Advertisment

ସୁଶାନ୍ତ ଥିଲେ ପ୍ରଥମ ପସନ୍ଦ, ଏବେ ଆୟୁଷ୍ମାନ କରିବେ ଫିଲ୍ମ

ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ଅଭିଷେକ କପୁର ନିକଟରେ ନିଜର ନୂଆ ଫିଲ୍ମ ‘ଚଣ୍ଡିଗଡ଼ କରେ ଆଶିକୀ’ ବାବଦରେ ଘୋଷଣା କରିଛନ୍ତି। ଫିଲ୍ମରେ ଆୟୁଷ୍ମାନ୍ ଖୁରାନା ଏବଂ ବାଣୀ କପୁର ଲିଡ୍ ରୋଲରେ ନଜରକୁ ଆସିବେ। ଏନେଇ ଆୟୁଷ୍ମାନ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ସୂଚନା ଦେଇଥିଲେ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆୟୁଷ୍ମାନ ଏହି ଫିଲ୍ମ ପାଇଁ ପ୍ରଥମ ପସନ୍ଦ ନ ଥିଲେ। ଅଭିଷେକ କପୁର ଫିଲ୍ମ ‘କେଦାରନାଥ’ ରିଲିଜ୍ ପରେ […]

ଅଦ୍ୟତନ ହୋଇଛି
ସୁଶାନ୍ତ ଥିଲେ ପ୍ରଥମ ପସନ୍ଦ, ଏବେ ଆୟୁଷ୍ମାନ କରିବେ ଫିଲ୍ମ

ayushman

Advertisment

ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ଅଭିଷେକ କପୁର ନିକଟରେ ନିଜର ନୂଆ ଫିଲ୍ମ 'ଚଣ୍ଡିଗଡ଼ କରେ ଆଶିକୀ' ବାବଦରେ ଘୋଷଣା କରିଛନ୍ତି। ଫିଲ୍ମରେ ଆୟୁଷ୍ମାନ୍ ଖୁରାନା ଏବଂ ବାଣୀ କପୁର ଲିଡ୍ ରୋଲରେ ନଜରକୁ ଆସିବେ। ଏନେଇ ଆୟୁଷ୍ମାନ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ସୂଚନା ଦେଇଥିଲେ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆୟୁଷ୍ମାନ ଏହି ଫିଲ୍ମ ପାଇଁ ପ୍ରଥମ ପସନ୍ଦ ନ ଥିଲେ।

Advertisment

ଅଭିଷେକ କପୁର ଫିଲ୍ମ 'କେଦାରନାଥ' ରିଲିଜ୍ ପରେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଫିଲ୍ମ 'ଚଣ୍ଡିଗଡ଼ କରେ ଆଶିକୀ' ନେଇ ଆଲୋଚନା କରିଥିଲେ। ଏହି ଫିଲ୍ମ ପାଇଁ ସୁଶାନ୍ତ ଥିଲେ ଅଭିଷେକଙ୍କ ପ୍ରଥମ ପସନ୍ଦ। ହେଲେ ଫିଲ୍ମଟି ହୁଏତ ଆୟୁଷ୍ମାନଙ୍କ ଭାଗ୍ୟରେ ହିଁ ଥିଲା। ଏବେ ଫିଲ୍ମ 'ଚଣ୍ଡିଗଡ଼ କରେ ଆଶିକୀ'ରେ ସୁଶାନ୍ତ ସ୍ଥାନରେ ଆୟୁଷ୍ମାନ ଅଭିନୟ କରିବେ।

ଫିଲ୍ମରେ ଆୟୁଷ୍ମାନ ଜଣେ କ୍ରଶ୍ ଫଙ୍କସନାଲ ଆଥଲେଟ୍ ଭୂମିକାରେ ନଜରକୁ ଆସିବେ। ଏନେଇ ସେ ନିଜର ଫିଜିକ୍ ଉପରେ ବେଶ୍ ପରିଶ୍ରମ କରିଛନ୍ତି। ଫିଲ୍ମରେ ପ୍ରଥମ ଥର ଆୟୁଷ୍ମାନ ଏବଂ ବାଣୀଙ୍କ ଯୋଡ଼ି ଦେଖିବାକୁ ମିଳିବ। 2021ରେ ଫିଲ୍ମଟି ରିଲିଜ୍ ହେବ।

Advertisment

ସୂଚନା ଥାଉ କି, ଅଭିଷେକ କପୁର ଓ ସୁଶାନ୍ତଙ୍କ ଯୋଡ଼ି ଖୁବ୍ ହିଟ୍ ସାବ୍ୟସ୍ତ ହୋଇଛି। ଅଭିଷେକଙ୍କ ଫିଲ୍ମ 'କାଇ ପୋ ଚେ'ରୁ ସୁଶାନ୍ତ ବଲିଉଡ୍ ଏଣ୍ଟ୍ରି କରିଥିଲେ। ଫିଲ୍ମଟି ହିଟ୍ ହୋଇଥିଲା। ପରେ ଉଭୟ ଫିଲ୍ମ କେଦାରନାଥରେ କାମ କରିଥିଲେ। ଏହି ଫିଲ୍ମ ମଧ୍ୟ ହିଟ୍ ହୋଇଥିଲା।

Sushant Singh Rajput Ayushman Khurana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe