Advertisment

ଭଙ୍ଗା ହାତରେ ବି କାନ୍ସ କାର୍ପେଟକୁ ଓହ୍ଲାଇଲେ ଐଶ୍ୱର୍ଯ୍ୟା, ଦେଖାଇଲେ ଜଲୱା

ଭଙ୍ଗା ହାତରେ ରାମ୍ପ୍‌ ୱାକ୍‌ କରୁଥିବା ଐଶ୍ୱର୍ଯ୍ୟା କିନ୍ତୁ ନିଜ ଗ୍ଲାମର ଯାଦୁରେ ସମସ୍ତଙ୍କୁ କିମିଆ କରି ଦେଇଚନ୍ତି । ଚଳିତ କାନ୍ସ ଫେଷ୍ଟିଭାଲ ପାଇଁ ଐଶ୍ୱର୍ଯ୍ୟା ବ୍ଲାକ୍‌, ହ୍ୱାଇଟ ଓ ଗୋଲ୍ଡ କମ୍ବିନେସନର ହେଭି ଗାଉନ୍‌ ବାଛିଛନ୍ତି।

aishwarya-rai- on-cannes-red-carpet

aishwarya-rai- on-cannes-red-carpet

Advertisment

ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହୋଇ ଯାଇଥିବା ବେଳେ ଦେଶ ତଥା ବିଦେଶୀ ସୁନ୍ଦରୀ ରେଡ କାର୍ପେଟରେ ଦେଖାଉଛନ୍ତି ନିଜ ଜଲୱା। ହେଲେ ଭିଡ଼ ଭିତରେ ବି ଲାଇମ୍‌ଲାଇଟ୍‌ରେ ରହିଛନ୍ତି ପୂର୍ବତନ ମିସ୍‌ ୱାର୍ଲ୍ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଭଙ୍ଗା ହାତରେ ରାମ୍ପ୍‌ ୱାକ୍‌ କରୁଥିବା ଐଶ୍ୱର୍ଯ୍ୟା କିନ୍ତୁ ନିଜ ଗ୍ଲାମର ଯାଦୁରେ ସମସ୍ତଙ୍କୁ କିମିଆ କରି ଦେଇଚନ୍ତି

Advertisment

ଚଳିତ କାନ୍ସ ଫେଷ୍ଟିଭାଲ ପାଇଁ ଐଶ୍ୱର୍ଯ୍ୟା ବ୍ଲାକ୍‌, ହ୍ୱାଇଟ ଓ ଗୋଲ୍ଡ କମ୍ବିନେସନର ହେଭି ଗାଉନ୍‌ ବାଛିଛନ୍ତି। ଏହି ଗାଉନ୍‌ରେ ଗୋଲଡେନ୍‌ ଫଏଲ ୱାର୍କ କାମ ସହ ହ୍ୱାଇଟ୍‌ ଷ୍ଟେଟମେଣ୍ଟ ସ୍ଲିଭସ୍‌ ଡିଜାଇନ ରହିଛି। ଏଥିସହ ଏଥିରେ ଏକ ଲମ୍ବା ଟ୍ରେଲ୍‌ ଥିବା ବେଳେ ସେଥିରେ ବଡ଼ ବଡ଼ ଗୋଲଡେନ୍‌ ଫ୍ଲାୱାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛି। ନିଜ ଲୁକ୍‌କୁ ଐଶ୍ୱର୍ଯ୍ୟା ବଡ ଗୋଲଡେନ ଇୟର ରିଙ୍ଗ୍ସ, ମେସ ହେୟାର ଷ୍ଟାଇଲ୍‌ ଓ ମିନିମମ୍‌ ମେକଅପ୍‌ ସହ କମ୍ପ୍ଲିଟ୍‌ କରିଛନ୍ତି । ଐଶ୍ୱର୍ଯ୍ୟାଙ୍କ ଆଉଟଫିଟ୍‌କୁ ଫାଲଗୁନି ଓ ଶୈନଙ୍କ ଡିଜାଇନର ଯୋଡ଼ି ପ୍ରସ୍ତୁତ କରିଛନ୍ତି।

aishwarya rai cannes 2024କାନ୍ସ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ରାୟ ।

କିଛି ଦିନ ପୂର୍ବରୁ ଐଶ୍ୱର୍ଯ୍ୟାଙ୍କ ହାତରେ ଆଘାତ ଲାଗିଥିବା ଖବର ସାମନାକୁ ଆସିଥିଲା। ଏହାପରେ ସେ କାନ୍ସରେ ସାମିଲ ହେବେ ନା ନାହିଁ ତାକୁ ନେଇ ଆରମ୍ଭ ହୋଇ ଯାଇଥିଲା ଚର୍ଚ୍ଚା। ମାତ୍ର ଶେଷରେ ନିଜ ଝିଅ ଆରାଧ୍ୟାଙ୍କ ସହ ଐଶ୍ୱର୍ଯ୍ୟା ମୁମ୍ବାଇ ଏୟାରପୋର୍ଟରେ ସ୍ପଟ ହୋଇଥିଲେ। ଏହାପରେ ସେ କାନ୍ସ ଫେଷ୍ଟିଭାଲରେ ରେଡ କାର୍ପେଟକୁ ଓହ୍ଲାଇ ସମସ୍ତଙ୍କୁ ଚକିତ କରିଛନ୍ତି ।

Advertisment

ନିଜ ଆଉଟଫିଟ୍‌ ସହ ମ୍ୟାଚ କରି ଐଶ୍ୱର୍ଯ୍ୟାଙ୍କ ହାତରେ ଏକ ଧଳା ରଙ୍ଗର ବ୍ୟାଣ୍ଡେଜ ଗୁଡ଼ା ଯାଇଥିଲା। ଏହାସତ୍ତ୍ୱେ ବି ସେ ବେ ଖୁଲମଖୁଲା ଅନ୍ଦାଜ ସହ ମିଡିଆକୁ ପୋଜ ଦେବା ସହ ୱାକ୍‌ କରିଥିଲେ।

ଐଶ୍ୱର୍ଯ୍ୟା ୨୦୦୨ ମସିହାରୁ କାନ୍ସ ରେଡ କାର୍ପେଟରେ ଭାରତର ପ୍ରତିନିଧିତ୍ୱ କରି ଆସୁଛନ୍ତି। ଇତି ମଧ୍ୟରେ ୨୨ ବର୍ଷ ହେବ ଐଶ୍ୱର୍ଯ୍ୟାଙ୍କୁ ପ୍ରତି ବର୍ଷ କାନ୍ସ ଫେଷ୍ଟିଭାଲ୍‌ରେ ନୂଆ ଲୁକ୍‌ରେ ଦେଖିବାକୁ ମିଳୁଛି।

Aishwarya Rai Bachchan Cannes Festival Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe