Advertisment

ଐଶ୍ୱର୍ଯ୍ୟାଙ୍କ ଘରେ କଳାକନା ବୁଲାଇଲା ଚୋର, ନେଇଗଲା ସୁନା-ହୀରା ଅଳଙ୍କାର

ଐଶ୍ୱର୍ଯ୍ୟାଙ୍କ ଲକର୍‌ରୁ ପ୍ରାୟ ୪୮୦ ଗ୍ରାମ୍ ଓଜନର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି।

Aishwarya Rajinikanth

Aishwarya Rajinikanth

Advertisment

ଐଶ୍ୱର୍ଯ୍ୟାଙ୍କ ଘରୁ ହୋଇଗଲା ଚୋରି। ତାଙ୍କ ଘରେ କଳାକନା ବୁଲାଇଲା ଚୋର। ନେଇଗଲା ସୁନା ଓ ହୀରାର ଅଳଙ୍କାର। ସାଉଥସୁପର ଷ୍ଟାର୍ ରଜନୀକାନ୍ତଙ୍କ ବଡ଼ ଝିଅ ଏଶ୍ୱର୍ଯ୍ୟାଙ୍କ ଘରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି।

Advertisment

ଚେନ୍ନାଇ ସ୍ଥିତ ବାସଭବନରେ ଥିବା ଐଶ୍ୱର୍ଯ୍ୟାଙ୍କ ଲକର୍‌ରୁ ପ୍ରାୟ ୪୮୦ ଗ୍ରାମ୍ ଓଜନର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଯାଇଥିବା ତେନାମ୍‌ପେଟ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଐଶ୍ୱର୍ଯ୍ୟାଙ୍କ କହିବା ଅନୁସାରେ ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ୩.୬୦ ଲକ୍ଷ ଟଙ୍କା ହେବ। ସେଗୁଡ଼ିକୁ ସେ ୨୦୧୯ରେ ଭଉଣୀ ସୌନ୍ଦର୍ଯ୍ୟାର ବାହାଘର ବେଳେ ପିନ୍ଧିଥିଲେ।

ଚୋରି ହୋଇଯାଇଥିବା ଅଳଙ୍କାର ମଧ୍ୟରେ ‘ଡାଇମଣ୍ଡ୍ ସେଟ୍‌’, ‘ଅନ୍‌କଟ୍ ଡାଇମଣ୍ଡ୍‌’ ପ୍ରାଚୀନ ସୁବର୍ଣ୍ଣ ଖଣ୍ଡ, ନବରତ୍ନ ସେଟ୍‌, ସୁବର୍ଣ୍ଣ ଖଚିତ ପ୍ରାଚୀନ ‘ଅନ୍‌କଟ୍ ଡାଇମଣ୍ଡ୍‌’, ବାହୁଟି ଏବଂ ଚୁଡ଼ି ରହିଛି। ଫେବ୍ରୁଆରୀ ୧୦ ତାରିଖ ଦିନ ଲକର୍ ଖୋଲିବା ପରେ ଅଳଙ୍କାର ଚୋରି ହୋଇଥିବା କଥା ଜାଣିବାକୁ ପାଇଥିଲେ ବୋଲି ଐଶ୍ୱର୍ଯ୍ୟା କହିଛନ୍ତି।

Advertisment

ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଧାରା ୩୮୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ‘ଅଳଙ୍କାର ଲକର୍‌ରେ ରଖିଥିବା କଥା ତାଙ୍କ ଘରର ଅଳ୍ପ କେତେକ ସେବାକାରୀ ଜାଣିଥିଲେ। ଏଥିରେ ସେମାନଙ୍କ ମଧ୍ୟରୁ ୩ଜଣ ସାମିଲ ଥିବା କଥା ସେ ସନ୍ଦେହ କରୁଛନ୍ତି।

Tollywood Rajnikant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe