Advertisment

କଙ୍ଗନାଙ୍କ ଡରରେ ଆଗୁଆ ପୁଲିସ୍‌ ଷ୍ଟେସନ ପହଞ୍ଚିଲେ ଆଦିତ୍ୟ ପଞ୍ଚୋଲି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ଆଦିତ୍ୟ ପଞ୍ଚୋଲିଙ୍କ ମଧ୍ୟରେ ଚାଲିଥିବା ବିବାଦ ଘନେଇବାକୁ ଲାଗିଛି। ନିକଟରେ ଆଦିତ୍ୟ ମୁମ୍ବାଇର ଭର୍ସୋଭା ପୁଲିସ ଷ୍ଟେସନ୍‌ରେ କଙ୍ଗନା ଓ ତାଙ୍କ ଓକିଲ ରିଜୱାନ ସିଦ୍ଦିକିଙ୍କ ବିରୋଧରେ ଅଭିଯୋଗ ଦାଏର କରିଛନ୍ତି। ତାଙ୍କୁ ମିଛ ଦୁଷ୍କର୍ମ ମାମଲାରେ ଫସାଇ ଦିଆଯାଇପାରେ ବୋଲି ତାଙ୍କର ଡର ରହିଥିବା କହି ପଞ୍ଚୋଲି ଏହି ଅଭିଯୋଗ କରିଛନ୍ତି। ତେଣୁ ସେ ସୁରକ୍ଷା ପାଇଁ ଆଗୁଆ ପୁଲିସ ପାଖରେ ପହଞ୍ଚିଥିବା ଆଦିତ୍ୟ କହିଛନ୍ତି। ଏହାପୂର୍ବରୁ ପଞ୍ଚୋଲି ଅଭିଯୋଗ […]

ଅଦ୍ୟତନ ହୋଇଛି
କଙ୍ଗନାଙ୍କ ଡରରେ ଆଗୁଆ ପୁଲିସ୍‌ ଷ୍ଟେସନ ପହଞ୍ଚିଲେ ଆଦିତ୍ୟ ପଞ୍ଚୋଲି

Kangana-Ranaut

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ଆଦିତ୍ୟ ପଞ୍ଚୋଲିଙ୍କ ମଧ୍ୟରେ ଚାଲିଥିବା ବିବାଦ ଘନେଇବାକୁ ଲାଗିଛି। ନିକଟରେ ଆଦିତ୍ୟ ମୁମ୍ବାଇର ଭର୍ସୋଭା ପୁଲିସ ଷ୍ଟେସନ୍‌ରେ କଙ୍ଗନା ଓ ତାଙ୍କ ଓକିଲ ରିଜୱାନ ସିଦ୍ଦିକିଙ୍କ ବିରୋଧରେ ଅଭିଯୋଗ ଦାଏର କରିଛନ୍ତି। ତାଙ୍କୁ ମିଛ ଦୁଷ୍କର୍ମ ମାମଲାରେ ଫସାଇ ଦିଆଯାଇପାରେ ବୋଲି ତାଙ୍କର ଡର ରହିଥିବା କହି ପଞ୍ଚୋଲି ଏହି ଅଭିଯୋଗ କରିଛନ୍ତି। ତେଣୁ ସେ ସୁରକ୍ଷା ପାଇଁ ଆଗୁଆ ପୁଲିସ ପାଖରେ ପହଞ୍ଚିଥିବା ଆଦିତ୍ୟ କହିଛନ୍ତି।

Advertisment

publive-imageଏହାପୂର୍ବରୁ ପଞ୍ଚୋଲି ଅଭିଯୋଗ କରିଥିଲେ ଯେ, କଙ୍ଗନାଙ୍କ ବିରୋଧରେ ସେ କରିଥିବା ମାନହାନି ମକଦ୍ଦମା ଫେରାଇ ନେବା ପାଇଁ ସିଦ୍ଦିକି ତାଙ୍କୁ କହିଥିଲେ। ଯଦି ସେ ଏପରି ନ କରନ୍ତି, ତେବେ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରାଯିବ ବୋଲି ସିଦ୍ଦିକି ତାଙ୍କୁ ଧମକାଇଥିବା ଆଦିତ୍ୟ ଅଭିଯୋଗ କରିଥିଲେ। ନିଜ ମାମଲାକୁ ଅଧିକ ମଜ୍‌ବୁତ କରିବା ପାଇଁ ଆଦିତ୍ୟ ପୁଲିସ୍ ନିକଟରେ ଏକ ଭିଡ଼ିଓ ଦେଖାଇଥିଲେ, ଯେଉଁଥିରେ ସିଦ୍ଦିକି ତାଙ୍କୁ ଧମକାଉଥିବା ଦେଖିବାକୁ ମିଳୁଛି। ତେବେ ଏହି ଭିଡ଼ିଓର ସତ୍ୟତା କେତେ ତାହା ସ୍ପଷ୍ଟ ହୋଇନାହିଁ। ଆଦିତ୍ୟ କରିଥିବା ଅଭିଯୋଗ ଅନୁଯାୟୀ ସିଦ୍ଦିକି, କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe