ୟାମୀ ଗୌତମ୍‌ଙ୍କ ପରେ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ପୁଲ୍‌କିତ୍‌

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ‘ଫୁକ୍‌ରେ’ ଫେମ୍‌ ପୁଲକିତ୍‌ ସମ୍ରାଟ  ନିଜ ପର୍ସନାଲ୍‌ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି।  ସଲ୍‌ମାନ୍‌ଙ୍କ ଧରମ ଭଉଣୀ ଶ୍ୱେତା ରୋହିରାଙ୍କଠାରୁ ଅଲଗା ହେବା ପରେ ସେ ଅଭିନେତ୍ରୀ ୟାମୀ ଗୌତମ୍‌ଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ। କିନ୍ତୁ କିଛି ଦିନ ପରେ ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା।  ୟାମୀଙ୍କ ସହ ତାଙ୍କ ପ୍ୟାଚ୍‌ଅପ୍‌କୁ ନେଇ ଯେତିକି ଚର୍ଚ୍ଚା ହୋଇ ନ ଥିଲା ତାଙ୍କ ବ୍ରେକ୍‌ଅପ୍‌କୁ ନେଇ ସେତିକି ଚର୍ଚ୍ଚା ହେଉଥିଲା। ସ୍ପଟ୍‌ବୟ ଖବର ମୁତାବକ, ପରିବାର […]

pulkit

Sangita Sahoo
  • Published: Friday, 22 February 2019
  • , Updated: 22 February 2019, 05:57 PM IST

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ‘ଫୁକ୍‌ରେ’ ଫେମ୍‌ ପୁଲକିତ୍‌ ସମ୍ରାଟ  ନିଜ ପର୍ସନାଲ୍‌ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି।  ସଲ୍‌ମାନ୍‌ଙ୍କ ଧରମ ଭଉଣୀ ଶ୍ୱେତା ରୋହିରାଙ୍କଠାରୁ ଅଲଗା ହେବା ପରେ ସେ ଅଭିନେତ୍ରୀ ୟାମୀ ଗୌତମ୍‌ଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ। କିନ୍ତୁ କିଛି ଦିନ ପରେ ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା।  ୟାମୀଙ୍କ ସହ ତାଙ୍କ ପ୍ୟାଚ୍‌ଅପ୍‌କୁ ନେଇ ଯେତିକି ଚର୍ଚ୍ଚା ହୋଇ ନ ଥିଲା ତାଙ୍କ ବ୍ରେକ୍‌ଅପ୍‌କୁ ନେଇ ସେତିକି ଚର୍ଚ୍ଚା ହେଉଥିଲା।

ସ୍ପଟ୍‌ବୟ ଖବର ମୁତାବକ, ପରିବାର ଲୋକଙ୍କ ଚାପ ଯୋଗୁ ପୁଲକିତ୍‌ ୟାମୀ ଅଲଗା ହୋଇଯାଇଥିଲେ। କିନ୍ତୁ ଏବେ ତାଙ୍କ ଜୀବନରେ ଆଉ ଜଣେ ଅଭିନେତ୍ରୀ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ହେଉଛି।   ଖବର ମୁତାବକ  ପୁଲ୍‌କିତ୍‌ ଏବେ ଅଭିନେତ୍ରୀ କୃତି ଖର୍‌ବନ୍ଧାଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି। ଦୁହେଁ ପରସ୍ପରକୁ ଡେଟ୍‌  କରୁଛନ୍ତି।

ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥିଲା।  ପୁଲ୍‌କିତ୍‌ଙ୍କ ଜନ୍ମ ଦିନରେ କୃତି ଚେନ୍ନାଇ ଯାଇ ତାଙ୍କୁ ସରପ୍ରାଇଜ୍‌ ବି ଦେଇଥିଲେ।  ଏମିତିକି  କୃତି ଏବେ ପୁଲ୍‌କିତ୍‌ଙ୍କ ବ୍ୟକ୍ତିଗତ  ଟ୍ରେନର  ସମୀର ହଂସାରୀଙ୍କଠାରୁ ଟ୍ରେନିଂ ନେଉଛନ୍ତି।  ଦୁହେଁ ଏ ପର୍ଯ୍ୟନ୍ତ  ନିଜ ସମ୍ପର୍କ ବିଷୟରେ ସାର୍ବଜନୀନ ଭାବେ ସ୍ପଷ୍ଟ କରି ନାହାନ୍ତି।  ପୁଲ୍‌କିତ୍‌ ବି ଏହି ବିଷୟରେ କିଛି କହିବା ଆଗରୁ ହଡବଡେଇ ଯାଉଛନ୍ତି।

ସୂଚନାଯୋଗ୍ୟ ଯେ, ଦୁହେଁ ଫିଲ୍ମ ‘ଭିରେ କି ୱେଡିଂ’ ରେ ଏକାଠି କାମ କରିଥିଲେ।  ଏବେ ପୁଣି ପୁଲ୍‌କିତ୍‌ ଓ କୃତି ଏକାଠି ନଜର ଆସିବେ।  ସେମାନେ ନିର୍ଦ୍ଦେଶକ ଅନୀସ୍‌ ବଜ୍ମିଙ୍କ ଫିଲ୍ମ ‘ପାଗଲପନ୍ଥୀ’ରେ ନଜର ଆସିବେ। ଏହା ଏକ କମେଡି ଫିଲ୍ମ। ରିପୋର୍ଟ ମୁତାବକ୍‌ ଫିଲ୍ମଟି ଚଳିତ ମାସ ଆରମ୍ଭ ହେବ। ଯାହାକି ଏକ ମଲ୍ଟି ଷ୍ଟାରର ଫିଲ୍ମ।

ଫିଲ୍ମରେ ପୁଲ୍‌କିତ୍‌ ଓ କୃତିଙ୍କ ବ୍ୟତିତ ଉର୍ଭସୀ ରୌତଲା, ଜନ୍‌ ଅବ୍ରାହମ୍‌, ଇଲିଆନା ଡିକ୍ରୁଜ୍‌, ଆରସଦ୍‌ ୱାର୍ସି ଓ ସୈାରବ୍‌ ସୁକ୍ଳା ମୁଖ୍ୟ ଭୂମିକାରେ ଅଭିନୟ କରିବେ।  ଫିଲ୍ମ ରିଲିଜ୍‌ ଡେଟ୍‌କୁ ନେଇ ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ।

ତେଲା, ଜନ୍‌ ଅବ୍ରାହମ୍‌, ଇଲିଆନା ଡିକ୍ରୁଜ୍‌, ଆରସଦ୍‌ ୱାର୍ସି ଓ ସୌରବ୍‌ ସୁକ୍ଳା ମୁଖ୍ୟ ଭୂମିକାରେ ଅଭିନୟ କରିବେ।  ଫିଲ୍ମ ରିଲିଜ୍‌ ଡେଟ୍‌କୁ ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ।

 

 

 

Related story