Advertisment

‘ସିଏଏ’ ପ୍ରସଙ୍ଗରେ ଅଦନାନ୍‌ଙ୍କୁ ଟାର୍ଗେଟ୍ କଲେ ପପ୍ପୁ

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ଦେଶରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି ସମର୍ଥନ କରୁଥିବା ବେଳେ ଆଉ କେହି ବିରୋଧ କରୁଛନ୍ତି। ବଲିଉଡ୍‌ ସେଲେବ୍ରିଟିମାନଙ୍କ ମତ ମଧ୍ୟ ଏହାକୁ ନେଇ ଭିନ୍ନ ଭିନ୍ନ ରହିଛି। କିଛି ସେଲେବ୍ରିଟି ଏହାକୁ ବିରୋଧ କରି ଟ୍ୱିଟରରେ ପ୍ରତିକ୍ରିୟା ଦେଉଥିବା ବେଳେ ଆଉ କେହି ରାଜରାସ୍ତାକୁ ବି ଓହ୍ଲାଇଛନ୍ତି। ତେବେ ରବିବାର ଦିନ ଜନ ଅଧିକାର ପାର୍ଟି ନେତା ପପ୍ପୁ ଯାଦବ ସିଏଏକୁ ବିରୋଧ କରି ନିଜ […]

author-image
Chinmayee Roy
‘ସିଏଏ’ ପ୍ରସଙ୍ଗରେ ଅଦନାନ୍‌ଙ୍କୁ ଟାର୍ଗେଟ୍ କଲେ ପପ୍ପୁ

ADNAN

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ଦେଶରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି ସମର୍ଥନ କରୁଥିବା ବେଳେ ଆଉ କେହି ବିରୋଧ କରୁଛନ୍ତି। ବଲିଉଡ୍‌ ସେଲେବ୍ରିଟିମାନଙ୍କ ମତ ମଧ୍ୟ ଏହାକୁ ନେଇ ଭିନ୍ନ ଭିନ୍ନ ରହିଛି। କିଛି ସେଲେବ୍ରିଟି ଏହାକୁ ବିରୋଧ କରି ଟ୍ୱିଟରରେ ପ୍ରତିକ୍ରିୟା ଦେଉଥିବା ବେଳେ ଆଉ କେହି ରାଜରାସ୍ତାକୁ ବି ଓହ୍ଲାଇଛନ୍ତି। ତେବେ ରବିବାର ଦିନ ଜନ ଅଧିକାର ପାର୍ଟି ନେତା ପପ୍ପୁ ଯାଦବ ସିଏଏକୁ ବିରୋଧ କରି ନିଜ ଟ୍ୱିଟର ଆକାଉଣ୍ଟରେ ମତ ରଖିଥିବା ବେଳେ ଏଥିରେ ସିଧାସଳଖ ବଲିଉଡ୍ ଗାୟକ ଅଦ୍‌ନାନ ସାମୀଙ୍କୁ ଟାର୍ଗେଟ୍ କରିଥିଲେ। ଫଳରେ ଦୁହିଁଙ୍କ ମଧ୍ୟରେ ଟ୍ୱିଟରରେ କଥା କଟାକଟି ହୋଇଛି।

Advertisment

https://twitter.com/pappuyadavjapl/status/1213778782563078144

ପପ୍ପୁ ଲେଖିଥିଲେ, ‘ଅଦନାନ୍‌ ସାମୀଙ୍କୁ ଜାଣନ୍ତି, ପାକିସ୍ତାନୀ ଗାୟକ, ତାଙ୍କୁ ମୋଦି ସରକାର ୨୦୧୬ ଜାନୁଆରୀ ୧ରେ ଭାରତୀୟ ନାଗରିକତା ଦେଇଥିଲେ। ଏବେ ଆପଣ ହିଁ କୁହନ୍ତୁ ଯଦି ଜଣେ ପାକିସ୍ତାନୀ ମୁସଲମାନଙ୍କୁ ନାଗରିକତା ଦିଆଯାଇପାରିଲା ଓ ପୂର୍ବରୁ ପ୍ରତ୍ୟେକ ସରଣାର୍ଥୀଙ୍କୁ ନାଗରିକତା ଦେବାର ନିୟମ ଥିଲା, ତା’ହେଲେ ‘ସିଏଏ’ କ’ଣ ପାଇଁ? ଆପଣଙ୍କୁ ନିଜ ଦେଶରେ ହିଁ ଶରଣାର୍ଥୀ କରି ରଖିବା ପାଇଁ ଆସିଛି ‘ସିଏଏ’।”

https://twitter.com/AdnanSamiLive/status/1213948483801010177

ଏହାର ଜବାବରେ ଅଦ୍‌ନାନ ଟ୍ୱିଟ୍ କରି ଲେଖିଥିଲେ, “ଆପଣ ମୋ ନାଗରିକତା ବିଷୟରେ ସବିଶେଷ ତଥ୍ୟ ଜଣାନାହିଁ। ଆପଣ ଆଗ ରିସର୍ଚ୍ଚ କରନ୍ତୁ ଓ ଠିକ୍ ତଥ୍ୟ ଉପସ୍ଥାପନ କରନ୍ତୁ ନ ହେଲେ ଚୁପ୍ ରୁହନ୍ତୁ। ତା’ହେଲେ ଆପଣଙ୍କ ଅଜ୍ଞାନ ପଦରେ ପଡ଼ିବ ନାହିଁ। ଆପଣଙ୍କ ଟ୍ୱିଟ୍‌ ସମ୍ପୁର୍ଣ୍ଣ ଭୁଲ୍‌ ଓ ଭୁଲ୍‌ ସୂଚନାରେ ପରିପୂର୍ଣ୍ଣ। ଜୟ ହିନ୍ଦ୍।”

Advertisment

https://twitter.com/pappuyadavjapl/status/1214065997541302272

ତେବେ  ଏହି ତର୍କର ଅନ୍ତ ଏତିକିରେ ଶେଷ ହୋଇ ନଥିଲା। ପପୁ ଯାଦବ ଆଦୌ ଚୁପ୍ ବସିବା ଲୋକ ନୁହନ୍ତି। ସେ ତୁରନ୍ତ ଜବାବ ଦେଇଥିଲେ। ସେ ଲେଖିଥିଲେ, ‘ଆଦନାନ୍‌ ସାମୀ ଜୀ, ଗାୟକ ହୋଇ ରୁହନ୍ତୁ, ଚାଟୁକାର ହୁଅନ୍ତୁ ନାହିଁ। ତଥ୍ୟ ଉପରେ ହିଁ କଥା କୁହନ୍ତୁ। ଆପଣ ପାକିସ୍ତାନୀ ଥିଲେ, ଆପଣ ଜଣେ ମୁସଲମାନ୍‌। ମୋଦି ସରକାରଙ୍କ ସମୟରେ ୨୦୧୬ ଜାନୁଆରୀ ୧ରେ ଆପଣଙ୍କୁ ଭାରତୀୟ ନାଗରିକତା ମିଳିଛି ନା ନାହିଁ? ଯଦି ଆପଣଙ୍କୁ ନାଗରିକତା ମିଳିସାରିଛି, ତା’ହେଲେ ଅନ୍ୟ ପାକିସ୍ତାନୀ ହିନ୍ଦୁ, ଶିଖ୍ ଓ ଈଶାଇ ଶରଣାର୍ଥୀମାନଙ୍କୁ ମଧ୍ୟ ନରଗରିକତା ଦିଆଯାଇପାରିଥା’ନ୍ତା? ତା’ହେଲେ ଏହି ସଂଶୋଧନ ନିୟମ କ’ଣ ପାଇଁ?”

https://www.instagram.com/p/B6EOesaFOUi/?utm_source=ig_web_copy_link

ସୂଚନାଯୋଗ୍ୟ, ଅଦନାନ୍‌ ବ୍ରିଟେନ୍‌ରେ ଜନ୍ମ ହୋଇଥିଲେ। ସେ ପାକିସ୍ତାନର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ଏହା ପୂର୍ବରୁ କାନାଡ଼ାର ନାଗରିକ ଥିଲେ। ୨୦୧୬ରେ ମୋଦି ସରକାରଙ୍କ କାର୍ଯ୍ୟକାଳରେ ସେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଥିଲେ। ସେ ତିନି ବର୍ଷ ହେଲାଣି ଭାରତରେ ରହୁଛନ୍ତି। ତାଙ୍କ ସହିତ ତାଙ୍କ ପତ୍ନୀ ଓ ଝିଅ ବି ରହୁଛନ୍ତି। ପାକିସ୍ତାନରେ ତାଙ୍କ ପ୍ରଥମ ପତ୍ନୀ ଜେବା ବଖ୍‌ତିଆର୍‌ ଓ ପୁଅ ଏଜାନ୍‌ ସାମୀ ଖାନ୍‌ ରହୁଛନ୍ତି।