‘ପିଏମ୍ କେୟାର୍‌ସ ଫଣ୍ଡ’କୁ ଦାନ କଲେ ସୈଫିନା

ମୁମ୍ବାଇ: ‘କରୋନା’ ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍ ତାରକା। ସେମାନେ ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍‌-କେୟାରସ୍‌ ଫଣ୍ଡ’କୁ ଅର୍ଥ ଦାନ କରୁଛନ୍ତି। ଆଉ ଏହି ଧାରାରେ ସାମିଲ ହୋଇଛନ୍ତି ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ ଓ ତାଙ୍କ ଅଭିନେତ୍ରୀ ପତ୍ନୀ କରୀନା କପୁର ଖାନ୍। https://www.instagram.com/p/B-d-41UJatn/?utm_source=ig_web_copy_link କରୀନା ନିଜ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଆମେ ପ୍ରଧାନମନ୍ତ୍ରୀ କେୟାରସ ଫଣ୍ଡ […]

saifina

saifina

Chinmayee Roy
  • Published: Friday, 03 April 2020
  • Updated: 03 April 2020, 11:02 AM IST

Sports

Latest News

ମୁମ୍ବାଇ: ‘କରୋନା’ ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍ ତାରକା। ସେମାନେ ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍‌-କେୟାରସ୍‌ ଫଣ୍ଡ’କୁ ଅର୍ଥ ଦାନ କରୁଛନ୍ତି। ଆଉ ଏହି ଧାରାରେ ସାମିଲ ହୋଇଛନ୍ତି ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ ଓ ତାଙ୍କ ଅଭିନେତ୍ରୀ ପତ୍ନୀ କରୀନା କପୁର ଖାନ୍।

https://www.instagram.com/p/B-d-41UJatn/?utm_source=ig_web_copy_link

କରୀନା ନିଜ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଆମେ ପ୍ରଧାନମନ୍ତ୍ରୀ କେୟାରସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (ମହାରାଷ୍ଟ୍ର)କୁ ସହଯୋଗର ହାତ ବଢ଼ାଇଛୁ। ଏହି ସମୟରେ ପ୍ରତ୍ୟେକ ସାହାଯ୍ୟ ଓ ପ୍ରତି ଟଙ୍କା ମୂଲ୍ୟବାନ। ଆପଣ ମଧ୍ୟ ଯେଉଁଠାରେ ସମ୍ଭବ ସାହାଯ୍ୟ କରନ୍ତୁ।”

https://www.instagram.com/p/B-ZRjAqpgku/?utm_source=ig_web_copy_link

ଏହି ପୋଷ୍ଟରେ କରୀନା ଓ ସୈଫ୍ କେତେ ଦାନ କରିଛନ୍ତି, ସେ ବିଷୟରେ କିଛି ଉଲ୍ଲେଖ ନାହିଁ। କିନ୍ତୁ ଏହି ଦାନ ପୂର୍ବରୁ ସେମାନଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ୍ କରାଯାଇଥିଲା। କାରଣ ସେମାନେ ୟୁନିସେଫ, ଗିଭ ଇଣ୍ଡିଆ ଏବଂ ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର ହ୍ୟୁମାନ ଭାଲ୍ୟୁ(AHV) ଭଳି ସଂଗଠନକୁ କରୋନା ମୁକାବିଲା ପାଇଁ ଆର୍ଥିକ ସହାୟତା ଦେଇଥିଲେ ବି ‘ପିଏମ୍‌ କେୟାର୍‌ସ ଫଣ୍ଡ’ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି ନଥିଲେ। ତେଣୁ ଲୋକମାନେ ତାଙ୍କୁ ଟ୍ରୋଲ୍ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପିଏମ କେୟାର୍ସ ଫଣ୍ଡକୁ ଦାନ ନ କରି ଗ୍ଲୋବାଲ୍ ଏଜେନ୍ସିଗୁଡ଼ିକୁ ଦାନ କରିଥିବାରୁ ଅନେକ ଲୋକ ତାଙ୍କୁ ଟ୍ରୋଲ୍ କରିଥିଲେ। ଅବଶ୍ୟ କେହି କେହି ସେମାନଙ୍କୁ ପ୍ରଶଂସା ବି କରିଥିଲେ। ତେଣୁ କରୀନା ଓ ସୈଫ୍ ‘ପିଏମ କେୟାର୍‌ସ ଫଣ୍ଡ’ ଓ ‘ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି’କୁ ଦାନ କରି ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇଛନ୍ତି ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos