Advertisment

ଏଞ୍ଜେଲିନାଙ୍କ ପାଇଁ ଭଏସ୍‌ ଦେବେ ଐଶ୍ୱର୍ଯ୍ୟା

ଲସ୍‌ ଏଞ୍ଜେଲସ୍‌ : ହଲିଉଡ୍‌ ଅଭିନେତ୍ରୀ ଏଞ୍ଜେଲିନା ଜୋଲିଙ୍କ ଫିଲ୍ମ ‘ମେଲ୍‌ଫିସେଣ୍ଟ : ଦ ମିଷ୍ଟ୍ରେସ୍‌ ଅଫ୍‌ ଇଭିଲ୍‌’ ଅକ୍ଟୋବର ୧୮ ତାରିଖରେ ରିଲିଜ୍‌ ହେବ। ତେବେ ଏହି ଫିଲ୍ମର ଏକ ବଲିଉଡ୍‌ କନେକ୍ସନ ଥିବା ଖବର ସାମ୍ନାକୁ ଆସିଛି। ଏହାର ହିନ୍ଦୀ ଭର୍ସନରେ ଏଞ୍ଜେଲିନା ଜୋଲିଙ୍କ ଭଏସ୍‌ ଡବିଙ୍ଗ୍‌ କରିଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟରରେ ଏହି ସୂଚନା ଦେଇ ଲେଖିଛନ୍ତି, ‘ଏହା ଅଫିସିଆଲ୍‌। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ […]

ଏଞ୍ଜେଲିନାଙ୍କ ପାଇଁ ଭଏସ୍‌ ଦେବେ ଐଶ୍ୱର୍ଯ୍ୟା

aaish

Advertisment

ଲସ୍‌ ଏଞ୍ଜେଲସ୍‌ : ହଲିଉଡ୍‌ ଅଭିନେତ୍ରୀ ଏଞ୍ଜେଲିନା ଜୋଲିଙ୍କ ଫିଲ୍ମ ‘ମେଲ୍‌ଫିସେଣ୍ଟ : ଦ ମିଷ୍ଟ୍ରେସ୍‌ ଅଫ୍‌ ଇଭିଲ୍‌’ ଅକ୍ଟୋବର ୧୮ ତାରିଖରେ ରିଲିଜ୍‌ ହେବ। ତେବେ ଏହି ଫିଲ୍ମର ଏକ ବଲିଉଡ୍‌ କନେକ୍ସନ ଥିବା ଖବର ସାମ୍ନାକୁ ଆସିଛି। ଏହାର ହିନ୍ଦୀ ଭର୍ସନରେ ଏଞ୍ଜେଲିନା ଜୋଲିଙ୍କ ଭଏସ୍‌ ଡବିଙ୍ଗ୍‌ କରିଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ।

Advertisment

ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟରରେ ଏହି ସୂଚନା ଦେଇ ଲେଖିଛନ୍ତି, ‘ଏହା ଅଫିସିଆଲ୍‌। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଡିଜନେ ୟୁନିଭର୍ସରେ ସାମିଲ ହୋଇଛନ୍ତି। ‘ମେଲ୍‌ଫିସେଣ୍ଟ :  ଦ ମିଷ୍ଟ୍ରେସ୍‌ ଅଫ୍‌ ଇଭିଲ୍‌’ ଫିଲ୍ମର ହିନ୍ଦୀ ଭର୍ସନରେ ଲିଡ୍‌ ରୋଲ୍‌ରେ ଥିବା ଏଞ୍ଜେଲିନା ଜୋଲିଙ୍କ ପାଇଁ ସେ ଭଏସ୍‌ ଦେଇଛନ୍ତି। ଫିଲ୍ମର ହିନ୍ଦୀ ଓ ଇଂରାଜୀ ଭର୍ସନ ୧୮ ଅକ୍ଟୋବରରେ ରିଲିଜ୍‌ ହେବା ପରେ ଆପଣ ତାଙ୍କ ଭଏସ୍‌ ଶୁଣିବାକୁ ପାଇବେ।’

https://twitter.com/taran_adarsh/status/1178933925873213441

ଏହି ଫିଲ୍ମର ପ୍ରଥମ ଭାଗ ୨୦୧୪ରେ ରିଲିଜ୍‌ ହୋଇଥିଲା। ଏଞ୍ଜେଲିନା ଜୋଲିଙ୍କ ବ୍ୟତୀତ ଏଥିରେ ଏଲେ ଫାନିଙ୍ଗ୍‌, ଇମେଲଡା ସ୍କାଉଣ୍ଟନ୍‌, ଜୁନୋ ଟେମ୍ପଲ୍‌ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହା ଏକ ଡାର୍କ ଫାଣ୍ଟାସି ଫିଲ୍ମ ଥିଲା। ଗୋଟିଏ ପରୀର କାହାଣୀକୁ ନେଇ ଫିଲ୍ମଟି ହୋଇଥିଲା।

Advertisment

ସୂଚନାଯୋଗ୍ୟ, ବଲିଉଡ୍‌ ଅଭିନେତା କିମ୍ୱା ଅଭିନେତ୍ରୀ ହଲିଉଡ୍‌ ଫିଲ୍ମ ପାଇଁ ଭଏସ୍‌ ଦେବା ନୂଆ କଥା ନୁହେଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe