ranveer
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚିତ ସେତିକି ତାଙ୍କ ଡ୍ରେସିଂ ସେନ୍ସକୁ ନେଇ ମଧ୍ୟ ଚର୍ଚ୍ଚିତ। ସେ ପ୍ରାୟ ସମୟରେ ଅଜବ ଅଜବ ଡ୍ରେସ୍ ପିନ୍ଧିବା ଦେଖିବାକୁ ମିଳେ। ଏଥିପାଇଁ ତାଙ୍କୁ ଅନେକ ଟ୍ରୋଲ୍ ମଧ୍ୟ କରାଯାଏ। ହେଲେ ତାଙ୍କୁ କିଛି ଫରକ ପଡ଼େନି। ଏବେ ସେ ପୁଣି ଏପରି ଏକ ଆଉଟ୍ଫିଟ୍ରେ ନଜର ଆସିଛନ୍ତି, ଯେଉଁଥିପାଇଁ ସୋଶାଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଉଛି।
ରଣବୀର ଏକ ରେଡ୍ କଲର୍ ଲଙ୍ଗ୍ ହୁଡି ପିନ୍ଧି ମୁମ୍ବାଇର ଏକ ଡବିଂ ଷ୍ଟୁଡିଓରେ ପହଞ୍ଚିଥିଲେ। ଏହି ହୁଡିଟି ରଣବୀରଙ୍କ ଆଣ୍ଠୁ ତଳକୁ ବହୁତ ଲମ୍ବା ଥିଲା। ଏଥିସହ ସେ ବ୍ଲାକ୍ ଜିନ୍ସ ଓ ସବୁଜ ରଙ୍ଗର ଜୋତା ପିନ୍ଧିଥିଲେ। ତାଙ୍କର ଏହି ଲୁକ୍ ଦେଖି ଆପଣ ମଧ୍ୟ ନିଜ ହସକୁ ରୋକିପାରିବେ ନାହିଁ।
https://www.instagram.com/p/B3Fa5TygvxK/?utm_source=ig_web_copy_link
ଏହି ଲୁକ୍ରେ ରଣବୀରଙ୍କ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଯାହାକୁ ଦର୍ଶକ ଲଗାତାର ଭାବେ ଟ୍ରୋଲ୍ କରୁଛନ୍ତି। କେହି ତାଙ୍କୁ ତାନ୍ତ୍ରିକ କହୁଛନ୍ତି ତ କେହି ଜୋକର୍ କହୁଛନ୍ତି। ତା’ସହିତ ଆଉ କେହି ଲାଲ୍ ପରୀ କହି ତାଙ୍କର ମଜା ଉଡ଼ାଉଛନ୍ତି।
ନିକଟରେ ଆଇଫା ୨୦୧୯ରେ ସେ ସୁଟ୍ ଉପରେ ଏକ ଷ୍ଟଲ୍ ପକାଇବା ସହ ହାତରେ ଖଣ୍ଡା ଧରି ପହଞ୍ଚିଥିଲେ। ଏଥିପାଇଁ ସମସ୍ତେ ତାଙ୍କର ମଜା ଉଡ଼ାଉଥିଲେ। ଏପରିକି ତାଙ୍କ ପତ୍ନୀ ଦୀପିକା ପାଦୁକୋନ୍ ମଧ୍ୟ ସୋଶାଲ୍ ମିଡିଆରେ ଏକ ମିମ୍ ଶେଆର୍ କରି ରଣବୀରଙ୍କୁ କଟାକ୍ଷ କରିଥିଲେ।
https://www.instagram.com/p/B3Fi1KuAFgr/?utm_source=ig_web_copy_link
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/ranveer.jpg)