Advertisment

ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଲେ ଏହି ଦୁଇ ବଲିଉଡ୍‌ ଅଭିନେତ୍ରୀ

ମୁମ୍ୱାଇ : ଗତ କିଛିଦିନ ଧରି ଦିଲ୍ଲୀର ଜବାହାର୍‌ ଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ୍‌ ଓ ଅନ୍ୟାନ୍ୟ ଫିସ୍‌ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସୋମବାର ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ସଂସଦ ଗୃହ ଆଡ଼କୁ ଯାତ୍ରା କରିଥିଲେ। ଯାହାକୁ ନେଇ ପୁଲିସ ଓ ଛାତ୍ରଛାତ୍ରୀ ମୁହାଁମୁହିଁ ହେବା ଦେଖିବାକୁ ମିଳିଥିଲା। ସାରାଦେଶରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କର ଓ ପୂଜା ଭଟ୍ଟ ନିଜର […]

ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଲେ ଏହି ଦୁଇ ବଲିଉଡ୍‌ ଅଭିନେତ୍ରୀ

puja

Advertisment

ମୁମ୍ୱାଇ : ଗତ କିଛିଦିନ ଧରି ଦିଲ୍ଲୀର ଜବାହାର୍‌ ଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ୍‌ ଓ ଅନ୍ୟାନ୍ୟ ଫିସ୍‌ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସୋମବାର ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ସଂସଦ ଗୃହ ଆଡ଼କୁ ଯାତ୍ରା କରିଥିଲେ। ଯାହାକୁ ନେଇ ପୁଲିସ ଓ ଛାତ୍ରଛାତ୍ରୀ ମୁହାଁମୁହିଁ ହେବା ଦେଖିବାକୁ ମିଳିଥିଲା। ସାରାଦେଶରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କର ଓ ପୂଜା ଭଟ୍ଟ ନିଜର ପ୍ରତିକ୍ରିୟା ରଖିଛନ୍ତି।

Advertisment

ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ସ୍ୱରା ଜେଏନ୍‌ୟୁରେ ପାଠ ପଢ଼ୁଥିଲେ। ସ୍ୱରାଙ୍କର ମା’ ଈରା ଭାସ୍କର ମଧ୍ୟ ଜେଏନ୍‌ୟୁରେ ପ୍ରଫେସର ଅଛନ୍ତି। ତେଣୁ ଏହି ବିରୋଧକୁ ନିଜ ଟ୍ୱିଟ୍‌ରେ ଶେଆର୍ କରି ସେ ଲେଖିଛନ୍ତି, ‘ଭାରତର ଗରିବ ଓ ମଧ୍ୟବିତ୍ତ ଶ୍ରେଣୀରେ ଜନ୍ମ ହୋଇଥିବା ପିଲାଙ୍କ ପାଇଁ ଜେଏନ୍‌ୟୁ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। କାହିଁକି ଉନ୍ନତମାନର ଉଚ୍ଚ ଶିକ୍ଷା କେବଳ ଧନୀମାନଙ୍କୁ ଦିଆଯାଉଛି ?’

https://twitter.com/ReallySwara/status/1196735476532596741

ସ୍ୱରାଙ୍କ ବ୍ୟତୀତ ଅଭିନେତ୍ରୀ ପୂଜା ଭଟ୍ଟ ମଧ୍ୟ ଏହି ବିରୋଧକୁ ସମର୍ଥନ କରିଛନ୍ତି। ସେ ଲେଖିଛନ୍ତି, ‘ଶିକ୍ଷା କାହାର ବିଶେଷ ଅଧିକାର ନୁହେଁ। ମୁକ୍ତ ପବନରେ ନିଃଶ୍ୱାସ ନେବା ପରି ଏହା ସମସ୍ତଙ୍କର ଅଧିକାର ଅଟେ। ପୁଲିସ ଜେଏନ୍‌ୟୁର ଛାତ୍ରଛାତ୍ରୀଙ୍କ ସହିତ ଯେଉଁ ପ୍ରକାର କ୍ରୁର ବ୍ୟବହାର କରୁଛି, ତାହା ଦେଖିବା ଅତ୍ୟନ୍ତ ଦୁଃଖଦାୟକ। ପୁଲିସର ଦାୟିତ୍ୱ ସୁରକ୍ଷା ଦେବା, ଏହା ସେମାନେ ଭୁଲି ଯାଇଛନ୍ତି। ହିଂସାର ସାହାଯ୍ୟ କାହିଁକି ନିଆଯାଉଛି ? ତାହା ବି ଛାତ୍ରଛାତ୍ରୀଙ୍କ ସହିତ ?’

Advertisment

https://twitter.com/PoojaB1972/status/1196683820591747072

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe