Advertisment

ଛାଡ଼ପତ୍ର ଚର୍ଚ୍ଚା ଭିତରେ ଭାଇରାଲ ହେଲା ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ଫଟୋ

ଉଭୟଙ୍କର ଏହି ଫଟୋକୁ ଫ୍ୟାନମାନେ ବେଶ ପସନ୍ଦ କରିଛନ୍ତି ଓ କମେଣ୍ଟ ମଧ୍ୟ କରିଛନ୍ତି।

ଅଦ୍ୟତନ ହୋଇଛି
Photo Viral

Photo Viral

Advertisment

ନୀଳ ନୟନା ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଏବଂ ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ମଧ୍ୟରେ ହେବ ଛାଡ଼ପତ୍ର। ଏହାକୁ ନେଇ ବି-ଟାଉନରେ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଭିତରେ ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ଫିଲ୍ମ ପ୍ରଡ୍ୟୁସର ଅନୁ ରଞ୍ଜନ ନିଜ ଇନଷ୍ଟ୍ରାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି। ଯେଉଁ ଫଟୋରେ ଅଭିଷେକ,ଐଶ୍ୱର୍ଯ୍ୟା ସହ ତାଙ୍କ ମା’ ବୃନ୍ଦା ରାଏ ମଧ୍ୟ ପୋଜ ଦେଉଥିବା ଦେଖିବାକୁ ମିଳୁଛି। ଏହି ଫଟୋରେ ଐଶ୍ୱର୍ଯ୍ୟା ଓ ଅଭିଷେକ ବହୁତ ଖୁସି ଜଣାପଡ଼ୁଥିବା ବେଳେ ଫଟୋରେ ଐଶ୍ୱର୍ଯ୍ୟାଙ୍କ ମା’ ମଧ୍ୟ ଝିଅ ଓ ଜ୍ୱାଇଁଙ୍କ ସହ ବହୁତ ଖୁସ ଥିବା ଜଣାପଡ଼ୁଛନ୍ତି।

ଉଭୟ ଅଭିଷେକ, ଐଶ୍ୱର୍ଯ୍ୟା କଳା ରଙ୍ଗର ଆଉଟ ଫିଟ୍‌ ପିନ୍ଧିଛନ୍ତି। ଉଭୟ କ୍ୟାମେରାରେ ଆଡକୁ ହସି ପୋଜ୍ ଦେଉଛନ୍ତି। ଏହି ଫଟୋ ପୋଷ୍ଟ କରିବା ସହିତ ପ୍ରଡ୍ୟୁସର ଅନୁ ରଞ୍ଜନ କ୍ୟାପସନରେ ଲେଖିଛନ୍ତି, “ଏହା ଖୁସିର ମୁହୂର୍ତ୍ତ।” ଉଭୟଙ୍କର ଏହି ଫଟୋକୁ ଫ୍ୟାନମାନେ ବେଶ ପସନ୍ଦ କରିଛନ୍ତି ଓ କମେଣ୍ଟ ମଧ୍ୟ କରିଛନ୍ତି।

Advertisment

ସେହିପରି ଅଭିନେତ୍ରୀ ଆୟଶା ଜୁଲକା ମଧ୍ୟ ଏକ ସେଲଫି ସେୟାର କରିଛନ୍ତି। ଦ୍ୱିତୀୟ ଫଟୋରେ ଉଭୟ ‘ହମ୍ ଦିଲ୍ ଦେ ଚୁକେ ସନମ୍’ ଅଭିନେତ୍ରୀଙ୍କ ସହ ଉଭୟ ପୋଜ୍ ଦେଉଥିବା ନଜରକୁ ଆସିଛନ୍ତି।

Abhishek Bachchan Entertainment News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe