ଏହି ଅଭିନେତା କହିବା ପରେ ନିଜ ପ୍ରାଇସ୍‌ ବଢ଼ାଇଲେ ଆଲିଆ

ମୁମ୍ବାଇ: ଆଲିଆ ଭଟ୍ଟ ନିଜ କ୍ୟାରିଅର୍‌ର ଶୁଭାରମ୍ଭ କରନ୍‌ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌’ରୁ କରିଥିଲେ। ଏଥିରେ ତାଙ୍କ ସହ-ଅଭିନେତା ଥିଲେ ବରୁଣ ଧୱନ୍‌ ଓ ସିଦ୍ଧାର୍ଥ ମଲ୍‌ହୋତ୍ରା। ଏହି ଫିଲ୍ମ ପରେ ଆଲିଆ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। କିନ୍ତୁ ତାଙ୍କ ଫିଲ୍ମ ଯେପରି ହିଟ୍‌ ହେଉଥିଲା, ସେହି ଅନୁସାରେ ଆଲିଆଙ୍କ ପ୍ରାଇସ୍‌ କିନ୍ତୁ ଖୁବ୍‌ କମ୍‌ ଥିଲା। ଏହା ସହ ସେ ଅଭିନୟ କ୍ଷେତ୍ରରେ ଏତେ ଆଗକୁ ଗଲେଣି ବୋଲି, ନିଜେ ବି ଜାଣି ନଥିଲେ। ଏହି କଥା ଆଲିଆଙ୍କ ବନ୍ଧୁ ତଥା ଅଭିନେତା ବରୁଣ ଧୱନ୍‌ ଏବେ ଖୁଲାସା କରିଛନ୍ତି।

ନିକଟରେ ‘ସୁଈ ଧାଗା’ର ପ୍ରମୋସନ୍‌ ପାଇଁ ଆସିଥିବାବେଳେ ଏକ ସାକ୍ଷତାକାରରେ ବରୁଣ ଏହା କହିଛନ୍ତି।
aluu

image credit- DNA India
ଏହି ସାକ୍ଷତାକାରର ବରୁଣ କହିଥିଲେ, ମୁଁ ବହୁ ପୂର୍ବରୁ ଆଲିଆଙ୍କୁ ଅନେକ ଥର କହିଥିଲେ ଯେ ତୁମେ ଫିଲ୍ମ ପାଇଁ ଖୁବ୍‌ କମ୍‌ ପ୍ରାଇସ୍‌ ନେଉଛ। ନିଜ ପ୍ରାଇସ୍‌ ବଢ଼ାଅ। ତେବେ ଫିଲ୍ମ୍‌ ‘‘ରାଜି’’ ପରେ ଯାଇ ଆଲିଆଙ୍କୁ ଜଣା ପଡ଼ିଲା ଯେ ସେ ବଡ଼ ଷ୍ଟାର ହୋଇଗଲେଣି ଏବଂ ଏହା ପରେ ସେ ମୋ କଥା ଅନୁସାରେ ନିଜ ପ୍ରାଇସ୍‌ ବଢ଼ାଇଥିଲେ।”

ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରାଇସ୍‌କୁ ନେଇ ରହୁଥିବା ତାରତମ୍ୟ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ସାକ୍ଷାତକାରରେ ବରୁଣ୍‌ ଆଲିଆଙ୍କ ସମ୍ପର୍କରେ ଏହି ଖାସ୍‌ ଖୁଲାସା କରିଥିଲେ। ଏଥିରେ ସେ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରାଇସ୍‌କୁ ନେଇ ରହୁଥିବା ତାରତମ୍ୟକୁ ନାପସନ୍ଦ କରିଥିଲେ। ବରୁଣ କହିଥିଲେ ଯେ କୌଣସି ଫିଲ୍ମରେ ଅଭିନେତାମାନେ ଯେତିକି ପରିଶ୍ରମ କରନ୍ତି, ଅଭିନେତ୍ରୀମାନେ ମଧ୍ୟ ସେତିକି ପରିଶ୍ରମ କରନ୍ତି। ତେଣୁ କେବଳ ଆଲିଆ ନୁହେଁ, ଅନ୍ୟ ଅଭିନେତ୍ରୀମାନେ ବି ଅଭିନେତାଙ୍କ ବରାବର୍‌ ଫିସ୍‌ ନେବା ଉଚିତ୍‌।

ଆହୁରି ପଢ଼ନ୍ତୁ

ଏଫ୍‌ଆଇଆର୍‌ ଦେବାକୁ ଅମଙ୍ଗ ଥିଲେ ସୁଶାନ୍ତଙ୍କ ପରିବାର ଲୋକେ!

ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା, ଆଇସୋଲେସନ୍‌ରେ ରହିଲେ ଜଣେ ମୁଖ୍ୟମନ୍ତ୍ରୀ

‘କୋଭିଡ୍ ଚିକିତ୍ସା ପାଇଁ ଦିଆଯାଉଛି ନିମ୍ନମାନର ଔଷଧ ଓ ପିପିଇ କିଟ୍’

ଜେଲରେ ଧସେଇ ପଶିଲେ ବନ୍ଧୁକଧାରୀ, ଅତର୍କିତ ଗୁଳିମାଡ଼ରେ ୨୯ ମୃତ

ପୁଣି ରିୟାଙ୍କୁ ଟାର୍ଗେଟ କରି ଭିଡିଓ ଜାରି କଲେ ସୁଶାନ୍ତଙ୍କ ବାପା

ଏଣିକି ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଅନନ୍ୟ: ସ୍ୱାମୀଙ୍କୁ ‘ତିନ୍ ତଲାକ୍’ ଦେଲେ ମହିଳା

ରିୟା ଫେରାର ନାହାନ୍ତି, ବିହାର ପୁଲିସ୍‌ ତାଙ୍କୁ ସମନ କରିନି: ଓକିଲ

ଅମିତ ଶାହଙ୍କୁ କରୋନା ପରେ ଆଇସୋଲେସନରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ

‘ପ୍ରଧାନମନ୍ତ୍ରୀଙ୍କ ପାଇଁ ମୋର ଚିନ୍ତା’: ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେନି ଉମା ଭାରତୀ

ଅଯୋଧ୍ୟା ଭୂମି ପୂଜନ ପାଇଁ ଇକବାଲ ଅନସାରୀଙ୍କୁ ମିଳିଲା ପ୍ରଥମ ନିମନ୍ତ୍ରଣ କାର୍ଡ