Advertisment

ସ୍ୱାମୀଙ୍କ ଠାରୁ ବିଚ୍ଛେଦ ପରେ ଏମିତି କହିଲେ ସମନ୍ଥା

ହାଇଦ୍ରାବାଦ: ସାଉଥ ସୁନ୍ଦରୀ ସମନ୍ଥା। ସେ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ସ୍ୱାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲା। ତାଙ୍କର ଏହି ଘୋଷଣା ସମସ୍ତଙ୍କୁ ଚିକିତ କରିଦେଇଥିଲା। ଏବେ ସ୍ୱାମୀଙ୍କଠାରୁ ଭିନ୍ନ ହେବାର ୬ ଦିନ ପରେ ନିଜ ମୁହଁ ଖୋଲିଛନ୍ତି ସମନ୍ଥା। ସେ ବ୍ୟକ୍ତିଗତ ଭାବେ ସାମ୍ନାକୁ ନଆସି ଇନ୍‌ଷ୍ଟାଗ୍ରାମରେ ଏକ ନୋଟ୍‌ ଶେଆର କରିଛନ୍ତି। ସମନ୍ଥା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ […]

ସ୍ୱାମୀଙ୍କ ଠାରୁ ବିଚ୍ଛେଦ ପରେ ଏମିତି କହିଲେ ସମନ୍ଥା

Samanta

Advertisment

ହାଇଦ୍ରାବାଦ: ସାଉଥ ସୁନ୍ଦରୀ ସମନ୍ଥା। ସେ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ସ୍ୱାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲା। ତାଙ୍କର ଏହି ଘୋଷଣା ସମସ୍ତଙ୍କୁ ଚିକିତ କରିଦେଇଥିଲା। ଏବେ ସ୍ୱାମୀଙ୍କଠାରୁ ଭିନ୍ନ ହେବାର ୬ ଦିନ ପରେ ନିଜ ମୁହଁ ଖୋଲିଛନ୍ତି ସମନ୍ଥା। ସେ ବ୍ୟକ୍ତିଗତ ଭାବେ ସାମ୍ନାକୁ ନଆସି ଇନ୍‌ଷ୍ଟାଗ୍ରାମରେ ଏକ ନୋଟ୍‌ ଶେଆର କରିଛନ୍ତି।

Advertisment

ସମନ୍ଥା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେଆର କରିଛନ୍ତି। ସେ ଏଥିରେ ଡବଲ୍‌ ଷ୍ଟାଣ୍ଡାର୍ଡ ବ୍ୟକ୍ତିତ୍ୱକୁ ନେଇ ଉଲ୍ଲେଖ କରିଛନ୍ତି। ସମନ୍ଥା ଲେଖିଛନ୍ତି, 'ମହିଳାଙ୍କ ସହ ଜଡିତ କୌଣସି ବି ନୈତିକତା ଉପରେ ବାରମ୍ବାର ପ୍ରଶ୍ନ କରାଯାଏ। କିନ୍ତୁ ପୁରୁଷଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ ନୈତିକ ରୂପେ କୌଣସି ପ୍ରଶ୍ନ କରାଯାଏ ନାହିଁ, ତାକୁ ଅଣଦେଖା କରାଯାଏ। ଆମେ ଏଭଳି ଏକ ସମାଜକୁ ପସନ୍ଦ କରୁ ଯେଉଁଥିରେ ମୌଳିକ ଭାବରେ କୌଣସି ନୈତିକତାରେ ସମାନତା ନାହିଁ।'

ନାଗା ଚୈତନ୍ୟଙ୍କ ଠାରୁ ଭିନ୍ନ ହେବା ପରେ ଗତକାଲି ସମନ୍ଥା ନିଜ ପ୍ରଥମ ଫଟୋ ଶେଆର କରିଥିଲେ । ଫଟୋରେ ସେ ଧଳା ରଙ୍ଗର ଏକ ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହି ଫଟୋଟି ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ମଧ୍ୟ ହୋଇଥିଲା।

Advertisment

ଗତ କିଛି ଦିନ ତଳେ ସମନ୍ଥା ଏବଂ ସାଉଥ ଷ୍ଟାର ନାଗା ଚୈତନ୍ୟ ସୋଶାଲ ମିଡିଆରେ ପୋଷ୍ଟ ଶେଆର କରି ପରସ୍ପରଠାରୁ ଅଲଗା ହେବା ନେଇ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ। ସେ କହିଥିଲେ ଅନେକ ବିଚାର ବିମର୍ଶ ପରେ ଉଭୟ ଭିନ୍ନ ହେବା ପାଇଁ ନିଷ୍ପତ୍ତି ନେିଛନ୍ତି। ଏଥିସହ ଏଭଳି ଅସୁବିଧା ସମୟରେ ତାଙ୍କୁ ତାଙ୍କ ପ୍ରାଇଭେସି ଦେବା ସହ ଜୀବନରେ ଆଗକୁ ବଢ଼ିବାକୁ ଦେବା ପାଇଁ ସେ ତାଙ୍କ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ।

ସୂଚନା ମୁତାବକ କିଛି ଦିନ ତଳେ ସମନ୍ଥା ସୋଶାଲ ମିଡିଆରେ ନିଜ ସରନେମ୍‌ ବା ଉପନାମ ବଦଳାଇ ଦେଇଥିଲେ। ଏହାକୁ ଦେଖି ନାଗା ଚୈତନ୍ୟ ଏବଂ ତାଙ୍କ ଭିତରେ କିଛି ଠିକ୍‌ ନଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ପରେ ସେ ନାଗା ଚୈତନ୍ୟଙ୍କ ଅପ୍‌କମିଂ ଫିଲ୍ମର ଟ୍ରେଲରକୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର କରିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ଥିବା ନେଇ କୁହାଯାଉଥିଲା। କିନ୍ତୁ ଏବେ ଉଭୟଙ୍କ ଛାଡପତ୍ର ଖବର ଏବେ ତାଙ୍କ ଫ୍ୟାନ୍‌ମାନଙ୍କୁ ଚକିତ କରିଦେଇଛି।

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ଥା ରୁଥ ପ୍ରଭୁ ୨୦୧୦ ମସିହାରୁ ପରସ୍ପରକୁ ଡେଟ୍‌ କରୁଥିଲେ। ପ୍ରାୟ ୭ ବର୍ଷ ପରେ ଉଭୟ ୨୦୧୭ ମସିହା ଅକ୍ଟୋବର ୯ରେ ବିବାହ କରିଥିଲେ।

सामांथा का पोस्ट

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe