‘ଦେବ୍‌ଦାସ୍‌’ର ଏକ ଫଟୋ ଭାଇରାଲ୍‌, ଜାଣନ୍ତୁ କ’ଣ ରହିଛି ଫଟୋ ପଛର କାହାଣୀ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବଲିଉଡ୍‌ରେ କାମ କରିବାର ଅନେକ ଦିନ ହୋଇଗଲାଣି।  ଏହା ଭିତରେ ସେ ଅନେକ ଫିଲ୍ମରେ ଓ ଅନେକ ଚରିତ୍ରରେ କାମ କରିଛନ୍ତି। ପ୍ରତ୍ୟେକଟି ଚରିତ୍ରରେ ସେ ନିଜ ଦକ୍ଷତା ପ୍ରତିପାଦିତ କରିଛନ୍ତି।  ଆଉ ଏହି ଚରିତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ‘ଦେବ୍‌ଦାସ୍‌’ ଫିଲ୍ମର ‘ପାରୋ’। ପାରୋ ଚରିତ୍ରରେ ଅଭିନୟ କରି ସେ ଖୁବ୍ ପ୍ରଶଂସା ପାଇଥିଲେ। ନିକଟରେ ଏହି ଫିଲ୍ମର ଏକ ଫଟୋ ସାମ୍ନାକୁ ଆସିଛି। ଏଥିରେ ଐଶ୍‌ ‘ପାରୋ’ର କଷ୍ଟ୍ୟୁମ୍‌ରେ […]

aishh

aishh

Rakesh Mallick
  • Published: Sunday, 26 August 2018
  • Updated: 26 August 2018, 06:53 AM IST

Sports

Latest News

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବଲିଉଡ୍‌ରେ କାମ କରିବାର ଅନେକ ଦିନ ହୋଇଗଲାଣି।  ଏହା ଭିତରେ ସେ ଅନେକ ଫିଲ୍ମରେ ଓ ଅନେକ ଚରିତ୍ରରେ କାମ କରିଛନ୍ତି। ପ୍ରତ୍ୟେକଟି ଚରିତ୍ରରେ ସେ ନିଜ ଦକ୍ଷତା ପ୍ରତିପାଦିତ କରିଛନ୍ତି।  ଆଉ ଏହି ଚରିତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ‘ଦେବ୍‌ଦାସ୍‌’ ଫିଲ୍ମର ‘ପାରୋ’। ପାରୋ ଚରିତ୍ରରେ ଅଭିନୟ କରି ସେ ଖୁବ୍ ପ୍ରଶଂସା ପାଇଥିଲେ।

ନିକଟରେ ଏହି ଫିଲ୍ମର ଏକ ଫଟୋ ସାମ୍ନାକୁ ଆସିଛି। ଏଥିରେ ଐଶ୍‌ ‘ପାରୋ’ର କଷ୍ଟ୍ୟୁମ୍‌ରେ ଅଛନ୍ତି। ଆଉ ଏହି ଫଟୋ ପଛରେ ଏକ କାହାଣୀ ଅଛି।

ଏହି ଫଟୋଟି ‘ଦେବ୍‌ଦାସ୍‌’ ଫିଲ୍ମର ଶୁଟିଂ ସମୟର ନୁହେଁ। ଏହା ଶୁଟିଂ ପୂର୍ବର ଫଟୋ। ଫିଲ୍ମ ଶୁଟିଂ ପୂର୍ବରୁ ସେ ‘ପାରୋ’ ଲୁକ୍ ପାଇଁ ଟେଷ୍ଟ୍ ଦେଇଥିଲେ। ଏହା ସେ ସମୟର ଫଟୋ।

‘ଦେବ୍‌ଦାସ୍‌’ ଫିଲ୍ମର କଷ୍ଟ୍ୟୁମ୍‌ ଡିଜାଇନର୍‌ ନୀତା ଲୁଲା ଇନ୍‌ଷ୍ଟାଗ୍ରାମ୍‌ରେ ଐଶ୍‌ଙ୍କର ଏହି ଫଟୋକୁ ଶେୟାର କରିଛନ୍ତି।

ଏହି ଫଟୋ ଶେୟାର କରି ନୀତା ଲେଖିଛନ୍ତି,“ଦେବ୍‌ଦାସ୍‌ରେ ପାରୋ ଭୂମିକାରେ ଅଭିନୟ କରିଥିବା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଟେଷ୍ଟ୍‌ ଇମେଜ୍‌ ଦେଖନ୍ତୁ।’’

‘ଦେବଦାସ୍‌’ ସୁପରହିଟ୍‌ ହୋଇଥିଲା। ଏହି ଫିଲ୍ମରେ ଶାହାରୁଖ୍‌, ଐଶ୍‌ ଓ ମାଧୁରୀ ଦିକ୍ଷୀତ୍‌ଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା ମିଳିଥିଲା।  ଏହି ଫିଲ୍ମ ପାଇଁ ଐଶ୍‌ଙ୍କୁ ଅନେକ ଆୱାର୍ଡ ମିଳିଥିଲା।

aishwarya-raiନିକଟରେ ଐଶ୍‌ଙ୍କ ଫିଲ୍ମ ‘ଫନ୍ନେ ଖାନ୍‌’ ରିଲିଜ୍‌ ହୋଇଥିଲା ଯାହା ବକ୍ସ ଅଫିସ୍‌ରେ ସେତେଟା କମାଲ୍‌ ଦେଖାଇ ପାରିନି।  ତାଙ୍କର ଆଗାମୀ ଫିଲ୍ମ ହେଉଛି ‘ଗୁଲାବ୍‌ ଜାମୁନ୍‌’। ଏହି ଫିଲ୍ମର ଏକ ଖାସ୍‌ କଥା ହେଉଛି ୮ ବର୍ଷ ପରେ ଏଥିରେ ଐଶ୍ୱର୍ଯ୍ୟା ଓ ଅଭିଷେକ ଏକାଠି କାମ କରିବେ।

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos