Advertisment

ଶ୍ୱେତାଙ୍କୁ ବାହା ହେଲେ ଆଦିତ୍ୟ ନାରାୟଣ

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ଲେ ବ୍ୟାକ୍‌ ସିଙ୍ଗର ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ଆଜି ତାଙ୍କର ଦୀର୍ଘ ଦିନର ପ୍ରେମିକା ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି। କରୋନା କଟକଣା ମଧ୍ୟରେ ମୁମ୍ବାଇରେ ଏହି ହାଇପ୍ରୋଫାଇଲ ବାହାଘର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।   View this post on Instagram   A post shared by #Shwetya my life❤❤❤ (@adiholic_till_last_breath) କଟକଣା ଯୋଗୁ କେବଳ ୫୦ ଜଣ ଲୋକ ଏଥିରେ ଯୋଗଦେଇଥିଲେ। ବାହାଘର ବେଳେ ଆଦିତ୍ୟ କ୍ରିମ […]

author-image
Hemant Lenka
ଅଦ୍ୟତନ ହୋଇଛି
ଶ୍ୱେତାଙ୍କୁ ବାହା ହେଲେ ଆଦିତ୍ୟ ନାରାୟଣ

dds

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ଲେ ବ୍ୟାକ୍‌ ସିଙ୍ଗର ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ଆଜି ତାଙ୍କର ଦୀର୍ଘ ଦିନର ପ୍ରେମିକା ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି। କରୋନା କଟକଣା ମଧ୍ୟରେ ମୁମ୍ବାଇରେ ଏହି ହାଇପ୍ରୋଫାଇଲ ବାହାଘର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Advertisment


କଟକଣା ଯୋଗୁ କେବଳ ୫୦ ଜଣ ଲୋକ ଏଥିରେ ଯୋଗଦେଇଥିଲେ। ବାହାଘର ବେଳେ ଆଦିତ୍ୟ କ୍ରିମ ରଙ୍ଗର ଶେରୱାନି ପିନ୍ଧିଥିବା ବେଳେ ଶ୍ୱେତା ଇଭୋରୟ ଲେହେଙ୍ଗାରେ ବେଶ ଚମତ୍କାର ଦିଶୁଥିଲେ। ବାହାଘର ବେଳର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment


ଆଦିତ୍ୟଙ୍କ ବରଯାତ୍ରୀରେ ବାପା ଉଦିତ ନାରାୟଣ ଠୁମକା ଲଗାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ୨୦୧୦ ମସିହାର ବଲିଉଡ  ଫିଲ୍ମ ଶାପିତର ଶୁଟିଂ ସେଟ୍‌ରେ ଆଦିତ୍ୟ ଓ ଶ୍ୱେତାଙ୍କର ପ୍ରଥମ ଭେଟ ହୋଇଥିଲା। ସେହି ଦେଖା ସାକ୍ଷାତରୁ ଉଭୟ ପରସ୍ପର ପ୍ରେମରେ ପଡ଼ିଥିଲେ। ନିକଟରେ ଆଦିତ୍ୟ ସୋଶାଲ ମିଡିଆରେ ନିଜ ପ୍ରେମ ସମ୍ପର୍କରେ ଘୋଷଣା କରିବା ସହ ଡିସେମ୍ବର ମାସରେ ବାହାଘର ହେଉଥିବା ସୂଚନା ଦେଇଥିଲେ।

ଅଧିକ ପଢନ୍ତୁ : ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ବଡ଼ ରେକର୍ଡ କଲେ ବିରାଟ୍ କୋହଲି

Bollywood Bollywood News