Advertisment

ବାଲାର ସଫଳତା ପରେ ଫ୍ୟାନଙ୍କୁ ଏମିତି ଧନ୍ୟବାଦ ଜଣାଇଲେ ଆୟୁଷ୍ମାନ୍

ମୁମ୍ବାଇ:  ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ବାଲାକୁ ମିଳୁଛି ଜବରଦସ୍ତ ରେସ୍ପନ୍ସା ଫିଲ୍ମଟି ନାନା ବିବାଦରେ ଫସିବା ସତ୍ତ୍ୱେ ବି ଏହା ବକ୍ସ ଅଫିସ୍‌ରେ ଭଲ ଆୟ କରୁଛି। ଦର୍ଶକ ଫିଲ୍ମରେ ଆୟୁଷ୍ମାନଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି। ଏଥିପାଇଁ ସେ ଫ୍ୟାନ୍ସଙ୍କୁ ଏକ ନିଆରା ଧନ୍ୟବାଦ  ଜଣାଇଛନ୍ତିା ଆୟୁଷ୍ମାନ ସୋଶାଲ୍ ମିଡି‌ଆରେ ଏକ ଫଟୋ ଶେଆର କରି ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତିା ସେ ଶେଆର କରିଥିବା ଏହି ଫଟୋରେ ବାଲା ଚରିତ୍ରର ଏକ ଚିତ୍ର ଅଙ୍କା ହୋଇଥିବା […]

author-image
Chinmayee Roy
ବାଲାର ସଫଳତା ପରେ ଫ୍ୟାନଙ୍କୁ ଏମିତି ଧନ୍ୟବାଦ ଜଣାଇଲେ ଆୟୁଷ୍ମାନ୍

bala

ମୁମ୍ବାଇ:  ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ବାଲାକୁ ମିଳୁଛି ଜବରଦସ୍ତ ରେସ୍ପନ୍ସା ଫିଲ୍ମଟି ନାନା ବିବାଦରେ ଫସିବା ସତ୍ତ୍ୱେ ବି ଏହା ବକ୍ସ ଅଫିସ୍‌ରେ ଭଲ ଆୟ କରୁଛି। ଦର୍ଶକ ଫିଲ୍ମରେ ଆୟୁଷ୍ମାନଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି। ଏଥିପାଇଁ ସେ ଫ୍ୟାନ୍ସଙ୍କୁ ଏକ ନିଆରା ଧନ୍ୟବାଦ  ଜଣାଇଛନ୍ତିା

Advertisment

ଆୟୁଷ୍ମାନ ସୋଶାଲ୍ ମିଡି‌ଆରେ ଏକ ଫଟୋ ଶେଆର କରି ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତିା ସେ ଶେଆର କରିଥିବା ଏହି ଫଟୋରେ ବାଲା ଚରିତ୍ରର ଏକ ଚିତ୍ର ଅଙ୍କା ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ତାଙ୍କର ଜଣେ ଫ୍ୟାନ୍ ଆଙ୍କିଛନ୍ତି ବୋଲି ଆୟୁଷ୍ମାନ କହିଛନ୍ତି। ସେ ଏହି ପୋଷ୍ଟର କ୍ୟାପସନ୍‌ରେ ଲେଖିଛନ୍ତି, ‘ବାଲା ଚିତ୍ର ଆପଣ କରିଛନ୍ତି, ଏବଂ ବାଲାରେ ଭାଗ୍ୟ ବି ଆପଣ ଲେଖିଛନ୍ତି।’

https://www.instagram.com/p/B4r1K0kAEpb/?utm_source=ig_web_copy_link

ବାଲାକୁ ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି। ରିଲିଜର୍ ପ୍ରଥମ ଦିନରେ ଏହା ୧୦ କୋଟି ୧୫ ଲକ୍ଷ ଆୟ କରିଥିଲା। ଦ୍ୱିତୀୟ ଦିନର ଆୟ ୧୫ କୋଟି ୭୫ ଲକ୍ଷ ଟଙ୍କା ଓ ତୃତୀୟ ଦିନର ଆୟ ମିଶାଇ ଏଯାବତ୍ ଫିଲ୍ମ ୪୦ କୋଟି ଟଙ୍କା ଆୟ କରିସାରିଲାଣି। ଏନେଇ ଫିଲ୍ମ ସମୀକ୍ଷକ ତରଣ ଆର୍ଦଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତିା ୨୫ କୋଟି ବଜେଟ୍‌ରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ମାତ୍ର ଦୁଇ ଦିନରେ ହିଁ ଭଲ କଲେକ୍ସନ କରିଛି।

Advertisment

https://twitter.com/taran_adarsh/status/1193757716688207873

ଜଣେ ଚନ୍ଦା ବ୍ୟକ୍ତି ପ୍ରେମ ବ୍ୟାପାରରୁ ଆରମ୍ଭ  କରି ସାଧାରଣ ଜୀବନରେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ହିଁ ଏହି କମେଡି ଡ୍ରାମାରେ ଦର୍ଶାଯାଇଛି। ଅମର କୌଶିକଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତିା ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତୀତ ଭୂମି ପେଦନାକର ଓ ଯାମି ଗୌତମ ମଧ୍ୟ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି।