Advertisment

ସାଉଥ୍‌ ଫିଲ୍ମ 'ଟ୍ରିପଲ୍ ଆର୍'ରେ ଅଜୟ ଓ ଆଲିଆଙ୍କ ଏଣ୍ଟ୍ରି

ମୁମ୍ବାଇ: ବାହୁବଳୀ ଫେମ୍‌ ଡାଇରେକ୍ଟର୍ ଏମ୍‌ଏସ୍‌ ରାଜା ମୋଲିଙ୍କ ଫିଲ୍ମ ଟ୍ରିପଲ୍ ଆର୍ ( ଆର୍ ଆର୍ ଆର୍)କୁ ନେଇ ଜୋର୍‌ଦାର୍‌ ଚର୍ଚ୍ଚା ହେଉଛି। ତେବେ ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ଅଜୟ ଦେବ୍‌ଗନ୍‌ ସାଉଥ୍ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଆଲିଆ ଓ ଅଜୟଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ତେବେ ବର୍ତ୍ତମାନ ଏହି ଫିଲ୍ମର ନାଁ ମଧ୍ୟ ସାମ୍ନାକୁ ଆସିଯାଇଛି। https://www.instagram.com/p/Bu-vcdUn7W1/?utm_source=ig_web_copy_link […]

author-image
Chinmayee Roy
ସାଉଥ୍‌ ଫିଲ୍ମ 'ଟ୍ରିପଲ୍ ଆର୍'ରେ ଅଜୟ ଓ ଆଲିଆଙ୍କ ଏଣ୍ଟ୍ରି

rrr

ମୁମ୍ବାଇ: ବାହୁବଳୀ ଫେମ୍‌ ଡାଇରେକ୍ଟର୍ ଏମ୍‌ଏସ୍‌ ରାଜା ମୋଲିଙ୍କ ଫିଲ୍ମ ଟ୍ରିପଲ୍ ଆର୍ ( ଆର୍ ଆର୍ ଆର୍)କୁ ନେଇ ଜୋର୍‌ଦାର୍‌ ଚର୍ଚ୍ଚା ହେଉଛି। ତେବେ ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ଅଜୟ ଦେବ୍‌ଗନ୍‌ ସାଉଥ୍ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଆଲିଆ ଓ ଅଜୟଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ତେବେ ବର୍ତ୍ତମାନ ଏହି ଫିଲ୍ମର ନାଁ ମଧ୍ୟ ସାମ୍ନାକୁ ଆସିଯାଇଛି।

Advertisment

https://www.instagram.com/p/Bu-vcdUn7W1/?utm_source=ig_web_copy_link

https://www.instagram.com/p/Bu-rXAHHguo/?utm_source=ig_web_copy_link

ସୂଚନା ମୁତାବକ ଫିଲ୍ମର ନାଁ ‘ରଘୁପତି ରାଘବ ରାଜାରାମ୍’ ରଖାଯାଇଛି। ଏହି ଫିଲ୍ମଟି ଏକ ପିରିୟଡିକ୍ ଡ୍ରାମା, ଯେଉଁଥିରେ ଭାରତର ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁ ଏବଂ କୋମାରାମ ଭୀମଙ୍କ କାହାଣୀ ପ୍ରଦର୍ଶିତ ହୋଇଛି। ଏ ଦୁହେଁ ଭାରତକୁ ସ୍ୱାଧୀନତା ଆଣିବାରେ ଇଂରେଜ ଶାସକଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଥିଲେ। ଏହି ଫିଲ୍ମରେ ଅଜୟ ଓ ଆଲିଆଙ୍କ ବ୍ୟତୀତ ସାଉଥ୍‌ ଅଭିନେତା ଏନଟି ରାମା ରାଓ ଜୁନିଅର୍, ରାମ ଚରଣ ପ୍ରଭୃତି ଅଭିନୟ କରିଛନ୍ତି।

https://www.instagram.com/p/B758TsHHFx_/?utm_source=ig_web_copy_link

ଚର୍ଚ୍ଚା ହେଉଛି ଯେ ଏହି ଫିଲ୍ମରେ ଏହିସବୁ କଳାକାରଙ୍କ ବ୍ୟତୀତ କିଛି ହଲିଉଡ୍‌ କଳାକାର ଯେପରିକି ରେ ଷ୍ଟିଭେନସନ୍, ଓଲିବିୟା ମରିସ୍, ଏଲିସନ୍‌ ଡୁଡି ପ୍ରଭୃତି ମଧ୍ୟ ନଜର ଆସିବେ। ପ୍ରଥମେ ଏହି ଫିଲ୍ମଟିକୁ ଚଳିତ ବର୍ଷ ଜୁଲାଇ ୨୦ରେ ରିଲିଜ୍‌ କରାଯିବାର ଥିଲା, ହେଲେ ସେହି ସମୟରେ ବଲିଉଡ୍‌ ଅଭିନେତା ରଣବୀର୍‌ କପୁରଙ୍କ ଫିଲ୍ମ ‘ସମଶେରା’ ରିଲିଜ୍‌ ହେଉଥିବାରୁ ଫିଲ୍ମର କଲେକ୍ଶନ୍‌ ଉପରେ ପ୍ରଭାବ ପଡ଼ିବା ଆଶଙ୍କାରେ ଏହାକୁ  ଘୁଞ୍ଚାଇ ଦିଆଯାଇଛି। ଫିଲ୍ମଟି ୨୦୨୧ ଜାନୁଆରୀ ୮ରେ ରିଲିଜ୍‌ ହେବ। ତେବେ ଏହି ଫିଲ୍ମର ବଜେଟ୍‌କୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ଏହି ଫିଲ୍ମଟି ପାଖାପାଖି ୩୫୦ ରୁ ୪୦୦ କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ କରାଯାଇଛି।

Advertisment