Advertisment

ସୋନୁଙ୍କ ପରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସ୍ୱରା

ମୁମ୍ବାଇ: ବର୍ତ୍ତମାନ ସାରା ଦେଶରେ ଲକଡାଉନ ଚାଲିଥିବା ଯୋଗୁ ପ୍ରବାସୀ ଶ୍ରମିକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ପ୍ରବାସୀ ଶ୍ରମିକ ମାଇଲ ମାଇଲ୍ ଚାଲି ନିଜ ଗାଁକୁ ଯାଉଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଡ୍ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରୁଛନ୍ତି। କିଛିଦିନ ହେବ ସେ ଲଗାତାର ଭାବେ ନିଜେ କିଛି ବସ୍ ଯୋଗାଡ଼ କରି ଶ୍ରମିକମାନଙ୍କୁ ଓ ଛାତ୍ରମାନଙ୍କୁ ଘରକୁ ପଠାଉଛନ୍ତି। ତେବେ ବର୍ତ୍ତମାନ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ […]

ସୋନୁଙ୍କ ପରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସ୍ୱରା

swara

Advertisment

ମୁମ୍ବାଇ: ବର୍ତ୍ତମାନ ସାରା ଦେଶରେ ଲକଡାଉନ ଚାଲିଥିବା ଯୋଗୁ ପ୍ରବାସୀ ଶ୍ରମିକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ପ୍ରବାସୀ ଶ୍ରମିକ ମାଇଲ ମାଇଲ୍ ଚାଲି ନିଜ ଗାଁକୁ ଯାଉଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଡ୍ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରୁଛନ୍ତି। କିଛିଦିନ ହେବ ସେ ଲଗାତାର ଭାବେ ନିଜେ କିଛି ବସ୍ ଯୋଗାଡ଼ କରି ଶ୍ରମିକମାନଙ୍କୁ ଓ ଛାତ୍ରମାନଙ୍କୁ ଘରକୁ ପଠାଉଛନ୍ତି। ତେବେ ବର୍ତ୍ତମାନ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଓଏହି ଧାରାରେ ସାମିଲ୍ ହୋଇଛନ୍ତି।  ସ୍ୱରା ଏବେ ସୁଦ୍ଧା ପ୍ରାୟ ଏକ ହଜାର ଶ୍ରମିକଙ୍କୁ ତାଙ୍କ ଘରେ ପହଞ୍ଚାଇଦେଇଛନ୍ତି।

Advertisment

https://twitter.com/ReallySwara/status/1266112033931407360?s=20

ନିକଟରେ ଏକ ସାକ୍ଷାତକାରରେ ସ୍ୱରା କହିଛନ୍ତି ଯେ ଲକଡାଉନ୍ ସମୟରେ ସେ ଘରେ ଥିବାବେଳେ ରାସ୍ତାରେ ଲୋକମାନଙ୍କୁ ଏପରି ହଇରାଣ ହେଉଥିବା ଦେଖି ତାଙ୍କୁ ବହୁତ ଖରାପ ଲାଗୁଥିଲା। ସେ କହିଛନ୍ତି, 'ଯେଉଁ ସମୟରେ ଲକ୍ଷ ଲକ୍ଷ ଲୋକ ରାସ୍ତାରେ ଅଛନ୍ତି, ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ମୁଁ ଘରେ ବସି ଲଜ୍ୟା ଅନୁଭବ କଲି। ଏହି ସଙ୍କଟ ଆମ ସିଷ୍ଟମରେ ଥିବା ତ୍ରୁଟିକୁ ସାମ୍ନାକୁ ଆଣିଛି।' ସ୍ୱରା କିଛି ଦିନ ପୂର୍ବରୁ ରାସ୍ତାରେ ଚାଲୁଥିବା ଲୋକଙ୍କୁ 500 ଯୋଡ଼ା ଜୋତା ମଧ୍ୟ ଦାନ କରିଥିଲେ।

https://www.instagram.com/p/CAmq6S3JvRa/?utm_source=ig_web_copy_link

ସୂଚନାଯୋଗ୍ୟ, ସ୍ୱରା ଭାସ୍କର ଟ୍ୱିଟରରେ ବହୁତ ସକ୍ରିୟ ରୁହନ୍ତି। ସମସାମୟିକ ପ୍ରସଙ୍ଗରେ ସେ ସର୍ବସାଧାରଣଙ୍କ ନିକଟରେ ନିଜର ମତ ପ୍ରକାଶ କରିଥାନ୍ତି। ସ୍ୱରାଙ୍କ ପ୍ରାୟ ଟ୍ୱିଟ୍ ବ୍ରେକିଂ ନ୍ୟୁଜ୍ ପାଲଟିଯାଏ। ବହୁଲୋକ ତାଙ୍କ ଟ୍ୱିଟ୍ ଫଲୋ କରିବା ସହ ଏଥିରେ କମେଣ୍ଟ ମଧ୍ୟ ଦେଇଥାନ୍ତି। ତେବେ ଦେଶର ଏଭଳି କଠିନ ପରିସ୍ଥିତିରେ ତାଙ୍କର ଉଦାରତା ଲୋକଙ୍କ ମନ ଜିତୁଛି। ସୋଶାଲ୍ ମିଡିଆରେ ସମସ୍ତେ ସ୍ୱରାଙ୍କ ଏହି ମହତ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe