Advertisment

ଏକତାଙ୍କୁ ମିଳିଗଲେ ଦ୍ୱିତୀୟ ନାଗୁଣୀ

ମୁମ୍ବାଇ: ଏକତା କପୁରଙ୍କ ସିରିଏଲ୍‌ ‘ନାଗିନ୍‌ ୪’କୁ ନେଇ ବେଶ୍ କିଛି ଦିନ ହେଲାଣି ଜୋର ଚର୍ଚ୍ଚା ଚାଲିଛି। ପ୍ରଥମେ ଚର୍ଚ୍ଚା ଚାଲିଥିଲା ଲିଡ୍ ରୋଲ୍‌କୁ ନେଇ। ତେବେ ତାହା ଫାଇନାଲ୍ ହୋଇଗଲା। ଏଥିରେ ନିୟା ଶର୍ମା ଅଭିନୟ କରିବେ। ଏକତା କପୁର ନିଜେ ଟ୍ୱିଟ୍‌ କରି ଏହି ସୂଚନା ଦେଇଥିଲେ। ଆଉ ଏବେ ଦ୍ୱିତୀୟ ଲିଡ୍‌ ଚରିତ୍ର ଅର୍ଥାତ୍ ଦ୍ୱିତୀୟ ନାଗୁଣୀକୁ ନେଇ ଚର୍ଚ୍ଚା ଚାଲିଛି।  ‘ନାଗିନ୍‌-୪’ର ଯେଉଁ ପ୍ରୋମୋ ପ୍ରସାରିତ ହେଉଛି, ସେଥିରେ ଦୁଇ […]

author-image
Chinmayee Roy
ଏକତାଙ୍କୁ ମିଳିଗଲେ ଦ୍ୱିତୀୟ ନାଗୁଣୀ

nagin4

ମୁମ୍ବାଇ: ଏକତା କପୁରଙ୍କ ସିରିଏଲ୍‌ ‘ନାଗିନ୍‌ ୪’କୁ ନେଇ ବେଶ୍ କିଛି ଦିନ ହେଲାଣି ଜୋର ଚର୍ଚ୍ଚା ଚାଲିଛି। ପ୍ରଥମେ ଚର୍ଚ୍ଚା ଚାଲିଥିଲା ଲିଡ୍ ରୋଲ୍‌କୁ ନେଇ। ତେବେ ତାହା ଫାଇନାଲ୍ ହୋଇଗଲା। ଏଥିରେ ନିୟା ଶର୍ମା ଅଭିନୟ କରିବେ। ଏକତା କପୁର ନିଜେଟ୍ୱିଟ୍‌ କରି ଏହି ସୂଚନା ଦେଇଥିଲେ। ଆଉ ଏବେ ଦ୍ୱିତୀୟ ଲିଡ୍‌ ଚରିତ୍ର ଅର୍ଥାତ୍ ଦ୍ୱିତୀୟ ନାଗୁଣୀକୁ ନେଇ ଚର୍ଚ୍ଚା ଚାଲିଛି। 

Advertisment

ନାଗିନ୍‌-୪ର ଯେଉଁ ପ୍ରୋମୋ ପ୍ରସାରିତ ହେଉଛି, ସେଥିରେ ଦୁଇ ଜଣ ନାଗୁଣୀଙ୍କୁ ଦେଖିବାକୁ ମିଳୁଛି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ନିୟା ଶର୍ମା। ହେଲେ ଦ୍ୱିତୀୟ ଜଣକ କିଏ? ସୂଚନା ଅନୁଯାୟୀ, ଏହି ଦ୍ୱିତୀୟ ନାଗୁଣୀ ହେଉଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଚର୍ଚ୍ଚା ହେଉଛି, ଅନେକ ଅଭିନେତ୍ରୀଙ୍କ ନାଁକୁ ବିଚାର କରାଯିବା ପରେ ଏହି ରୋଲ୍‌ ପାଇଁ ଅଙ୍କିତାଙ୍କୁ ଫାଇନାଲ୍‌ କରାଯାଇଛି। ହେଲେ ଏ ନେଇ ନିର୍ମାତା ଏକତା କପୁରଙ୍କ ତରଫରୁ କୌଣସି ଘୋଷଣା କରାଯାଇନାହିଁ।

https://www.instagram.com/p/B4HL9IxB5Gl/?utm_source=ig_web_copy_link

ଯଦି ଏ କଥା ଠିକ୍‌, ତା’ହେଲେ ଏକ୍‌ତାଙ୍କ ସହିତ ଅଙ୍କିତାଙ୍କର ଏହା ଦ୍ୱିତୀୟ ସିରିଏଲ୍‌ ହେବ। ଏବା ପୂର୍ବରୁ ଅଙ୍କିତା ବାଲାଜୀ ଟେଲିଫିଲ୍ମସର ହିଟ୍‌ ସିରିଏଲ୍‌ ପବିତ୍ର ରିସ୍ତା’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଥ୍‌ଲେ। ଏଥିରେ ତାଙ୍କ ବିପକ୍ଷରେ ସୁଶାନ୍ତ ସିଂହ ରାଜପୁତ ଅଭିନୟ କରିଥିଲେ।  ଅଙ୍କିତାଙ୍କ ପୂର୍ବରୁ ‘ନାଗିନ୍‌-୪’ ପାଇଁ କ୍ରିଷ୍ଟଲ୍‌ ଡି’ସୌଜାଙ୍କୁ ଫାଇନାଲ କରାଯାଇଥିଲା। ହେଲେ କୌଣସି କାରଣରୁ ସେ ଏଥିରେ ସାମିଲ ହୋଇପାରିଲେ ନାହିଁ।

Advertisment