Advertisment

ଓସ୍କାରରେ ଏଣ୍ଟ୍ରି କଲା ଆଉ ଏକ ଭାରତୀୟ ଫିଲ୍ମ

ମୁମ୍ବାଇ: ଓସ୍କାର ଦୌଡରେ ସାମିଲ ହେଲା ଆଉ ଏକ ଭାରତୀୟ ଫିଲ୍ମ। ‘ଜାଲ୍ଲିକଟ୍ଟୁ’ ପରେ ଶର୍ଟ ଫିଲ୍ମ  ‘ସେମଲେସ୍’ ଓସ୍କାରରେ ଏଣ୍ଟ୍ରି ମାରିଛି। ଲାଇଭ ଆକ୍ସନ ଶର୍ଟଫିଲ୍ମ କ୍ୟାଟୋଗରୀରେ ଭାରତ ପକ୍ଷରୁ ଏହି ଫିଲ୍ମକୁ ସାମିଲ କରାଯାଇଛି। ୧୫ ମିନିଟର ଏହି ଶର୍ଟ ଫିଲ୍ମରେ ସୟାନି ଗୁପ୍ତା, ଋଷଭ କପୁର ଏବଂ ହୁସେନ ଦଲାଲଙ୍କ ଭଳି ଅଭିନେତା କାମ କରିଛନ୍ତି। ଏହା ଏକ ଥ୍ରୀଲର କମେଡି ଫିଲ୍ମ। ଏହାର କାହାଣୀ ଲେଖିଛନ୍ତି କିଥ୍ ଗୋମ୍ସ ଏବଂ ସେ […]

ଅଦ୍ୟତନ ହୋଇଛି
ଓସ୍କାରରେ ଏଣ୍ଟ୍ରି କଲା ଆଉ ଏକ ଭାରତୀୟ ଫିଲ୍ମ

shameless-film

Advertisment

ମୁମ୍ବାଇ: ଓସ୍କାର ଦୌଡରେ ସାମିଲ ହେଲା ଆଉ ଏକ ଭାରତୀୟ ଫିଲ୍ମ। ‘ଜାଲ୍ଲିକଟ୍ଟୁ’ ପରେ ଶର୍ଟ ଫିଲ୍ମ  ‘ସେମଲେସ୍’ ଓସ୍କାରରେ ଏଣ୍ଟ୍ରି ମାରିଛି। ଲାଇଭ ଆକ୍ସନ ଶର୍ଟଫିଲ୍ମ କ୍ୟାଟୋଗରୀରେ ଭାରତ ପକ୍ଷରୁ ଏହି ଫିଲ୍ମକୁ ସାମିଲ କରାଯାଇଛି।

Advertisment

୧୫ ମିନିଟର ଏହି ଶର୍ଟ ଫିଲ୍ମରେ ସୟାନି ଗୁପ୍ତା, ଋଷଭ କପୁର ଏବଂ ହୁସେନ ଦଲାଲଙ୍କ ଭଳି ଅଭିନେତା କାମ କରିଛନ୍ତି। ଏହା ଏକ ଥ୍ରୀଲର କମେଡି ଫିଲ୍ମ। ଏହାର କାହାଣୀ ଲେଖିଛନ୍ତି କିଥ୍ ଗୋମ୍ସ ଏବଂ ସେ ହିଁ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ପିଜ୍ଜା ଡେଲିଭରି କରୁଥିବା ଜଣେ ଯୁବତୀ ଏବଂ ଘରୁ କାମ କରୁଥିବା (ୱର୍କ ଫ୍ରମ ହୋମ୍) ବ୍ୟକ୍ତିଙ୍କ ଉପରେ ଫିଲ୍ମର ପୂରା କହାଣୀ ଆଧାରିତ। ଟେକ୍ନୋଲଜୀ ମାଧ୍ୟମରେ କିଭଳି ଲୋକଙ୍କ ମଧ୍ୟରେ ଖରାପ ପରିବର୍ତ୍ତନ ଆସୁଛି, ତାକୁ ଏହି ଫିଲ୍ମ ମାଧ୍ୟମରେ ଦର୍ଶାଇଛନ୍ତି ନିର୍ଦ୍ଦେଶକ କିଥ୍ ଗୋମ୍ସ।publive-image

ଏହାପୂର୍ବରୁ ନିର୍ଦ୍ଦେଶକ କିଥ ଗୋମ୍ସ ‘କିକ୍’, ‘ହେ ବେବି’, ‘ଟ୍ୟାକ୍ସି ନମ୍ବର୯୨୧୧’, ‘ନକଆଉଟ’, ‘ୱାନ୍ସ ଅପନ ଏ ଟାଇମ ଇନ୍ ମୁମ୍ବାଇ’ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି।

Advertisment

ମଲାୟଲମ ଫିଲ୍ମ ‘ଜାଲ୍ଲିକଟ୍ଟୁ’ ପରେ ‘ଶେମଲେସ’ ଭାରତ ତରଫରୁ ଦ୍ୱିତୀୟ ଫିଲ୍ମ ରୂପେ ଓସ୍କାର ଦୌଡ଼ରେ ଭାଗ ନେଇଛି। ‘ଜାଲ୍ଲିକଟ୍ଟୁ’କୁ ବିଦେଶୀ ଭାଷା କ୍ୟାଟୋଗରୀ ପାଇଁ ନମିନେଟ କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲ ୨୫ ତାରିଖରେ ଲସ ଆଞ୍ଜଲିସରେ ଓସ୍କାର ଆୱାର୍ଡ ସମାରୋହ ଆୟୋଜିତ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe