Advertisment

କରୋନା ଲଢେ଼ଇ ପାଇଁ ୫ କୋଟି ଦେଲେ ଉର୍ବଶୀ

ମୁମ୍ବାଇ: ମହାମାରୀ କରୋନା ବିରୋଧରେ ବର୍ତ୍ତମାନ ସାରା ବିଶ୍ୱରେ ଯୁଦ୍ଧ ଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ଆମେ ଦେଶରେ ବି ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଏହି ଲଢ଼େଇରେ ସରକାରଙ୍କୁ ଅନ୍ୟମାନଙ୍କ ଭଳି ବଲିଉଡ୍ ଷ୍ଟାରମାନେ ମଧ୍ୟ ବିଭିନ୍ନ ପ୍ରକାରର ସାହାଯ୍ୟ କରୁଛନ୍ତି। ସମସ୍ତେ ନିଜ ନିଜ କ୍ଷମତା ଅନୁଯାୟୀ ଅର୍ଥ ଦାନ କରୁଛନ୍ତି ଓ ଗରିବ ଲୋକଙ୍କ ଖାଇବା-ପିଇବା ସୁବିଧା କରୁଛନ୍ତି। ଏବେ ଏଥିରେ ଯୋଡ଼ି ହୋଇଛନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା। ସେ କରୋନା […]

author-image
Chinmayee Roy
କରୋନା ଲଢେ଼ଇ ପାଇଁ ୫ କୋଟି ଦେଲେ ଉର୍ବଶୀ

urvasi

ମୁମ୍ବାଇ: ମହାମାରୀ କରୋନା ବିରୋଧରେ ବର୍ତ୍ତମାନ ସାରା ବିଶ୍ୱରେ ଯୁଦ୍ଧ ଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ଆମେ ଦେଶରେ ବି ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଏହି ଲଢ଼େଇରେ ସରକାରଙ୍କୁ ଅନ୍ୟମାନଙ୍କ ଭଳି ବଲିଉଡ୍ ଷ୍ଟାରମାନେ ମଧ୍ୟ ବିଭିନ୍ନ ପ୍ରକାରର ସାହାଯ୍ୟ କରୁଛନ୍ତି। ସମସ୍ତେ ନିଜ ନିଜ କ୍ଷମତା ଅନୁଯାୟୀ ଅର୍ଥ ଦାନ କରୁଛନ୍ତି ଓ ଗରିବ ଲୋକଙ୍କ ଖାଇବା-ପିଇବା ସୁବିଧା କରୁଛନ୍ତି। ଏବେ ଏଥିରେ ଯୋଡ଼ି ହୋଇଛନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା। ସେ କରୋନା ବିରୋଧୀ ଲଢ଼େଇ ପାଇଁ ୫ କୋଟି ଟଙ୍କା ଦାନ କରିଛନ୍ତି।

Advertisment

https://www.instagram.com/p/CACpkWnAGq_/?utm_source=ig_web_copy_link

ଉର୍ବଶୀ ନିଜ ଇନଷ୍ଟାଗ୍ରାମ ଜରିଆରେ ଟିକଟକ୍ ରେ ହେବାକୁ ଥିବା ଭର୍ଚୁଆଲ୍ ଡ୍ୟାନ୍ସ ମାଷ୍ଟରକ୍ଲାସ୍ ବିଷୟରେ ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ। ଏହି କ୍ଲାସରେ ସେ ଲୋକମାନଙ୍କୁ ଜୁମ୍ବା, ଟବାଟା ଏବଂ ଲାଟିନ୍ ଡ୍ୟାନ୍ସ ଶିଖାଇଥିଲେ।  ତାଙ୍କର ଏହି କ୍ଲାସ ସେ ସମସ୍ତଙ୍କ ପାଇଁ ଖୋଲା ଅଛି ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ଏବଂ ଏହି ଡ୍ୟାନ୍ସ ଫର୍ମ ଶିଖିବାକୁ ଚାହୁଁଛନ୍ତି। ଟିକଟକ୍ ରେ ହୋଇଥିବା ଏହି ଡ୍ୟାନ୍ସ ମାଷ୍ଟର କ୍ଲାସରେ ଉର୍ବଶୀଙ୍କ ସହ 1.8 କୋଟି ଲୋକ ଯୋଗ ଦେଇଥିଲେ। ଏଥିରୁ ତାଙ୍କର 5 କୋଟି ଟଙ୍କା ରୋଜଗାର ହୋଇଥିଲା, ଯାହାକୁ ସେ କରୋନା ଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଦାନ କରିଛନ୍ତି।

https://www.instagram.com/p/B_sGOjWAt9D/?utm_source=ig_web_copy_link

ଏହି ବିଷୟରେ ଉର୍ବଶୀ କହିଛନ୍ତି, 'ମୁଁ କେବଳ ଅଭିନେତା, ରାଜନେତା, ସଂଗୀତଜ୍ଞ କିମ୍ବା ବୃତ୍ତିଗତ ଆଥଲେଟଙ୍କୁ ନୁହେଁ ବରଂ କରୋନା ଜୀବାଣୁ ବିରୁଦ୍ଧ ଯୁଦ୍ଧରେ ଲୋକଙ୍କୁ ସାହାଯ୍ୟ କରୁଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆମେ ପରସ୍ପରକୁ ସାହାଯ୍ୟ କରିବା ଆବଶ୍ୟକ। କୌଣସି ଦାନ ଛୋଟ ନୁହେଁ ହୋଇନଥାଏ। ଆମେ ଏକାଠି ହୋଇ ଏହି ଭାଇରସକୁ ପରାସ୍ତ କରିପାରିବା। CRY, UNICEF ଏବଂ Swadesh Foundation ଭଳି ସଂସ୍ଥା କରୋନା ଭାଇରସ୍ ସହିତ ଜଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି।

Advertisment

ସୂଚନାଯୋଗ୍ୟ, ଉର୍ବଶୀଙ୍କ ବ୍ୟତୀତ ଶାହାରୁଖ ଖାନ୍, ସଲମାନ ଖାନ୍, ଆମୀର ଖାନ୍, ଅକ୍ଷୟ କୁମାର, ବରୁଣ ଧୱନ୍, ରୋହିତ ଶେଟ୍ଟୀ, ବିରାଟ କୋହଲି, ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରା, ଅଜୟ ଦେବଗମନ, କରଣ ଜୋହର, କାର୍ତ୍ତିକ ଆର୍ଯ୍ୟନ, ରକୁଲ ପ୍ରୀତ୍, ବିଦ୍ୟା ବାଲନ୍ ଓ ଆହୁରି ବହୁତ ସେଲେବ୍ରିଟି ଏଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିଛନ୍ତି।