ମୁମ୍ବାଇ: ଭାରତୀୟ ବାୟୁ ସେନାଙ୍କ ଦ୍ୱାରା ବାଲ୍କୋଟ୍ରେ ଆତଙ୍କୀ ପ୍ରଶିକ୍ଷଣ ଶିବିର ଧ୍ୱଂସ କରାଯିବା ପରେ ପାକିସ୍ତାନ ଖପ୍ପା ହୋଇଯାଇଛି। ଭାରତର କାର୍ଯ୍ୟାନୁଷ୍ଠାନ ଦେଖି ପାକିସ୍ତାନ୍ ତରଫରୁ ଅନେକ ବୟାନବାଜି ଜାରି କରାଯାଉଛି। ଯେଉଁଥିରେ ଭାରତ ଠାରୁ ପ୍ରତିଶୋଧ ନେବା କଥା କୁହା ଯାଇଛି। ସେପଟେ
ଭାରତୀୟ ବାୟୁସେନା ଆକ୍ରମଣ ପରେ ପାକିସ୍ତାନ ବଲିଉଡ୍ ସିନେମା ରିଲିଜ୍ ଉପରେ ବି କଟକଣା ଲଗାଇଛି। ପାକିସ୍ତାନରେ ଭାରତୀୟ ସିନେମା ରିଲିଜ୍ କରିବାକୁ ଦିଆଯିବ ନାହିଁ ବୋଲି ଟ୍ୱିଟ୍ ଜରିଆରେ ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫଓ୍ୱାଦ୍ ହୁସେନ ସୂଚନା ଦେଇଛନ୍ତି।
ପଡ଼ୋଶୀ ଦେଶରେ ଏହି ନିୟମ ଲାଗୁ ହେବା ପରେ ଭାରତ ମଧ୍ୟ ଏହାର ଜବାବ ଦେବାକୁ ପ୍ରସ୍ତୁତ ହୋଇଛି। ଏନେଇ ଅଲ୍ ଇଣ୍ଡିଆ ସିନେ କଳାକାର ଆସୋସିଏସନ୍ (AICWA) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କୌଣସି ପାକିସ୍ତାନୀ କଳାକାରଙ୍କୁ ଭାରତ ସରକାର ଭିସା ନଦେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ଏହାସହ ପାକିସ୍ତାନ ଫିଲ୍ମ ଆସୋସିଏସନ୍ ଏବଂ ମିଡିଆକୁ ମଧ୍ୟ ଭିସା ନଦେବା ପାଇଁ ଚିଠିରେ ଅନୁରୋଧ କରାଯାଇଛି।
ସେଥିରେ ଆହୁରି ଲେଖାଯାଇଛି ଯେ, ଭାରତ ସରକାର ପାକିସ୍ତାନ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନ୍ତୁ। ଏହାସହ ଆତଙ୍କବାଦୀମାନଙ୍କୁ ପ୍ରସ୍ରୟ ଦେଉଥିବା ଦେଶ ପାକିସ୍ତାନ ଉପରେ ଶକ୍ତ ପ୍ରତିବନ୍ଧକ ଲଗାନ୍ତୁ।
All India Cine Workers Assn in a letter to PM Modi in regards with Pakistan's ban on release of Indian Movie or content in Pak:AICWA on behalf of entire film&media fraternity would demand complete shut down on issuing any Visa to Pakistani actors,Film Association&Media Fraternity pic.twitter.com/Yo5BJ07w5q
— ANI (@ANI) February 26, 2019
ଏହା ପୂର୍ବରୁ ପୁଲ୍ୱାମା ଆଟାକ୍ ପରେ ବଲିଉଡ୍ ବି ପାକିସ୍ତାନ୍ କଳାକାରଙ୍କ ପ୍ରତି ଖୁବ୍ ଶକ୍ତ ନୀତି ଆପଣେଇଥିଲା। ପାକିସ୍ତାନୀ କଳାକାରଙ୍କ ସହ କାମ କରିବାକୁ ମନା କରିବା ସହ ଅନେକ ଭାରତୀୟ ଫିଲ୍ମକୁ ପାକିସ୍ତାନ୍ରେ ରିଲିଜ୍ ନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏମିତିକି ସବୁ ପାକିସ୍ତାନ୍ କଳାକାର ଭାରତ ଆସିବାକୁ ମଧ୍ୟ ବାସନ୍ଦ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।