‘ଏୟାରଲିଫ୍ଟ’ ଟ୍ରେଲରରେ ଦେଶପ୍ରେମର ଝଲକ୍

ମୁମ୍ବାଇ: ରିଲିଜ୍ ହୋଇଛି ମୋଷ୍ଟ ଆୱେଟେଡ୍ ପାଟ୍ରିଓଟିକ୍ ଫିଲ୍ମ ‘ଏୟାରଲିଫ୍ଟ’ର ଟ୍ରେଲର। ଏଥିରେ ଲିଡ୍ ରୋଲରେ ଥିବା ଅକ୍ଷୟ କୁମାର (ରଞ୍ଜିତ କଟୱାଲ୍) ଓ ନିମରାତ୍ କୌର (ଅମ୍ରିତା କଟୱାଲ)ଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ୧୯୯୦ରେ ଇରାକ୍-କୁଏତ ଯୁଦ୍ଧର ବିଭୀଷିକା ଓ ଭାରତୀୟଙ୍କ ଦୁରବସ୍ଥା ଏହି ଫିଲ୍ମରେ ଚିତ୍ରିତ କରିଛନ୍ତି ନିର୍ଦ୍ଦେଶକ ରାଜା କ୍ରୀଷ୍ଣା ମେନନ୍। ଭାରତ ସରକାରଙ୍କ ପକ୍ଷରୁ କୁଏତରୁ କିପରି ଶରଣାର୍ଥୀଙ୍କୁ  ‘ଏୟାରଲିଫ୍ଟ’ ମାଧ୍ୟମରେ ଭାରତ ଅଣାଯାଇଛି ତାହାକୁ ଫିଲ୍ମିରେ ଚିତ୍ରିତ କରିଛନ୍ତି ନିର୍ଦ୍ଦେଶକ। ଏହି ଫିଲ୍ମ ଜାନୁୟାରୀ ୨୨ରେ ବି-ଟାଉନକୁ ଆସିବ।