Advertisment

ପୁଣି ମା’ ହେବାକୁ ଯାଉଛନ୍ତି କି ଐଶ୍ୱର୍ଯ୍ୟା?

ମୁମ୍ବାଇ: କିଛି ଦିନ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଗୋଆରେ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ବୁଲୁଥିବାର ଏକ ଫଟୋ ଭାଇରାଲ୍‌ ହୋଇଥିଲା। ସେହି ଫଟୋ ସାମ୍ନାକୁ ଆସିବା କ୍ଷଣି ଐଶ୍ୱର୍ଯ୍ୟା ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବୋଲି ଗୁଜବ ଖେଳି ଯାଇଥିଲା। କିନ୍ତୁ  ଏହି  ଖବର ପୂରାପୂରି ମିଛ ବୋଲି ଏବେ ପ୍ରମାଣିତ ହୋଇଛି। ଏକ ରିପୋର୍ଟ ଅନୁସାରେ ଐଶ୍ୱର୍ଯ୍ୟାଙ୍କ ପ୍ରବକ୍ତା ଏହାକୁ ଗୁଜବ ବୋଲି କହିଛନ୍ତି। https://www.instagram.com/p/BqKwkneHLjM/?utm_source=ig_web_copy_link ଏଠାରେ ଆମେ କହିରଖିବାକୁ ଚାହୁଁଛୁ […]

ଅଦ୍ୟତନ ହୋଇଛି
ପୁଣି ମା’ ହେବାକୁ ଯାଉଛନ୍ତି କି ଐଶ୍ୱର୍ଯ୍ୟା?

aa1

Advertisment

ମୁମ୍ବାଇ: କିଛି ଦିନ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଗୋଆରେ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ବୁଲୁଥିବାର ଏକ ଫଟୋ ଭାଇରାଲ୍‌ ହୋଇଥିଲା। ସେହି ଫଟୋ ସାମ୍ନାକୁ ଆସିବା କ୍ଷଣି ଐଶ୍ୱର୍ଯ୍ୟା ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବୋଲି ଗୁଜବ ଖେଳି ଯାଇଥିଲା। କିନ୍ତୁ  ଏହି  ଖବର ପୂରାପୂରି ମିଛ ବୋଲି ଏବେ ପ୍ରମାଣିତ ହୋଇଛି। ଏକ ରିପୋର୍ଟ ଅନୁସାରେ ଐଶ୍ୱର୍ଯ୍ୟାଙ୍କ ପ୍ରବକ୍ତା ଏହାକୁ ଗୁଜବ ବୋଲି କହିଛନ୍ତି।
https://www.instagram.com/p/BqKwkneHLjM/?utm_source=ig_web_copy_link

Advertisment

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ୨୦୦୦ ମସିହାରେ ରେ ଫିଲ୍ମ “ଢାଇ ଅକ୍ଷର ପ୍ରେମ୍‌ କି” ସୁଟିଂ ସେଟ୍‌ରେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କ ସହ ଅଭିଷେକଙ୍କ ଭେଟ ହୋଇଥିଲା। ଏହାପରେ ଦୁହିଁଙ୍କ ପ୍ରେମ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା।  ଏହା ପରେ ଦୁହେଁ ୨୦୦୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଉ ୨୦୧୧ ମସିହାରେ ଝିଅ ଆରାଧ୍ୟା ଜନ୍ମ ହୋଇଥିଲେ।
https://www.instagram.com/p/BqPNvfVnJTB/?utm_source=ig_web_copy_link

ପୂର୍ବରୁ ବହୁ ହିଟ୍‌ ଫିଲ୍ମ ଦେଇଥିବା ଏହି ଯୋଡି   “ଗୁଲାବ୍‌ ଜାମୁନ୍‌”ରେ ଏକତ୍ର କାମ କରିବେ ବୋଲି ଶୁଣାଯାଉଥିଲା। ଏହି ପିଲ୍ମକୁ ସର୍ବେଶ ମେୱାରା ଡାଇରେକ୍ଟ କରିଥାନ୍ତେ । ଏହାର ସୁଟିଂ ଗତ ଜାନୁଆରୀରେ ଆରମ୍ଭ ହେବାକୁ ଥିଲା।

Advertisment

କିନ୍ତୁ ଏହି ପ୍ରୋଜେକ୍ଟରେ ବହୁତ ଅସୁବିଧା  ଦେଖାହେବାରୁ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଏଥିରୁ ନିବୃତ ରହିବାକୁ ଉଚିତ ଭାବିଥିଲେ।
https://www.instagram.com/p/BsF71funDNx/?utm_source=ig_web_copy_link

ଏକ ରିପୋର୍ଟ ଅନୁସାରେ, ଅଭିଷେକ ଏବଂ ଐଶ୍ୱର୍ଯ୍ୟା ସଂଞ୍ଜୟ ଲୀଲା ଭଂଶାଲିଙ୍କ ଫିଲ୍ମରେ ପୁଣି ଏକାଠି କାମ କରିପାରନ୍ତି। କିନ୍ତୁ ଏବେ ଏହି ଖବର ସଠିକ୍‌ ଭାବେ ଜଣାପଡ଼ିନାହିଁ।

ଅନେପଟେ ଅଭିଷେକ  ଅନୁରାଗ କାଶ୍ୟପ୍‌ଙ୍କ ଫିଲ୍ମ “ମନ୍‌ମର୍‌ଜିୟାଁ”ରେ ଦେଖିବାକୁ ମିଳିଥିଲେ। ଏହି ପିଲ୍ମରେ ଭିକି କୌଶଲ୍‌ ଏବଂ ତାପସି ପନ୍ନୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଏହା ସହ ସେ, ଅନୁରାଗ ବାସୁଙ୍କ ଡାର୍କ କମେଡି ଫିଲ୍ମରେ ମଧ୍ୟ କାମ କରୁଛନ୍ତି। ଏହି ପିଲ୍ମରେ ଅଭିଷେକଙ୍କ ସହ ସାନ୍ୟା ମାଲହୋତ୍ରା, ଆଦିତ୍ୟ ରାୟ କପୁର୍‌, ରାଜ୍‌କୁମାର୍‌ ରାଓ  ସ୍କ୍ରିନ୍‌ ଶେଆର୍‌ କରିବାର ଦେଖିବାକୁ ମିଳିବ। ଏହି ପିଲ୍ମ ଚଳିତ ବର୍ଷ ସେପ୍ଟେମ୍ବରରେ ରିଲିଜ୍‌ ହେବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe