Advertisment

ପୁଣି ଏକାଠି ଫିଲ୍ମ କରିବେ ଅଭିଷେକ ଓ ଐଶ୍ୱର୍ଯ୍ୟା!

ଛାଡ଼ପତ୍ର ଗୁଜବ ମଧ୍ୟରେ ପୁଣି ଏକାଠି ଫିଲ୍ମ କରିବାକୁ ଯାଉଛନ୍ତି ବଚ୍ଚନ ପରିବାରର ଷ୍ଟାର ଦମ୍ପତି ଅଭିଷେକ ଓ ଐଶ୍ୱର୍ଯ୍ୟା। ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମ ଦୁହିଁଙ୍କୁ ଏକାଠି ନେଇ ପୁଣି ଏକ ଫିଲ୍ମ କରିବାକୁ ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି।

Abhishek and Aishwarya

Abhishek and Aishwarya

Advertisment

ପୁଣି ଚର୍ଚ୍ଚାରେ ବଚ୍ଚନ ପରିବାରର ଷ୍ଟାର ଦମ୍ପତି ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ହେଲେ ଏଥର ଛାଡ଼ପତ୍ର ନୁହେଁ, ବରଂ ଦୁଇଜଣ ଏକାଠି ହେବାର ଖବରକୁ ନେଇ ଚର୍ଚ୍ଚା। ଏହି ଲୋକପ୍ରିୟ ଦମ୍ପତି ଛାଡପତ୍ର ଗୁଜବକୁ ନେଇ ଗତ କିଛିମାସ ହେବ ଚର୍ଚ୍ଚାରେ ରହିଆସୁଥିବାବେଳେ ଏବେ ଉଭୟ ଏକାଠି ପୁଣି ଗୋଟିଏ ଫିଲ୍ମ କରିବାକୁ ଯାଉଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

Advertisment

କୁହାଯାଉଛି, ଦୁହିଁଙ୍କୁ ଏକାଠି ନେଇ ପୁଣି ଏକ ଫିଲ୍ମ କରିବାକୁ ଯାଉଛନ୍ତି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମ। ଏହା ପୂର୍ବରୁ ୨୦୦୭ରେ ମଣି ରତ୍ନମଙ୍କ ଫିଲ୍ମ 'ଗୁରୁ'ରେ ଅଭିଷେକ-ଐଶ୍ୱର୍ଯ୍ୟା ଏକାଠି କାମ କରିଥିଲେ। ୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫିଲ୍ମରେ ଉଭୟ ଧମାଲ କରିଥିଲେ। ଏହାପରେ ଏହି ଯୋଡ଼ି ଏକାଠି ଫିଲ୍ମ 'ରାବଣ'ରେ ଅଭିନୟ କରିଥିଲେ। ଏବେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମ ଦୁହିଁଙ୍କୁ ନେଇ ତୃତୀୟ ଫିଲ୍ମର ଯୋଜନା କରିଥିବା ଜଣାପଡ଼ିଛି। ତେବେ ଏହି ଖବର ନିଶ୍ଚିତ ହେଲେ ଛାଡ଼ପତ୍ର ଗୁଜବରେ ବ୍ରେକ୍ ଲାଗିପାରେ ବୋଲି ମଧ୍ୟ କୁହାଯାଉଛି।

ଅଭିଷେକ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଛାଡପତ୍ର ବିଷୟରେ ଗୁଜବ ସୋସିଆଲ ମିଡିଆରେ ଗତ କିଛି ମାସ ଧରି ଚର୍ଚ୍ଚାର ବିଷୟ ପାଲଟିଛି। ଜୁଲାଇରେ ଅନନ୍ତ ଅମ୍ବାନୀ ଓ ରାଧିକାଙ୍କ ବିବାହରେ ଏହି ଦମ୍ପତ୍ତି ପୃଥକ ଭାବରେ ପହଞ୍ଚିବା ପରେ ଏହି ଗୁଜବ ଆରମ୍ଭ ହୋଇଥିଲା। ଏହାପରେ ଅଭିଷେକ “ଛାଡପତ୍ର” ସମ୍ବନ୍ଧରେ ଲେଖା ହୋଇଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟକୁ ଲାଇକ୍ କରିବା, ଐଶ୍ୱର୍ଯ୍ୟା ମଧ୍ୟ ନିଜ ପାରିବାରିକ କାର୍ଯ୍ୟକ୍ରମରେ ଏକାକୀ ଝିଅ ଆରାଧ୍ୟାଙ୍କୁ ନେଇ ପହଞ୍ଚିବା, ଏସବୁ ଛାଡପତ୍ର ଗୁଜବକୁ ଆହୁରି ବଳ ଯୋଗାଇଥିଲା।

Advertisment
Aishwarya Rai Bachchan Abhishek Bachchan Mani Ratnam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe