Advertisment

କଥା ଦେଇ କଥା ରଖିଲେ, ନମିତାଙ୍କୁ ଜଗନ୍ନାଥ ଭଜନ ଗାଇବାର ସୁଯୋଗ ଦେଲେ ବର୍ଷା

ଭୁବନେଶ୍ୱର: କୋରାପୁଟ ବନ୍ଧୁ ଗାଁ ବ୍ଲକ୍ ଚିନ୍ତାଗୁଡ଼ାର ଗାଁର ଆଦିବାସୀ ଝିଅ ନମିତା ମେଲେକାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏ ନେଇ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଘୋଷଣା କରିଛନ୍ତି ବର୍ଷା। ସେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ନମିତା ଏକ ଜଗନ୍ନାଥ ଭଜନ ଗାଉଛନ୍ତି। ଏଥିରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏବଂ ଗୀତିକାର ବିଜୟ ମଲ୍ଲ ଅଛନ୍ତି। ନମିତାଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଅଛନ୍ତି। FINALLY […]

କଥା ଦେଇ କଥା ରଖିଲେ, ନମିତାଙ୍କୁ ଜଗନ୍ନାଥ ଭଜନ ଗାଇବାର ସୁଯୋଗ ଦେଲେ ବର୍ଷା

Varsha

Advertisment

ଭୁବନେଶ୍ୱର: କୋରାପୁଟ ବନ୍ଧୁ ଗାଁ ବ୍ଲକ୍ ଚିନ୍ତାଗୁଡ଼ାର ଗାଁର ଆଦିବାସୀ ଝିଅ ନମିତା ମେଲେକାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏ ନେଇ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଘୋଷଣା କରିଛନ୍ତି ବର୍ଷା। ସେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ନମିତା ଏକ ଜଗନ୍ନାଥ ଭଜନ ଗାଉଛନ୍ତି। ଏଥିରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏବଂ ଗୀତିକାର ବିଜୟ ମଲ୍ଲ ଅଛନ୍ତି। ନମିତାଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଅଛନ୍ତି।

Advertisment

https://twitter.com/VarshaPriyadar3/status/1307607272768454656?s=20

ନମିତାଙ୍କ ବାବଦରେ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ ବୋଲି ବର୍ଷା ସୂଚନା ଦେଇଛନ୍ତି। ସେ ନମିତାଙ୍କୁ ଭଉଣୀ ସମ୍ବୋଧନ କରିବା ସହ ନମିତାଙ୍କ ଗୀତକୁ ଚର୍ଚ୍ଚାକୁ ଆଣିଥିବା ଗଣମାଧ୍ୟମମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ଗୀତିକାର ବିଜୟ ମଲ୍ଲ ଏବଂ ତାଙ୍କ ପରିବାର ଲୋକଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ବର୍ଷା।

https://twitter.com/VarshaPriyadar3/status/1307607586326233089?s=20

ସ୍ଵପ୍ନ ଦେଖୁଥିବା ସବୁ ମଣିଷଙ୍କର ସଫଳତା କାମନା କରିଛନ୍ତି ବର୍ଷା। ସେ ଲେଖିଛନ୍ତି, ଜୀବନର ଲକ୍ଷ୍ୟ ହାସଲ ପାଇଁ ସ୍ଵପ୍ନ ଦେଖିବା ବନ୍ଦ କରନି। ଆଶା ହରାଅନି, ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖ, ନିଜ ଉପରେ ବିଶ୍ୱାସ ରଖ ଏବଂ ପରିଶ୍ରମ କର। ଶେଷରେ ଲଭ ୟୁ ଓଡ଼ିଶା ଏବଂ ଜୟ ଜଗନ୍ନାଥ ଲେଖିଛନ୍ତି।

Advertisment

https://twitter.com/VarshaPriyadar3/status/1307607796603478020?s=20
ସୂଚନାଯୋଗ୍ୟ ଯେ, ନମିତା ନିଜ କୁଇ ଭାଷା ସହ ଓଡ଼ିଆ ଏବଂ ହିନ୍ଦୀ ଆଦି ଭାଷାରେ ଗୀତ ଗାଇ ସୋଶାଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଏବେ ତାଙ୍କୁ ବିଭିନ୍ନ ଆଡ଼ୁ ଅଫର ମିଳିବା ଆରମ୍ଭ ହୋଇଛି। ଅତୀତରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଥିଲେ। ଏବେ ତାହା ବାସ୍ତବ ରୂପ ନେଇଛି।

ପୂର୍ବରୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ବର୍ଷା ନମିତାଙ୍କୁ ପ୍ରଶଂସା କରିବା ସହ ଘୋଷଣା କରିଥିଲେ, ‘ତାଙ୍କର କି ଯାଦୁକରୀ ସ୍ୱର ଅଛି, ଈଶ୍ୱର ଦତ୍ତ ଦକ୍ଷତା ସତରେ। ସାନ ଭଉଣୀ ନମିତା ସହ ମୋର ପ୍ରାର୍ଥନା ଓ ଆଶୀର୍ବାଦ ରହିଛି। ଦକ୍ଷତା ଲୁଚି ନରହୁ। ମୁଁ ତାଙ୍କର ଏ ଯାତ୍ରାରେ ଛୋଟ ଭୂମିକା ତୁଲାଇବାକୁ ଚାହୁଁଛି। ମୁଁ ତାଙ୍କ ସ୍ୱପ୍ନ ପୂରଣ ପାଇଁ ସହାୟତା କରିବାକୁ ଚାହୁଁଛି। ମୁଁ ଚାହିଁବି ସେ ଏହି ପ୍ରୟାସରେ ଜଣେ ସଙ୍ଗୀତ ଗୁରୁଙ୍କ ଦିଗଦର୍ଶନରେ ଏକ ଜଗନ୍ନାଥ ଭଜନରୁ କ୍ୟାରିଅର ଆରମ୍ଭ କରନ୍ତୁ। ନିଜ ଉପରେ ବିଶ୍ୱାସ ରଖ, ଆମେ ସମସ୍ତେ ତୁମ ସହ ଅଛୁ। ଜୟ ଜଗନ୍ନାଥ’।

/>ପୂର୍ବରୁ କୋରାପୁଟ ଜିଲ୍ଲାପାଳ ମଧ୍ୟ ନମିତାଙ୍କୁ ଭେଟିଥିଲେ। ତାଙ୍କ ପରିବାରର ଦୁର୍ବଳ ଆର୍ଥିକ ସ୍ଥିତିକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦,୦୦୦ ଟଙ୍କା ପ୍ରଦାନ କରାଯାଇଛି। ନମିତା ଏହି ଅର୍ଥରୁ କିଛି ବିନିଯୋଗ କରି ଟିଭିଟିଏ କିଣିବେ ବୋଲି ପ୍ରତିକ୍ରିୟାରେ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe