Advertisment

ଦିନେ କପିଲ ପଚାରିଥିଲେ, ‘ରାଜ୍‌, କିଛି ନ କରି କିପରି ଏତେ ରୋଜଗାର କରୁଛ’

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ପ୍ରସ୍ତୁତ କରୁଥିବା ମାମଲାରେ ସୋମବାର ରାତିରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଗିରଫ ହେବା ପରଠୁ ବି-ଟାଉନ୍‌ରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେହିପରି ରାଜ୍‌ଙ୍କ ଗିରଫଦାରୀ ପରେ କପିଲ ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କପିଲ ମଜା ମଜାରେ ରାଜ୍‌ଙ୍କୁ  କିଛି କାମ ନ କରି କେମିତି ଏତେ ଟଙ୍କା ରୋଜଗାର କରୁଛନ୍ତି ବୋଲି ପଚାରିଛନ୍ତି। ଭିଡିଓଟି […]

author-image
Niharika Rout
ଅଦ୍ୟତନ ହୋଇଛି
ଦିନେ କପିଲ ପଚାରିଥିଲେ, ‘ରାଜ୍‌, କିଛି ନ କରି କିପରି ଏତେ ରୋଜଗାର କରୁଛ’

Kapil Sharma & Raj Kundra

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ପ୍ରସ୍ତୁତ କରୁଥିବା ମାମଲାରେ ସୋମବାର ରାତିରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଗିରଫ ହେବା ପରଠୁ ବି-ଟାଉନ୍‌ରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେହିପରି ରାଜ୍‌ଙ୍କ ଗିରଫଦାରୀ ପରେ କପିଲ ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କପିଲ ମଜା ମଜାରେ ରାଜ୍‌ଙ୍କୁ  କିଛି କାମ ନ କରି କେମିତି ଏତେ ଟଙ୍କା ରୋଜଗାର କରୁଛନ୍ତି ବୋଲି ପଚାରିଛନ୍ତି। ଭିଡିଓଟି ଖୁବ୍‌ ଭାଇରାଲ ହେଉଥିବା ବେଳେ ଏହାର ଉତ୍ତର ମିଳିଯାଇଛି ବୋଲି ଟ୍ରୋଲ କରୁଛନ୍ତି ୟୁଜର୍ସ।

Advertisment

କପିଲଙ୍କ ପ୍ରୋଗ୍ରାମଙ୍କୁ କିଛି ବର୍ଷ ପୂର୍ବେ ଶିଳ୍ପା ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଯାଇଥିଲେ। ସେଠାରେ ରାଜ୍‌ କୁନ୍ଦ୍ରାଙ୍କୁ କହିଥିଲେ, ଆପଣଙ୍କୁ ସବୁବେଳେ ଫିଲ୍ମ ଷ୍ଟାରଙ୍କ ସହ ଫୁଟବଲ ମ୍ୟାଚ ଖେଳୁଥିବାର ଦେଖାଯାଉଛି। ସେହିପରି କେତେବେଳେ ଫ୍ଲାଇଟରେ, କେତେବେଳେ ଫରେନ ଲୋକେସନରେ ବୁଲୁଛନ୍ତି ତ କେତେବେଳେ ସ୍ତ୍ରୀଙ୍କ ସହ ସପିଙ୍ଗର ମଜା ନେଉଛନ୍ତି । ଏହାସହ କପିଲ କହିଥିଲେ, ପାଜୀ ଆମକୁ କିଛି ଆଇଡିଆ ଦିଅନ୍ତୁ, କିଛି ନ କରିବି ଏତେ ରୋଜଗାର କିପରି କରିହେବ। ଆଉ ଏବେ ଏହି ଭିଡିଓ ଦେଖିବା ପରେ ଜବାବ ମିଳିଯାଇଛି ବୋଲି ୟୁଜର୍ସ କମେଣ୍ଟ କରିଛନ୍ତି।

[caption id="attachment_660230" align="alignnone" width="650"]Raj Kundra with family in kapil sharma show Raj Kundra with family in kapil sharma show[/caption]

Advertisment

ରାଜଙ୍କ ଗିରଫଦାରୀ ପରେ ଏକ ପ୍ରେସ୍‌ ରିଲିଜରେ ମୁମ୍ବାଇ ପୁଲିସ୍‌ କମିଶନର ହେମନ୍ତ ନଗରାଲେ କହିଛନ୍ତି, ଅଶ୍ଳୀଳ ଫିଲ୍ମ କରିବା ଓ ଏହାକୁ ମୋବାଇଲ ଆପ୍ସରେ ଡାଉନଲୋଡ଼ କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ୨୦୨୧ ଫେବୃୟାରୀରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲରେ ଗତକାଲି ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। କାରଣ ଯାଞ୍ଚ ବେଳେ ସେ ଏହି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଜଣାଯାଇଛି।

ପର୍ଣ୍ଣ ଭିଡିଓ ମାମଲାରେ ମୁମ୍ବାଇ ପୁଲିସ୍‌ ଗତ ଫେବୃୟାରୀରେ ଅଭିନେତ୍ରୀ ଗହନା ବଶିଷ୍ଟ  ସମେତ ୬ ଜଣଙ୍କୁ ଗିରଫ କରିଥିଲା। ଉକ୍ତ ସମୟରେ ପଚରାଉଚରା ପରେ ବହୁ ସାଂଘାତିକ ତଥ୍ୟ ସାମନାକୁ ଆସିଥିଲା। ପର୍ଣ୍ଣ ଫିଲ୍ମର ସୁଟିଂ ମୁମ୍ବାଇରେ ହେଉଥିବା ବେଳେ ଆଇନ ହାତରୁ ଖସିଯିବାକୁ ଏହାକୁ ବିଦେଶରେ ଅପଲୋଡ  କରାଯାଉଥିଲା। କାରଣ ବିଦେଶର ଆଇପି ଆଡ୍ରେସ  ଓ ସର୍ଭରର ବ୍ୟବହାର କରି ଏପରି ଭିଡିଓ ଅପଲୋଡ କଲେ ବନ୍ଧା ହେବେନି ବୋଲି ଷଡଯନ୍ତ୍ରକାରୀ ଭାବି ନେଇଥିଲେ।

[caption id="attachment_660231" align="aligncenter" width="650"]Kapil with Raj & Shilpa Kapil with Raj & Shilpa[/caption]

ଅପରପକ୍ଷେ, ଏହି ମାମଲାରେ ତାଙ୍କର କୌଣସି ଭୂମିକା ନଥିବା କହି ରାଜ୍ କୁନ୍ଦ୍ରା ଅନ୍ତରୀଣ ଜାମିନ୍ ମଧ୍ୟ ଆବେଦନ କରିଥିଲେ ବୋଲି ଜଣାପଡ଼ିଛି। ୨୦୧୩ରେ କ୍ରିକେଟ୍‌ ବେଟିଂ ଓ ସ୍ପଟ୍ ଫିକ୍ସ ସ୍କାଣ୍ଡାଲ୍‌ରେ ଦିଲ୍ଲୀ ପୁଲିସ୍ ରାଜ୍ କୁନ୍ଦ୍ରାଙ୍କୁ ପଚରାଉଚରା କରିଥିଲା। ସୂଚନାଯୋଗ୍ୟ, ଶିଳ୍ପା ସେଟ୍ଟୀ ୨୦୦୯ରେ ରାଜ୍ କୁନ୍ଦ୍ରାଙ୍କୁ ବାହା ହୋଇଥିଲେ।

Kapil Sharma Raj Kundra