Advertisment

ଘରକୁ ଫେରିଲେ ଶଜା

ମୁମ୍ବାଇ: ପ୍ରଯୋଜକ କରିମ୍ ମୋରାନିଙ୍କ ଝିଅ ତଥା ଅଭିନେତ୍ରୀ ଜୋଆ ମୋରାନିଙ୍କ ଭଉଣୀ ଶଜାଙ୍କ ‘କୋଭିଡ୍-୧୯’ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ତାଙ୍କ ପୂର୍ବରୁ ଗତକାଲି ଜୋଆଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା ଓ ସେ  ମଧ୍ୟ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ। https://www.instagram.com/p/B-3zG2jgV73/?utm_source=ig_web_copy_link ସୂଚନାଯୋଗ୍ୟ, ମାର୍ଚ୍ଚ ପ୍ରଥମ ସପ୍ତାହରେ ଶ୍ରୀଲଙ୍କାରୁ ଭାରତ ଫେରିଥିଲେ ଶଜା। ହେଲେ ସେତେବେଳେ ତାଙ୍କଠାରେ କରୋନାର ଲକ୍ଷଣ ଦେଖାଯାଇ ନ ଥିଲା। କିନ୍ତୁ ଏପ୍ରେଲ୍ […]

ଅଦ୍ୟତନ ହୋଇଛି
ଘରକୁ ଫେରିଲେ ଶଜା

Shaza mornai

Advertisment

ମୁମ୍ବାଇ: ପ୍ରଯୋଜକ କରିମ୍ ମୋରାନିଙ୍କ ଝିଅ ତଥା ଅଭିନେତ୍ରୀ ଜୋଆ ମୋରାନିଙ୍କ ଭଉଣୀ ଶଜାଙ୍କ ‘କୋଭିଡ୍-୧୯’ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ତାଙ୍କ ପୂର୍ବରୁ ଗତକାଲି ଜୋଆଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା ଓ ସେ  ମଧ୍ୟ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ।

Advertisment

https://www.instagram.com/p/B-3zG2jgV73/?utm_source=ig_web_copy_link

ସୂଚନାଯୋଗ୍ୟ, ମାର୍ଚ୍ଚ ପ୍ରଥମ ସପ୍ତାହରେ ଶ୍ରୀଲଙ୍କାରୁ ଭାରତ ଫେରିଥିଲେ ଶଜା। ହେଲେ ସେତେବେଳେ ତାଙ୍କଠାରେ କରୋନାର ଲକ୍ଷଣ ଦେଖାଯାଇ ନ ଥିଲା। କିନ୍ତୁ ଏପ୍ରେଲ୍ ୭ ତାରିଖରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ, ଯେଉଁଠାରେ ସେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ବୋଲି ଜଣାପଡ଼ିଥିଲା।

https://www.instagram.com/p/B4yutoUAFwG/?utm_source=ig_web_copy_link

ହସ୍ପିଟାଲରୁ ଡିସଚାର୍ଜ ପରେ ଶଜାଙ୍କୁ ଆଗାମୀ ୧୪ଦିନ ଯାଏ ଘରେ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଶଜା ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ଭଉଣୀ ଜୋଆ ଏବଂ ବାପା କରିିମ୍ ମୋରାନି ମଧ୍ୟ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା।

Advertisment

ଡାକ୍ତରଖାନାରୁ ଫେରିବା ପରେ ଶଜା ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ସେ ପୂରାପୂରି ଥକି ଯାଇଛନ୍ତି ଏବଂ ତାଙ୍କ ମନରେ ବିଭିନ୍ନ ପ୍ରକାରର କଥା ଚାଲିଛି। ତେଣୁ ସେ ଶୋଇ ପାରୁନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe