Advertisment

‘କ୍ରାନ୍ତିବୀର’ରେ ଅଭିନୟ କରି ପ୍ରଶଂସା ସାଉଁଣ୍ଟିଥିବା ଅଭିନେତାଙ୍କ ମୃତ୍ୟୁ

“କ୍ରାନ୍ତିବୀର” ଓ “ମୈନେ ଗାନ୍ଧୀକୁ ନେହିଁ ମାରା” ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥିବା ଆଦିତ୍ୟ ମୁମ୍ୱାଇ ଅନ୍ଧେରୀ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲା।

ଅଦ୍ୟତନ ହୋଇଛି
Aditya Singh Rajput

Aditya Singh Rajput

Advertisment

ଫିଲ୍ମ ଓ ଟେଲି ଦୁନିଆର ଜଣାଶୁଣା ଅଭିନେତା ଆଦିତ୍ୟ ସିଂହ ରାଜପୁରଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ହୋଇଥିଲା। ମାତ୍ର କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

“କ୍ରାନ୍ତିବୀର” ଓ “ମୈନେ ଗାନ୍ଧୀକୁ ନେହିଁ ମାରା” ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥିବା ଆଦିତ୍ୟ ମୁମ୍ୱାଇ ଅନ୍ଧେରୀ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ। ତେବେ ଆଜି ସକାଳେ ସେ ବାଥ୍‌ରୁମ୍‌ରେ ଅଚେତ ଅବସ୍ଥାରେ ପଡ଼ିଥିଲେ। ଏହା ଦେଖି ତାଙ୍କ ସାଙ୍ଗ ଓ ଆପାର୍ଟମେଣ୍ଟ ଜଗୁଆଳୀ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଆଦିତ୍ୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। କେଉଁ ପରିସ୍ଥିତିରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ। ତେବେ ଚର୍ଚ୍ଚା ହେଉଛି, ଡ୍ରଗ୍ସ ଓଭର ଡୋଜ୍‌ ପାଇଁ ତାଙ୍କର ମୃତ୍ୟୁ ହୋଇଛି।

ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ଆଦିତ୍ୟ। ସେହିଠାରେ ପାଠ ପଢ଼ିଥିଲେ। ୧୭ ବର୍ଷ ବୟସରେ ରଙ୍ଗୀନ ଦୁନିଆରେ ପାଦ ଥାପିଥିଲେ ଆଦିତ୍ୟ। ସେ ପ୍ରଥମେ ମଡେଲିଂ କରୁଥିଲେ। ପରେ ଅଭିନୟ ଓ ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଥିଲେ। ହଠାତ୍‌ ତାଙ୍କ ମୃତ୍ୟୁରେ ଟେଲି ଦୁନିଆରେ ଶୋକର ଛାୟା ଖେଳି ଯାଇଛି।

Advertisment
Bollywood News Bollywood Bollywood Drug Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe