Advertisment

ଆରପାରିରେ ଅଜୟ ଦେବଗନଙ୍କ ଭାଇ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନଙ୍କ ମୃତ୍ୟୁ ଘଟିଛି। ନିଜେ ଅଜୟ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗତକାଲି ରାତି ଅନିଲଙ୍କ ମୃତ୍ୟୁ ଘଟିଥିବା ବେଳେ ମ୍ରିୟମାଣ ହୋଇ ଅଜୟ ସମସ୍ତଙ୍କୁ ସୂଚିତ କରିଛନ୍ତି। ଅନିଲଙ୍କ ଏଭଳି ଅକାଳ ବିୟୋଗରେ ଅଜୟ ଦୁଃଖ ପ୍ରକାଶ କରି ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ଏହାସହ କରୋନା ମହାମାରି ସମୟ ଚାଲିଥିବାରୁ ବ୍ୟକ୍ତିଗତ ଶୋକ ସଭାର ଆୟୋଜନ କରିବା ସମ୍ଭବ ନୁହେଁ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଆରପାରିରେ ଅଜୟ ଦେବଗନଙ୍କ ଭାଇ

anil-devgan

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନଙ୍କ ମୃତ୍ୟୁ ଘଟିଛି। ନିଜେ ଅଜୟ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

Advertisment

ଗତକାଲି ରାତି ଅନିଲଙ୍କ ମୃତ୍ୟୁ ଘଟିଥିବା ବେଳେ ମ୍ରିୟମାଣ ହୋଇ ଅଜୟ ସମସ୍ତଙ୍କୁ ସୂଚିତ କରିଛନ୍ତି। ଅନିଲଙ୍କ ଏଭଳି ଅକାଳ ବିୟୋଗରେ ଅଜୟ ଦୁଃଖ ପ୍ରକାଶ କରି ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ଏହାସହ କରୋନା ମହାମାରି ସମୟ ଚାଲିଥିବାରୁ ବ୍ୟକ୍ତିଗତ ଶୋକ ସଭାର ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ସେ ଜଣାଇଛନ୍ତି।

Advertisment

ଅଜୟଙ୍କ ଟ୍ୱିଟ ପରେ ତାଙ୍କ ପ୍ରଶଂସକମାନେ ଶୋକବ୍ୟକ୍ତ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି।

Ajay Devgan