବସର ସମୟରେ ଘରେ ସେ ଚିତ୍ର ଆଙ୍କିବାକୁ ଭଲ ପାଆନ୍ତି।  (ଦେଖନ୍ତୁ ଭିଡ଼ିଓ)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe