Advertisment

ରିଲିଜ ହେଲା ବହୁ ପ୍ରତୀକ୍ଷିତ ସିନେମା 'ଆଦିପୁରୁଷ'

ଆଜି ଭାରତ ସମେତ ସାରା ବିଶ୍ବରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ସିନେମା ରିଲିଜ୍ ହୋଇଛି। ତେବେ ଏହି ଫିଲ୍ମରେ ଶ୍ରୀରାମ ଭୂମିକାରେ ଅଭିନୟ କରିଛନ୍ତି ପ୍ରଭାସ ଏବଂ ସୀତା ଭୂମିକାରେ ନଜର ଆସିଛନ୍ତି କୃତି ସାନନ୍ ।

ଅଦ୍ୟତନ ହୋଇଛି
Adipurush movie release

Adipurush movie release

Advertisment

‘ବାହୁବଳୀ’ ଫେମ୍ ତଥା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଦିପୁରୁଷ' ଆଜି (ଶୁକ୍ରବାର) ରିଲିଜ ହୋଇଛି। 'ରାମାୟଣ’ର ପୃଷ୍ଠଭୂମିକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଛି। ସାଉଥ ସୁପରଷ୍ଟାର ପ୍ରଭାସ ଓ କୃତି ସାନନ୍ ଙ୍କ ପରି ବଡ଼ ଷ୍ଟାରକାଷ୍ଟଙ୍କୁ ନେଇ ପ୍ରସ୍ତୁତ ହୋଇଛି ଏହି ବିଗ୍‌ ବଜେଟ ଫିଲ୍ମ 'ଆଦିପୁରୁଷ'। ତେବେ ଆରମ୍ଭରୁ ହିଁ ସିନେମାକୁ ମିଳିଛି ଜବରଦସ୍ତ ରେସପନ୍ସ।

Advertisment

ଆଜି ଭାରତ ସମେତ ସାରା ବିଶ୍ବରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ସିନେମା ରିଲିଜ୍ ହୋଇଛି। ତେବେ ଏହି ଫିଲ୍ମରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଛନ୍ତି ପ୍ରଭାସ ଏବଂ ମାଆ ସୀତା ଭୂମିକାରେ ନଜର ଆସିଛନ୍ତି କୃତି ସାନନ୍ । ସେହିଭଳି ସୈଫ ଅଲି ଖାନ ରାବଣ ଭୂମିକାରେ ଏବଂ ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ନଜର ଆସିଛନ୍ତି। ଆଡଭାନ୍ସ ଟିକେଟ୍ ବୁକିଂ ସହ ବମ୍ପର ଓପନିଂ କରିଛି ଏହି ଫିଲ୍ମ।

Advertisment

 'ଆଦିପୁରୁଷ' ଫିଲ୍ମର ନିର୍ଦ୍ଦେଶନା ଓମ୍‌ ରାଉତ ଦେଇଥିବାବେଳେ, ଟି-ସିରିଜ୍‌ ମୁଖ୍ୟ ଭୂଷଣ କୁମାର, ଓମ୍‌ ରାଉତ, କୃଷ୍ଣ କୁମାର, ପ୍ରସାଦ ସୁତାର ଓ ରାଜେଶ ନାୟର ଏହାର ପ୍ରଯୋଜନା କରିଛନ୍ତି। ୫୦୦ କୋଟିରେ ନିର୍ମିତ ‘ଆଦିପୁରୁଷ’ରେ ଆଉ ୧୦୦ କୋଟି ବିନିଯୋଗ କରାଯାଇ VFXକୁ ବଦଳା ଯାଇଥିଲା। ହଲିଉଡ ଫିଲ୍ମ ଶୈଳୀରେ ପ୍ରସ୍ତୁତ ହୋଇଛି ଏହି ବିଗ ବଜେଟ୍ ଫିଲ୍ମ। 

Adipurush Film
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe