Advertisment

ଐଶ୍ୱର୍ଯ୍ୟାଙ୍କ ଲୁକ୍‌ ଦେଖି ରାଗିଗଲେ ଡିଜାଇନର୍‌

ମୁମ୍ୱାଇ : ଐଶ୍ୱର୍ଯ୍ୟା ରାୟ ବଚ୍ଚନ ‘ପ୍ୟାରିସ୍‌ ଫ୍ୟାଶନ୍‌ ୱିକ୍‌’ରେ ରାମ୍ପ୍‌ ୱାକ୍‌ କରି ଡେବ୍ୟୁ କରିଛନ୍ତି। ଐଶ୍ୱର୍ଯ୍ୟାଙ୍କର ଏହି ଡେବ୍ୟୁ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏହାର କାରଣ ଭାରତୀୟ ଡ୍ରେସ୍‌ ଡିଜାଇନର୍‌ ୱେନ୍‌ଡେଲ୍‌ ରୋଡରିକ୍ସ ଏହି ରାମ୍ପ୍‌ ଶୋ’ରେ ଐଶ୍ୱର୍ଯ୍ୟାଙ୍କର ଲୁକ୍‌କୁ ପସନ୍ଦ କରିନାହାନ୍ତି। ଐଶ୍‌ଙ୍କ ଲୁକ୍‌କୁ ଦେଖି ସେ ଏତେ ରାଗି ଯାଇଛନ୍ତି ଯେ ଏହାକୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ଲୋରିଏଲ୍‌, ଆପଣଙ୍କ ପାଖରେ ଦୁନିଆର ସବୁଠାରୁ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଐଶ୍ୱର୍ଯ୍ୟାଙ୍କ ଲୁକ୍‌ ଦେଖି ରାଗିଗଲେ ଡିଜାଇନର୍‌

a2

ମୁମ୍ୱାଇ : ଐଶ୍ୱର୍ଯ୍ୟା ରାୟ ବଚ୍ଚନ ‘ପ୍ୟାରିସ୍‌ ଫ୍ୟାଶନ୍‌ ୱିକ୍‌’ରେ ରାମ୍ପ୍‌ ୱାକ୍‌ କରି ଡେବ୍ୟୁ କରିଛନ୍ତି। ଐଶ୍ୱର୍ଯ୍ୟାଙ୍କର ଏହି ଡେବ୍ୟୁ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏହାର କାରଣ ଭାରତୀୟ ଡ୍ରେସ୍‌ ଡିଜାଇନର୍‌ ୱେନ୍‌ଡେଲ୍‌ ରୋଡରିକ୍ସ ଏହି ରାମ୍ପ୍‌ ଶୋ’ରେ ଐଶ୍ୱର୍ଯ୍ୟାଙ୍କର ଲୁକ୍‌କୁ ପସନ୍ଦ କରିନାହାନ୍ତି।

Advertisment

ଐଶ୍‌ଙ୍କ ଲୁକ୍‌କୁ ଦେଖି ସେ ଏତେ ରାଗି ଯାଇଛନ୍ତି ଯେ ଏହାକୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ଲୋରିଏଲ୍‌, ଆପଣଙ୍କ ପାଖରେ ଦୁନିଆର ସବୁଠାରୁ ସୁନ୍ଦର ମହିଳା ଅଛନ୍ତି। କିନ୍ତୁ ଆପଣ ତାଙ୍କର ଏପରି ମେକ୍‌ଅପ୍‌ କରିଛନ୍ତି। ଏମିତି ଡ୍ରେସ୍‌ ପିନ୍ଧିବାକୁ ଦେଇଛନ୍ତି। ଏହି ଡ୍ରେସକୁ ପିନ୍ଧିବାକୁ ଦେଇଥିବା ଷ୍ଟାଇଲିଷ୍ଟ୍‌ଙ୍କୁ ବାହାର କରନ୍ତୁ।‘

https://www.instagram.com/p/B2_lIO2pGMH/?utm_source=ig_web_copy_link

ସୂଚନାଯୋଗ୍ୟ, ‘ବିଶ୍ୱ ସୁନ୍ଦରୀ’ ଟାଇଟଲ୍‌ ଜିତିଥିବା ଐଶ୍ୱର୍ଯ୍ୟା ଅନେକ ବର୍ଷ ଧରି ଲୋରିଏଲ୍‌ କମ୍ପାନୀର ବ୍ରାଣ୍ଡ ଆମ୍ୱାସଡର ଅଛନ୍ତି। ତେବେ ‘ପ୍ୟାରିସ୍‌ ଫ୍ୟାଶନ୍‌ ୱିକ୍‌’ର ରାମ୍ପ୍‌ ଶୋ’ରେ ସେ ପିନ୍ଧିଥିବା ଡ୍ରେସ୍‌ଟିକୁ  ୱେନଡେଲ୍‌ ରୋଡରିକ୍ସ ପସନ୍ଦ କରିନାହାନ୍ତି। ଏପରିକି ଐଶ୍‌ଙ୍କ ମେକଅପ୍‌ ବି ତାଙ୍କୁ ଭଲ ଲାଗିନାହିଁ। ଏଥିରେ ଐଶ୍‌ଙ୍କ ଆଖିରେ ଖରାପ ମେକଅପ୍‌ ଦିଆଯାଇଛି ଓ ତା’ ସହିତ ହେୟାର୍ ଷ୍ଟାଇଲ୍‌ ମଧ୍ୟ ଖରାପ ହୋଇଛି ବୋଲି ସେ କହିଛନ୍ତି।

Advertisment

publive-image

ସୂଚନାଯୋଗ୍ୟ, ଭାରତୀୟ ଡିଜାଇନର୍‌ ୱେନଡେଲ୍‌ ବିଚ୍‌ ଓ ରିଜର୍ଟ ୱେୟର୍‌ ଡିଜାଇନ୍‌ କରିଥା’ନ୍ତି।