Advertisment

ଏକ ହଜାର PPE କିଟ୍ ଦାନ କଲେ ବିଦ୍ୟା

ମୁମ୍ବାଇ: ମହାମାରୀ କରୋନାର ମୁକାବିଲା କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସେହିପରି ଏମିତି ପରିସ୍ଥିତିରେ ଅନ୍ୟମାନଙ୍କ ଭଳି ବଲିଉଡର ଅନେକ ଜଣାଶୁଣା ଷ୍ଟାର ସହାୟତାର ହାତ ବଢ଼ାଇଛନ୍ତି। କିଏ ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ଟଙ୍କା ଦାନ କରିଛନ୍ତି ତ ଆଉ କିଏ ଗରିବ ଲୋକଙ୍କୁ ଖାଦ୍ୟ ଦେଉଛନ୍ତି। ପୁଣି କେହି କେହି କରୋନା ରୋଗୀଙ୍କ ଚିକିତ୍ସାରେ ବି ସହଯୋଗ କରୁଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡ଼ି ହୋଇଯାଇଛି। ସେ ହେଉଛନ୍ତି […]

author-image
Chinmayee Roy
ଏକ ହଜାର PPE କିଟ୍ ଦାନ କଲେ ବିଦ୍ୟା

vidya

ମୁମ୍ବାଇ: ମହାମାରୀ କରୋନାର ମୁକାବିଲା କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସେହିପରି ଏମିତି ପରିସ୍ଥିତିରେ ଅନ୍ୟମାନଙ୍କ ଭଳି ବଲିଉଡର ଅନେକ ଜଣାଶୁଣା ଷ୍ଟାର ସହାୟତାର ହାତ ବଢ଼ାଇଛନ୍ତି। କିଏ ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ଟଙ୍କା ଦାନ କରିଛନ୍ତି ତ ଆଉ କିଏ ଗରିବ ଲୋକଙ୍କୁ ଖାଦ୍ୟ ଦେଉଛନ୍ତି। ପୁଣି କେହି କେହି କରୋନା ରୋଗୀଙ୍କ ଚିକିତ୍ସାରେ ବି ସହଯୋଗ କରୁଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡ଼ି ହୋଇଯାଇଛି। ସେ ହେଉଛନ୍ତି ବିଦ୍ୟା ବାଲନ୍।

Advertisment

https://www.instagram.com/tv/B_XUAW_Hq8d/?utm_source=ig_web_copy_link

ବିଦ୍ୟା ମେଡିକାଲ୍ କର୍ମଚାରୀଙ୍କ ପାଇଁ ୧୦୦୦ଟି ‘ପିପିଇ କିଟ୍’ ଦାନ କରିଛନ୍ତି। ସେ ନିଜେ ଏହି ସୂଚନା ଦେଇଛନ୍ତି। ଜଣାଇଦେବାକୁ ଚାହୁଁ,  କରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ PPE କିଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର, ଯାହା ମେଡିକାଲ୍ କର୍ମଚାରୀଙ୍କୁ ଏହି ଭୟଙ୍କର ମହାମାରୀରୁ ରକ୍ଷା କରିଥାଏ। ନିଜ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଜରିଆରେ ଏହି ସୂଚନା ଦେଇ ବିଦ୍ୟା ଲେଖିଛନ୍ତି- !ନମସ୍କାର, କରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ସୁରକ୍ଷା ପାଇଁ PPE କିଟ୍ ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟ୍ରିଙ୍ଗ୍ ସହ ମିଶି ମୁଁ ଦେଶର ମେଡିକାଲ୍ କର୍ମଚାରୀଙ୍କ ପାଇଁ ଏକ ହଜାର PPE କିଟ୍ ଦାନ କରୁଛି।

https://www.instagram.com/tv/B_HnQ9wnYbY/?utm_source=ig_web_copy_link

ଏହାପୂର୍ବରୁ ବିଦ୍ୟା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେଆର୍ କରିଥିଲେ, ଯେଉଁଥିରେ ସେ ଲୋକମାନଙ୍କୁ କିପରି ଘରେ ମାସ୍କ ତିଆରି କରିହେବ, ତାହା କହିଥିଲେ। ଏହି ଭିଡିଓରେ ବିଦ୍ୟା ଏକ ବ୍ଲାଉଜ୍ ପିସ୍ ସାହାଯ୍ୟରେ ମାସ୍କ ତିଆରି କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ଏହି ଭିଡିଓକୁ ଲୋକମାନେ ପସନ୍ଦ କରିଥିଲେ ଓ ଏହା ବେଶ୍ ଭାଇରାଲ୍ ମଧ୍ୟ ହୋଇଥିଲା।

Advertisment