‘ଏ ଦିଲ୍‌ ହେ ମୁସ୍କିଲ୍‌’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ଏ ଦିଲ୍‌ ହେ ମୁସ୍କିଲ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ ଓ ରଣବୀର କପୁରଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ଏଥିରେ ଐଶ୍ୱର୍ଯ୍ୟା ଓ ଅନୁଷ୍କା ଜଟିଳ ଚରିତ୍ରରେ ଅଭିନୟ କରୁଛନ୍ତି। ଐଶ୍ୱର୍ଯ୍ୟା ଜଣେ କବୟିତ୍ରୀ ଭୂମିକାରେ ଅଭିନୟ କରୁଥିବା ବେଳେ ଅନୁଷ୍କା ଏକ ବିଶୃଙ୍ଖଳିତ ପରିବାରର ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମଟି ଏକପାଖିଆ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା […]

ae-dil_sm

ae-dil_sm

Rakesh Mallick
  • Published: Friday, 23 September 2016
  • Updated: 23 September 2016, 04:42 PM IST

Sports

Latest News

ମୁମ୍ବାଇ: କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ଏ ଦିଲ୍‌ ହେ ମୁସ୍କିଲ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ ଓ ରଣବୀର କପୁରଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ଏଥିରେ ଐଶ୍ୱର୍ଯ୍ୟା ଓ ଅନୁଷ୍କା ଜଟିଳ ଚରିତ୍ରରେ ଅଭିନୟ କରୁଛନ୍ତି। ଐଶ୍ୱର୍ଯ୍ୟା ଜଣେ କବୟିତ୍ରୀ ଭୂମିକାରେ ଅଭିନୟ କରୁଥିବା ବେଳେ ଅନୁଷ୍କା ଏକ ବିଶୃଙ୍ଖଳିତ ପରିବାରର ଝିଅ ଭୂମିକାରେ ଅଭିନୟ କରୁଛନ୍ତି।

ଫିଲ୍ମଟି ଏକପାଖିଆ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ଜଣାପଡୁଛି। ଏହି ଫିଲ୍ମରେ ପ୍ରଥମର ପାଇଁ ନୀଳ ନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ ଓ ରଣବୀର କପୁରଙ୍କୁ ଏକାଠି ଦେଖିବାକୁ ମିଳିବ।

ଫିଲ୍ମର ଟ୍ରେଲର ରିଲିଜ୍ ହେବାର କିଛି ସମୟ ପରେ ଏହା ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏହା ପୂର୍ବରୁ ଫିଲ୍ମର ଟିଜର ଓ ଦୁଇଟି ଗୀତ ରିଲିଜ୍‌ ହୋଇସାରିଛି।

‘ଏ ଦିଲ୍‌ ହେ ମୁସ୍କିଲ୍‌’ରେ ଶାହାରୁଖ ଖାଁକୁ ଐଶ୍ୱର୍ଯ୍ୟାଙ୍କ ସ୍ୱାମୀ ଭୂମିକାରେ ଦେଖିବାକୁ ମିଳିବ।

ଫିଲ୍ମଟି ଦିପାବଳୀରେ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos