Advertisment

'ତାଣ୍ଡବ' ପରେ ଏବେ 'ମିର୍ଜାପୁର' ପାଳି

ମୁମ୍ବାଇ:ୱେବ ସିରିଜ ‘ତାଣ୍ଡବ’କୁ ନେଇ ଥମୁନି ବିବାଦ। ଏହାରି ଭିତରେ ଏବେ ଆଉ ଏକ ୱେବସିରିଜକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ‘ତାଣ୍ଡବ’ ପରେ ଏବେ ‘ମିର୍ଜାପୁର’ର ପାଳି ପଡିଛି। ମର୍ଜାପୁରର ଛବି ଖରାପ କରିବା, ଧାର୍ମିକ ଭାବନାକୁ ଆଘାତ ଦେବା, ସମ୍ପର୍କକୁ ନେଇ ଭିନ୍ନ ଭୁଲ ବାର୍ତ୍ତା ଦେବା ଆଦି ଅଭିଯୋଗରେ ଗତ ୧୭ ଜାନୁଆରୀରେ ଏଫଆଇଆର୍‌ ରୁଜୁ ହୋଇଥିଲା। ଏହାକୁ ନେଇ ଆଜି ଉତ୍ତରପ୍ରଦେଶ ପୁଲିସର ତିନି ଜଣିଆ ଟିମ୍‌ ୱେବସିରିଜର ମେକର୍ସଙ୍କୁ […]

'ତାଣ୍ଡବ' ପରେ ଏବେ 'ମିର୍ଜାପୁର' ପାଳି

mirzapur

Advertisment

ମୁମ୍ବାଇ:ୱେବ ସିରିଜ 'ତାଣ୍ଡବ'କୁ ନେଇ ଥମୁନି ବିବାଦ। ଏହାରି ଭିତରେ ଏବେ ଆଉ ଏକ ୱେବସିରିଜକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। 'ତାଣ୍ଡବ' ପରେ ଏବେ 'ମିର୍ଜାପୁର'ର ପାଳି ପଡିଛି।

Advertisment

ମର୍ଜାପୁରର ଛବି ଖରାପ କରିବା, ଧାର୍ମିକ ଭାବନାକୁ ଆଘାତ ଦେବା, ସମ୍ପର୍କକୁ ନେଇ ଭିନ୍ନ ଭୁଲ ବାର୍ତ୍ତା ଦେବା ଆଦି ଅଭିଯୋଗରେ ଗତ ୧୭ ଜାନୁଆରୀରେ ଏଫଆଇଆର୍‌ ରୁଜୁ ହୋଇଥିଲା। ଏହାକୁ ନେଇ ଆଜି ଉତ୍ତରପ୍ରଦେଶ ପୁଲିସର ତିନି ଜଣିଆ ଟିମ୍‌ ୱେବସିରିଜର ମେକର୍ସଙ୍କୁ ପଚରାଉଚରା କରିବା ପାଇଁ ମୁମ୍ବାଇରେ ଡେରା ପକାଇଛନ୍ତି। ଏହି ଟିମ୍‌ରେ ଜଣେ ଇନ୍ସପେକ୍ଟର, ଜଣେ ପୁଲସି କର୍ମଚାରୀ ଓ ଜଣେ କନଷ୍ଟେବଳ ଅଛନ୍ତି।

Advertisment


ମିର୍ଜାପୁର ସିରିଜର ପ୍ରଯୋଜକ ରିତେଶ ସିଧୱାନି, ଫରହାନ ଅଖତର ଓ ଆମାଜନ ପ୍ରାଇମ ସମେତ ଅେନକ ଲୋକଙ୍କ ନାଁରେ ଅରବିନ୍ଦ ଚର୍ତୁବେଦି ନାମକ ଜଣେ ବ୍ୟକ୍ତି ମାମଲା ରୁଜୁ କରିଛନ୍ତି ।

ଅଭିଯୋଗ ମୁତାବକ, ଏହି ୱେବସିରିଜ ସାମାଜିକ ଭାବନାକୁ ଆଘାତ ପହଞ୍ଚାଇଛି। ଏହା ବ୍ୟତୀତ ସିରିଜରେ ସମ୍ପର୍କକୁ ନେଇ ଭୁଲ ଚିତ୍ରଣ କରାଯାଇଛି, ଯାହା ସମାଜ ଉପରା କୁପ୍ରଭାବ ପକାଉଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, 'ମିର୍ଜାପୁର' ୱେବ ସିରିଜର ପ୍ରଥମ ସିଜିନ ୨୦୧୮ରେ ରିଲିଜ ହୋଇଥିଲା। ଦୁଇ ବର୍ଷ ପରେ ୨୦୨୦ରେ ଏହାର ଦ୍ବିତୀୟ ସିଜିନ ରିଲିଜ କରାଯାଇଥିଲା। ସିରିଜରେ ଥିବା ବିବାଦୀୟ ଡାଏଲଗ ଏବଂ ଦୃଶ୍ୟକୁ ନେଇ ପ୍ରଶଂସକ ବଏକଟ୍‌ ପାଇଁ ଦାବି କରିଥିଲେ। ଏହି ୱେବ ସିରିଜର ଲିଡ୍‌ ରୋଲରେ ପଙ୍କଜ ତ୍ରିପାଠୀ, ଅଲ୍ଲି ଫେଜଲ, ଦିବ୍ୟେନ୍ଦୁ ପ୍ରମୁଖ ଅଛନ୍ତି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe