Advertisment

‘ଆଦିମ ବିଚାର’କୁ ମିଳିଲା ରଜତ କମଳ

ଭୁବନେଶ୍ୱର: ରଜତ କମଳ ପୁରସ୍କାର ଗ୍ରହଣ କରିଛନ୍ତି ‘ଆଦିମ ବିଚାର’ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର। ଶ୍ରେଷ୍ଠ ଓଡ଼ିଆ ଫିଚର୍ ଫିଲ୍ମ ଭାବେ ପୁରସ୍କୃତ ହୋଇଛି ‘ଆଦିମ ବିଚାର’। ରବିବାର ୬୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କଠାରୁ ସେ ଗ୍ରହଣ କରିଥିଲେ ଏହି ପୁରସ୍କାର। ସେହିପରି ଶଶୀ କପୁରଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଦେବାକୁ ଘୋଷଣା କରାଯାଇଥିଲେ ହେଁ ସେ ଅସୁସ୍ଥ ଥିବାରୁ ପରେ ତାଙ୍କୁ ମୁମ୍ବାଇରେ ଏହି ପୁରସ୍କାର ଦିଆଯିବ। […]

‘ଆଦିମ ବିଚାର’କୁ ମିଳିଲା ରଜତ କମଳ

sabyasachi

Advertisment

ଭୁବନେଶ୍ୱର: ରଜତ କମଳ ପୁରସ୍କାର ଗ୍ରହଣ କରିଛନ୍ତି ‘ଆଦିମ ବିଚାର’ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର। ଶ୍ରେଷ୍ଠ ଓଡ଼ିଆ ଫିଚର୍ ଫିଲ୍ମ ଭାବେ ପୁରସ୍କୃତ ହୋଇଛି ‘ଆଦିମ ବିଚାର’। ରବିବାର ୬୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କଠାରୁ ସେ ଗ୍ରହଣ କରିଥିଲେ ଏହି ପୁରସ୍କାର। ସେହିପରି ଶଶୀ କପୁରଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଦେବାକୁ ଘୋଷଣା କରାଯାଇଥିଲେ ହେଁ ସେ ଅସୁସ୍ଥ ଥିବାରୁ ପରେ ତାଙ୍କୁ ମୁମ୍ବାଇରେ ଏହି ପୁରସ୍କାର ଦିଆଯିବ। ସେହିପରି ଫିଲ୍ମ ‘କୁଇନ’ରେ ଦମଦାର ଅଭିନୟ ପାଇଁ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ କନ୍ନଡ଼ ଫିଲ୍ମ ‘ନାନୁ ଆଭନାଲା ଆଭଲୁ’ରେ ଅଭିନୟ ପାଇଁ ଅଭିନେତା ସଂଚାରି ବିଜୟଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଲୋକପ୍ରିୟ ଫିଲ୍ମ ବର୍ଗରେ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ମେରିକମ’ ହାତେଇଛି ଜାତୀୟ ପୁରସ୍କାର। ସୁଖବିନ୍ଦର ସିଂହ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଓ ବିଶାଲ ଭରଦ୍ୱାଜ ଶ୍ରେଷ୍ଠ ସଂଗୀତ ନିର୍ଦେଶକ ପୁରସ୍କାର ପାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe